ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କୃପାସିନ୍ଧୁ ସାଂସ୍କୃତିକ ପରିଷଦର ବାର୍ଷିକ ଉତ୍ସବ

 କଳା ହିଁ ସ୍ଥାନୀୟ ଅଂଚଳର ପରମ୍ପରାର ସମ୍ପର୍କ କହେ : ଗୃହରାଷ୍ଟ୍ର ମନ୍ତ୍ରୀ

କୋକସରା,୨୧/୦୩ – କଳାହାଣ୍ଡି ଜିଲ୍ଲା ଚାରବାହାଲ ସ୍ଥିତ କୃପାସିନ୍ଧୁ ସାଂସ୍କୃତିକ ପରିଷଦର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ପ୍ରତିବର୍ଷ ଭଳି ଦୋଳ ପୂର୍ଣ୍ଣିମା ସମୟରେ ଅନୁଷ୍ଠିତ ବାର୍ଷିକ ଉତ୍ସବ ଅବସରରେ ପରିଷଦର କର୍ମକର୍ତ୍ତାଙ୍କ ଦ୍ଵାରା ଏକ ନାଟକ ମଞ୍ଚସ୍ଥ ହେଇଥିଲା। ଏହି ଅବସରରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ସରକାରଙ୍କ ଶକ୍ତି, ଶିଳ୍ପ, ଏମଏସଏମଇ ଓ ଗୃହରାଷ୍ଟ୍ର ମନ୍ତ୍ରୀ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ର ଯୋଗ ଦେଇ କାର୍ଯ୍ୟକ୍ରମ କୁ ପ୍ରଶଂସା କରିବା ସହିତ କଳା ଦ୍ଵାରା ସ୍ଥାନୀୟ ଅଞ୍ଚଳର ପରମ୍ପରା ଓ ସଂସ୍କୃତି ସମ୍ପର୍କରେ ଜଣାପଡେ ବୋଲି କହିଥିଲେ। ସେହିପରି ସମ୍ମାନିତ ଅତିଥି ଭାବେ ଚାରଵାହଲ ସରପଞ୍ଚ ସତ୍ୟଭାମା ପଣ୍ଡା, ଜିଲ୍ଲାପରିଷଦ ଶାମୁକା ରାଣୀ କୁମାର, ସ୍ୱରୂପ ପଣ୍ଡା, ମଳୟ କୁମାର ପଣ୍ଡା, ନିର୍ଦେଶକ ଭବାନୀ ଶଙ୍କର ପଟ୍ଟନାୟକ ପ୍ରମୁଖ ଯୋଗ ଦେଇଥିଲେ। ପରିଷଦର ସଭାପତି ଆଦିତ୍ୟ କୁମାର ପଣ୍ଡା ମଞ୍ଚ ପରିଚାଳନା କରିଥିବା ବେଳେ ପ୍ରାଣ କିଶୋର ପଣ୍ଡା ଧନ୍ୟବାଦ ଦେଇଥିଲେ। ନାଟକ ( ଅସତୀ ତୁଳସୀ, ସତୀ ଚଉଁରା) ରେ ଶ୍ରେଷ୍ଠ ଅଭିନେତା ଭାବେ ପୁଷ୍ପେନ୍ଦୁ ସାହୁ ଙ୍କୁ ସମ୍ମାନିତ କରାଯାଇଥିଲା। ବସୁନ୍ଧରା ଜ୍ଵଲର୍ସ ମାଳିକ ମଳୟ ପଣ୍ଡା ୧୦ ହଜାର ଟଙ୍କାର ଗିଫ୍ଟ ଭାଉଚର ଶ୍ରେଷ୍ଠ ଅଭିନେତା କୁ ପ୍ରଦାନ କରିଥିଲେ। ମ ନି ସ

Related posts

ଶରତ ଚନ୍ଦ୍ର ପଣ୍ଡା ଙ୍କ କବିତା କଥାଟିଏ

Sunil Chandra Nayak

ଦିନ ଦ୍ବିପହରରେ ବ୍ଯାଙ୍କ ଡକାୟତି

Sunil Chandra Nayak

ଯୁବତୀ କୁ ବଳାତ୍କାର ଅଭିଯୋଗରେ କୋର୍ଟ ଚାଲାଣ ହେଲା ଅଭିଯୁକ୍ତ ଯୁବକ

Sunil Chandra Nayak

Leave a Comment

error: Content is protected !!