ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବାଇକ୍-ଟ୍ରକ୍ ମଧ୍ୟରେ ଧକ୍କା: ଜଣେ ମୃତ

କର୍ଲାମୁଣ୍ଡା (ସୁଶାନ୍ତ ରଣା): କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ୍ ଅନ୍ତର୍ଗତ ତେରେସିଂହା ଗ୍ରାମର ବେଲପଡ଼ା ସ୍ଥିତ ପିପଲ୍ ଗଛ ଛକ ଠାରେ ବାଇକ୍-ଟ୍ରକ୍ ମଧ୍ୟରେ ଧକ୍କା ହେବା ଫଳରେ ଜଣେ ମୃତ ହୋଇଛନ୍ତି l ମୃତକ ଜଣକ ରିଷିଡ଼ା ଗ୍ରାମ ପଞ୍ଚାୟତର ଟୁନା ରଣା (୩୨) ତାଙ୍କ ବାଇକ୍ (OD 03T 8619) ଯୋଗେ କୌଣସି କାମରେ ତାଙ୍କ ଶ୍ଵଶୁର ଘର ତେରେସିଂହା ଗ୍ରାମକୁ ଆସୁଥିବା ବେଳେ ବେଲପଡ଼ା ସ୍ଥିତ ପିପଲ୍ ଗଛ ଛକ୍ ଠାରେ ବେଲପଡ଼ା ପଟୁ ଯାଉଥିବା ଟ୍ରକ୍ (MD 20 GA 3695) ସହ ଧକ୍କା ହେବାରୁ ଘଟଣା ସ୍ଥଳରେ ଟୁନାଙ୍କର ମୃତ୍ୟୁ ହୋଇଛି l ଘଟଣା ଘଟେଇ ଥିବା ଟ୍ରକ୍ ଚାଳକଙ୍କୁ ଲୋକେ କାବୁ କରି ସ୍ଥାନୀୟ ପୋଲିସଙ୍କୁ ଜିମା ଦେଇଛନ୍ତି l ଖବର ଲେଖା ହେବା ପର୍ଯ୍ୟନ୍ତ ଘଟଣାସ୍ଥଳରେ ଶବ ପଡ଼ି ରହିଥିଲା l (କର୍ଲାମୁଣ୍ଡାରୁ ସୁଶାନ୍ତ ରଣାଙ୍କ ରିପୋର୍ଟ, ମସୀହା)

Related posts

ମିଶନ ଶକ୍ତି ଗୃହ ଉଦଘାଟନ କଲେ ବିଧାୟକ

Sunil Chandra Nayak

ଚାଷୀଙ୍କ ପାଇଁ ଲଢେଇ କରିବ”ଢେଙ୍କାନାଳ କୃଷକ ଅଧିକାର ସମିତି

Sunil Chandra Nayak

ଯୁବଶକ୍ତି ସମର୍ପିତ ଓଡ଼ିଶା ପକ୍ଷରୁ ବୃକ୍ଷ ରୋପଣ ଓ ଶୁଖିଲା ଖାଦ୍ୟ ବଣ୍ଟନ କାର୍ଯ୍ୟକ୍ରମ

Sunil Chandra Nayak

Leave a Comment

error: Content is protected !!