ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ତେଲିବନ୍ଧ ଉଚ୍ଚ ବିଦ୍ୟାଳୟ ରେ 77ତମ ସ୍ୱାଧୀନତା ଦିବସ ପାଳନ

ବୌଦ୍ଧ -15/08- ବୌଦ୍ଧ ବ୍ଲକ ତେଲିବନ୍ଧ ଉଚ୍ଚ ବିଦ୍ୟାଳୟ ଠାରେ 77ତମ ସ୍ୱାଧୀନତା ଦିବସ ପାଳନ କରାଯାଇଛି l ଆଜି ସକାଳ 7ଘଣ୍ଟା ସମୟରେ ତେଲିବନ୍ଧ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟତ୍ରୀ ସୌଦାମିନୀ ପ୍ରଧାନ ପତାକା ଉତ୍ତୋଳନ କରି ସମ୍ମିଳିତ ପ୍ୟାରେଡ କୁ ସମ୍ମୋଧିତ କରିଥିଲେ l ପୂର୍ବରୁ ବ୍ୟାଣ୍ଡ ବାଜା ସହ ଛାତ୍ର,ଛାତ୍ରୀ ଓ ଶିକ୍ଷକ, ଶିକ୍ଷୟତ୍ରୀ ତେଲିବନ୍ଧ ଗ୍ରାମ ପରିକ୍ରମା କରି ପ୍ରଭାତ ଫେରି କରିଥିଲେ l ଏହା ପରେ ବିଦ୍ୟାଳୟ ପରିସରରେ ପୁରସ୍କାର ବିତରଣ କାର୍ଯ୍ୟକ୍ରମ କରାଯାଇଥିଲା l ପୂର୍ବ ରୁ ଆୟୋଜିତ ବିଭିନ୍ନ ପ୍ରତିଯୋଗିତା ର କୃତି ପ୍ରତିଯୋଗୀ ମାନଙ୍କୁ ପ୍ରଧାନ ଶିକ୍ଷୟିତ୍ରୀ ଓ ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ମାନପତ୍ର ସହ ପୁରସ୍କାର କରିଥିଲେ l କାର୍ଯ୍ୟକ୍ରମ ରେ ସହକାରୀ ଶିକ୍ଷକ ଶମ୍ଭୁଗିରି, ଅଶୋକ କୁମାର ପ୍ରଧାନ, ସୁବାଷ ଚନ୍ଦ୍ର ପ୍ରଧାନ, ନିରଞ୍ଜନ ମେହେର, ଅଂଶୁମାନ ବାରିକ, ସଂଜୟ କୁମାର ନାଏକ, ଶୁଭ୍ରାଂଶୁ ସାହୁ, ସୌରଭ ପ୍ରଧାନ, ରବୀନ୍ଦ୍ର ବେଜୀ, ଶିକ୍ଷୟିତ୍ରୀ ଗାୟତ୍ରୀ ବେହେରା, ରଶ୍ମିତା ସାହୁ, ତରଙ୍ଗିନୀ ବେହେରା, ସ୍ଵାଗତିକା ପ୍ରଧାନ ଓ ନିର୍ମଳା ନାୟକ ପ୍ରମୁଖ ଉପସ୍ଥିତ ଥିଲେ l

ବୌଦ୍ଧ ରୁ ଜ଼ିଲ୍ଲା ପ୍ରତିନିଧି ହୃଦାନନ୍ଦ ମେହେରଙ୍କ ରିପୋର୍ଟ ମସିହା ନିୟୁଜ

Related posts

କଲାହାଣ୍ଡି ରାଇଫଲ୍ ଆସୋସିଏସନ୍ ର ସାଧାରଣ ବୈଠକ ଓ କର୍ମକର୍ତ୍ତା ଚୟନ 

ଯୁକ୍ତ ୨ ବିଜ୍ଞାନ ପରୀକ୍ଷାରେ ନାମ୍ପୋ ଶୀତଳା ଠାକୁରାଣୀ ଟ୍ୟୁଟୋରିଅଲର ଶତପ୍ରତିଶତ ସଫଳତା

ପ୍ରକାଶ ପାଇଲା ଗଳ୍ପ ପ୍ରତିଯୋଗିତାର ଫଳାଫଳ, ପ୍ରଥମ ସ୍ଥାନରେ ଜଗତସିଂହପୁର

masiha

Leave a Comment

error: Content is protected !!