ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଇନ୍ଦ୍ରାବତୀ ପ୍ରକଳ୍ପ କଲୋନୀ ରେ ବିପର୍ଯ୍ୟସ୍ତ ରାସ୍ତା : ପ୍ରକଳ୍ପ କର୍ତ୍ତୃପକ୍ଷ ଙ୍କ ନିଦ ଭାଙ୍ଗୁନି

ତେନ୍ତୁଳିଖୁଣ୍ଟି ୧୮/୦୮/୨୩  // ନବରଙ୍ଗପୁର ଜିଲ୍ଲା ର ତିନି ବ୍ୟବସାୟ କେନ୍ଦ୍ର ଥିବା ଅଞ୍ଚଳ ନବରଙ୍ଗ ପୁର ଉମରକୋଟ ପରେ ଇନ୍ଦ୍ରାବତୀ ଅନ୍ୟତମ। ଏଠାରେ ତଥାକଥିତ ଦାବୀ ହେଉଥିବା ଏସିଆର ଦ୍ଵିତୀୟ ବୃହତ୍ତମ ପ୍ରକଳ୍ପ ରହିଛି ,କିନ୍ତୁ ଗତ କିଛି ବର୍ଷ ହେଲା ପ୍ରକଳ୍ପ କର୍ତ୍ତୃପକ୍ଷ ନିଘୋଡ଼ ନିଦରେ ଶୋଇଛନ୍ତି ଯେ ପ୍ରକଳ୍ପ କଲୋନୀ ରାସ୍ତା ,ଡ୍ୟାମ କୁ ଯାଇଥିବା ରାସ୍ତା ଗୁଡିକ ଏଭଳି ବିପର୍ଯ୍ୟସ୍ତ ହେଲାଣି ଯେ ସାମାନ୍ୟ ଅସାବଧାନ ରେ ଦୂର୍ଘଟଣା ଅବସମ୍ଭାବି। ପ୍ରତି ଦିନେ ଦୁଇ ଦିନରେ ଛୋଟ ବଡ଼ ଦୂର୍ଘଟଣା ଡ୍ୟାମ ରାସ୍ତା ହେଉ ପ୍ରକଳ୍ପ କଲୋନୀ ରାସ୍ତା ହେଉଛି। ବର୍ଷା ଦିନରେ ପ୍ରକଳ୍ପ କଲୋନୀ ରାସ୍ତା ର ଅବସ୍ଥା ଏଭଳି ଯେ ପଥଚାରୀ ଘରୁ ସଫା ସୁତୁରା ଡ୍ରେସ ପିନ୍ଧି ବାହାରିଲେ ଘରକୁ ମଇଳା ଡ୍ରେସ ପିନ୍ଧି ଆସିବା ନିଶ୍ଚିତ । ଏହିପରି ସ୍ଥିତି ପାଇଁ ଛୋଟ ପିଲା ଙ୍କୁ ମା ମାନଙ୍କ ରୋଷ ର ଶିକାର ହେବାକୁ ପଡୁଛି । ଚାଲି ଆସୁନି ତୋ ଉପରେ କାଦ ପଡୁଛି ବୋଲି ଶୁଣିବା ନିଶ୍ଚିତ ହୋଇଯାଇଛି। ଆଜକୁ ପାଞ୍ଚ ରୁ ସାତ ବର୍ଷ ହେଲାଣି ଏଭଳି ସ୍ଥିତି ବର୍ଷା ଦିନେ ସାଧାରଣ ହୋଇଗଲାଣି। ଅଯଥା ଡ୍ରେସ ସଫା ଖର୍ଚ୍ଚ ସାଧାରଣ ପଥଚାରୀ ବୃଦ୍ଧି ପାଉଛି। ମା ତାରିଣୀ ମନ୍ଦିର ଛକ ରୁ ଉପର ଶିବ ମନ୍ଦିର ପର୍ଯ୍ୟନ୍ତ ରାସ୍ତା ର ସ୍ଥିତି ନ କହିବା ଭଲ। ଏହି ରାସ୍ତା ଦେଇ ପ୍ରକଳ୍ପ ମୁଖ୍ୟ ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ନିଜ ବାସ ଭବନ କୁ ଯାଇ ଥାନ୍ତି ,ତଥାପି ରାସ୍ତା ର ମରାମତି ପାଇଁ ଦୃଷ୍ଟି ନ ଦେବା ଆଶ୍ଚର୍ଯ୍ୟର ବିଷୟ। କପୁର ଛକ ରୁ ଓସି ସି ବ୍ରିଜ ପର୍ଯ୍ୟନ୍ତ ରାସ୍ତା ର ସ୍ଥିତି ମଧ୍ୟ ତଦୃପ। ଯଦି ମୁଖ୍ୟ ଦୁଇ ରାସ୍ତା ଦେଇ ପ୍ରକଳ୍ପ ମୁଖ୍ୟ ଙ୍କ ଯିବା ଆସିବା ଥାଇ ସ୍ଥିତି ସୁଧୁରୁ ନଥିବା ବେଳେ ପ୍ରକଳ୍ପ ର 1100 କ୍ୱାଟର ଥିବା କଲୋନୀ ରାସ୍ତା ର ସ୍ଥିତି ଅନୁମେୟ । ରାସ୍ତା ଗୁଡିକରେ ଗର୍ତ୍ତ ଥିବା ଯୋଗୁଁ ଦୁର୍ଘଟଣା ସମ୍ଭାବନା ରୋକିବା କୁ କେହି ଜଣେ ବ୍ୟକ୍ତି ମାଟି ପକାଇ ଥିଲେ କିନ୍ତୁ ସ୍ଥିତି ବଦଳି ଗଲା ମାଟି ପକାଇବା ଦିନ ବର୍ଷା ହୋଇଯିବା ରୁ କର୍ଦ୍ଦମାକ୍ତ ହୋଇଗଲା ରାସ୍ତା ପଥଚାରୀ ଙ୍କ ସମସ୍ୟା ଆହୁରି ବଢିଗଲା।  

