ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ବାଇକରେ ଗଞ୍ଜେଇ ଚାଲାଣ ବେଳେ ଦୁଇ ଗିରଫ

ପାପଡାହାଣ୍ଡି 17/08, ମନିସ — ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ମୃଗ ବିହାର ନିକଟରୁ ଅବକାରୀ ପୋଲିସ ଏକ ବାଇକରେ ଗଞ୍ଜେଇ ଚାଲାଣ ବେଳେ ଗୁରୁବାର 2 ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି | ଜବତ ବାଇକରୁ 5 କେଜି 100 ଗ୍ରାମ ଗଞ୍ଜେଇ ଜବତ ହୋଇଛି | ନବରଙ୍ଗପୁର ରୁ ପାପଡାହାଣ୍ଡି ଦେଇ ଯାଉଥିବା ବାଇକକୁ ବିଶେଷ ସୂତ୍ରରୁ ଖବର ପାଇ ଅବକାରି ପୋଲିସ ହାତରେ ଧରା ପଡ଼ିଥିଲା | ନବରଙ୍ଗପୁର ଜିଲ୍ଲା ଅବକାରୀ ଆରକ୍ଷୀ ଅଧିକ୍ଷକ ଗଙ୍ଗା ପାଇକରାୟଙ୍କ ନିର୍ଦେଶ କ୍ରମେ ନବରଙ୍ଗପୁର ଇନ୍ସପେକ୍ଟର ସୁଧୀର କୁମାର ସାହୁଙ୍କ ନେତୃତ୍ୱରେ ଓ଼ଆଇସି ଦେସରାଜ ସୁନା, ଏଏସଆଇ ଅମୀୟ ଖଞ୍ଜ ମୃଗ ବିହାର ନିକଟରେ ଗାଡି ଯାଞ୍ଚ କରୁଥିଲେ | ଏକ ବାଇକ OD10ସ 3790 କୁ ଅବକାରୀ ବିଭାଗ ଅଟକାଇ ଯାଞ୍ଚ କରିବାରୁ ଏକ ଜୋରି ବ୍ୟାଗ ରେ ରହିଥିବା ଜଣାପଡିଥିଲା, ପରେ ଅବକାରୀ ବିଭାଗ ବାଇକ ଓ ଗଞ୍ଜେଇ ବ୍ୟାଗ ଜବତ କରିବା ସହ ଦୁହେଁ କୁ ଗିରଫ କରି ଅବକାରୀ କାର୍ଯ୍ୟାଳୟ କୁ ନିଆଯାଇଥିଲା | କେସ ନମ୍ବର 75/2023 ମାମଲା ରୁଜୁ କରାଯାଇ ଗଞ୍ଜେଇ ଚାଲାଣ କରୁଥିବା ଗଞ୍ଜାମ ଜିଲ୍ଲା ଗଙ୍ଗପୁର ଥାନା ଅଞ୍ଚଳର କାନ୍ଦ୍ରାବୋଳି ଗ୍ରାମର ଡି. ବିଜୟ କୁମାର ପାତ୍ର (18) ଓ କୋରାପୁଟ ଜିଲ୍ଲା ବୈପାରୀଗୁଡା ଥାନା କୁମ୍ଭାରଗୁଡା ଗ୍ରାମର ଝାଳି ହରିଜନ (38) କୋର୍ଟ ଚାଲାଣ କରାଯାଇଥିବା ଅବକାରୀ ବିଭାଗ ରୁ ସୂଚନା ମିଳିଛି.ଗଞ୍ଜେଇ ଜବତ ସମୟରେ ଅବକାରୀ ସିପାହୀ ଗୋତୁଲ ନାୟକ, ରଂଜିତ ସିଂ, ଉତ୍ତମ ମାହାଙ୍କୁଡ ଉପସ୍ଥିତି ଥିଲେ |

ପାପଡାହାଣ୍ଡି ରୁ ସ୍ବପ୍ନ ଜୀତ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

କେସିଙ୍ଗା ସ୍ଥିତ ବେଦାନ୍ତର ପମ୍ପ ହାଉସ ରୁ ତମ୍ବାତାର ଚୋରି ଘଟଣା ,୫ଜଣ ଗିରଫ,  ଏସ.ପି.ଙ୍କ ପ୍ରେସ ମିଟରେ ସୂଚନା

୨୮ କେଜି ଗଞ୍ଜେଇ ଜବତ ଜଣେ ଗିରଫ 

Sunil Chandra Nayak

ଜମି ବିବାଦ କୁ ନେଇ ଗୋଷ୍ଠୀ ବିବାଦ

Sunil Chandra Nayak

Leave a Comment

error: Content is protected !!