ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପ୍ରକାଶ ପାଇଲା ପ୍ରବନ୍ଧ ପ୍ରତିଯୋଗିତାର ଫଳାଫଳ, ପ୍ରଥମ ସ୍ଥାନରେ ସୋନପୁର ଜିଲ୍ଲା

ବାଲେଶ୍ଵର,୧୭/୮/୨୩- ଗତ ତା ୧୩/୮/୨୩ ରିଖରେ ମୋ ଅନୁଷ୍ଠାନ ହ୍ଵାଟ୍ସଆପ୍ ଗୃପରେ ପ୍ରବନ୍ଧ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଯାହାର ପ୍ରସଙ୍ଗ ଥିଲା ” ସ୍ବାଧୀନ ଭାରତରେ ଦେଶ ପାଇଁ ମୋର କର୍ତ୍ତବ୍ୟ ” । ଧୀରେ ଧୀରେ ସାହିତ୍ୟ ମାନଙ୍କ ନିକଟରୁ ଗଦ୍ୟ ସାହିତ୍ୟ ଦୂରେଇ ଯାଉଥିବାରୁ ସେମାନଙ୍କୁ ଗଦ୍ୟ ସାହିତ୍ୟ ପ୍ରତି ଆକୃଷ୍ଟ ନିମନ୍ତେ ଏ ପ୍ରତିଯୋଗିତାର ଉଦ୍ଦେଶ୍ୟ । ଏଥିରେ ସ୍ବର୍ଣ୍ଣପ୍ରଭା ମହାପାତ୍ର, ସୋନପୁର, ଜୟନ୍ତୀ ଓଝା, ଧର୍ମଶାଳା, ଯାଜପୁର ଓ ରୁବିଲତା ଦାସ, କାଁପଡା, ଭଦ୍ରକ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ । ଲେଖା ଗୁଡିକୁ ସମୀକ୍ଷା କରିଥିଲେ ଝାରସୁଗୁଡ଼ାର ଜିଲ୍ଲାର ଲେଖିକା, କବୟିତ୍ରୀ ମାଧୁରୀ ମିଶ୍ର । ଶ୍ରୀମତୀ ମିଶ୍ର ପେଷାରେ ଜଣେ ଶିକ୍ଷୟିତ୍ରୀ ହେଲେ ମଧ୍ୟ ନିଶାରେ ଜଣେ ସାହିତ୍ୟ ସାଧିକା । ତାଙ୍କ ସମୀକ୍ଷାରୁ ସୋନପୁର(ସୁବର୍ଣ୍ଣପୁର) ଜିଲ୍ଲାର ସାହିତ୍ୟ ସାଧିକା ସୂର୍ଣପ୍ରଭା ମହାପାତ୍ର ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ଏଥର ବହୁତ କମ୍ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିବାରୁ କେବଳ ପ୍ରଥମ ସ୍ଥାନକୁ ଗୁରୁତ୍ୱ ଦିଆଯାଇଛି । ଯେଉଁମାନେ ସୂଚନା ମୁତାବକ ଲେଖା ଦେଇନଥିଲେ ସେମାନଙ୍କୁ ଫଳାଫଳ ତାଲିକାରୁ ବାଦ ଦିଆଯାଇଛି । ସମସ୍ତ ପ୍ରତିଯୋଗୀ ମାନଙ୍କୁ ଅନୁଷ୍ଠାନ ତରଫରୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇବା ସଙ୍ଗେ ସଙ୍ଗେ ଗଦ୍ୟ ସାହିତ୍ୟର ଉନ୍ନତି ନିମନ୍ତେ ଲେଖନୀ ଚାଳନା ଜାରି ରଖିବା ପାଇଁ ସମସ୍ତ ସାହିତ୍ୟ ବନ୍ଧୁ ମାନଙ୍କୁ ନିବେଦନ କରିଛନ୍ତି ଅନୁଷ୍ଠାନର ସମ୍ପାଦକ ନରେନ୍ଦ୍ର ପ୍ରସାଦ ବେହେରା ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ଟ୍ରେନ୍ ଦୁର୍ଘଟଣାରେ ମୃତକଙ୍କ ଆତ୍ମାର ସଦଗତି ନିମନ୍ତେ ଶୋକସଭା

ଶିକ୍ଷକ ଅଭିଭାବକ ସମ୍ମିଳନୀ

Sunil Chandra Nayak

ଖଇରା ସ୍ବାଭିମାନ ମଞ୍ଚର ସମୀକ୍ଷା ବୈଠକ ଅନୁଷ୍ଠିତ

masiha

Leave a Comment

error: Content is protected !!