 ଏ ନେଇ ଅତିରିକ୍ତ ମୁଖ୍ୟଯନ୍ତ୍ରୀ ସଂଜୀବ ଭତ୍ରା ଙ୍କୁ ପଚାରିବାରୁ କହିଲେ ଆମ ପାଖକୁ କଲୋନୀ ରାସ୍ତା ଓ କ୍ୱାଟର ତଥା ଜଳ ଯୋଗାଣ ଗତ ମାସରୁ ଆସିଛି , କଣ କରାଯାଇପାରିବ ଦେଖୁଛୁ। ଏ ବାବଦ ବଜେଟ ଆସିନି ,ତଥାପି ବର୍ଷା ଦିନ ପାଇଁ କିଛି କରିହେବ ନା ନାହିଁ ଦେଖିବି ବୋଲି କହିଛନ୍ତି।

ଗୋବର୍ଦ୍ଧନ ସାହୁ ,ତେନ୍ତୁଳିଖୁଣ୍ଟି

Related posts

ମୁଖ୍ୟମନ୍ତ୍ରୀ ଉଦେଶ୍ୟ ରେ ବିଭିନ୍ନ ମୌଳିକ ଅଧିକାର ଭଳି ଦାବି କୁ ନେଇ ଜନ ଜାଗରଣ ମଞ୍ଚ ପକ୍ଷରୁ ଆଜି କାଶୀପୁର ବିଡ଼ିଓ ଙ୍କୁ ଦାବିପତ୍ର ପ୍ରଦାନ

Sunil Chandra Nayak

ଋତୁସ୍ରାବ ସମ୍ପର୍କୀତ ସଚେତନତା କାର୍ଯ୍ୟକ୍ରମ

Sunil Chandra Nayak

ଆଦିବାସୀ ଙ୍କ ଉପରେ ମକଦ୍ଦମା ପ୍ରତ୍ୟାହାର ଆଦେଶ ଦେଲେ ମୁଖ୍ୟମନ୍ତ୍ରୀ.. ସରକାର ଙ୍କ ନିଷ୍ପତ୍ତି କୁ ସ୍ୱାଗତ ଜଣାଇଲା ଓଡିଶା ଆଦିବାସୀ କଲ୍ୟାଣ ମହାସଂଘ 

masiha

Leave a Comment

error: Content is protected !!