ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଜନବିରୋଧୀ ସମ୍ପର୍କିତ ୯ ଦଫା ଦାବି ନେଇ ତିରିଂ ବ୍ଳକ କଂଗ୍ରେସ ତରଫରୁ ତିରିଂ ବ୍ଳକ ସମ୍ମୁଖରେ ପ୍ରତିବାଦ ସଭା 

ମୟୂରଭଞ୍ଜ – ୧୮/୮( ମସିହା)ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକଙ୍କ ନିର୍ଦେଶନାରେ ତିରିଂ ବ୍ଳକ କଂଗ୍ରେସ କମିଟି ତରଫରୁ ମୟୂରଭଞ୍ଜ ଜିଲ୍ଲା କଂଗ୍ରେସ ହରିଜନ ସେଲ କମିଟି ଅଧ୍ୟକ୍ଷ ଶ୍ରୀ ଭାଗିରଥି ପାତ୍ରଙ୍କ ନେତୃତ୍ବରେ କଂଗ୍ରେସ ଦଳର କର୍ମିବୃନ୍ଦ ତିରିଂ ଥାନା ଠାରୁ ଏକ ବାଇକ୍ ଶୋଭାଯାତ୍ରାରେ ତିରିଂ ବ୍ଳକ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ୯ ଦଫା ବିଭିନ୍ନ ସମସ୍ୟା ତଥା ଜନମାରଣ ନୀତି ବିରୁଦ୍ଧରେ ପ୍ରତିବାଦ କରିଥିଲେ ।ଦାବି ମଧ୍ୟରେ ମା’କୁ ସମ୍ମାନ ବଦଳରେ ନାରୀ ନିର୍ଯାତନା,ବ୍ଳକ ସ୍ତରରେ ଶତକଡା ୫ ରୁଶତକଡା ୫୦ ପର୍ଯ୍ୟନ୍ତ ପିସି କାରବାର, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପ୍ରିୟା ପ୍ରୀତି ବଦଳରେ‌ ଯୋଗ୍ଯ ହିତାଧିକାରୀଙ୍କୁ ଦେବା, ଅନୁସୂଚିତ ଜାତି, ଜନଜାତି, ଓ ପଛୁଆ ବର୍ଗଙ୍କ ଅଧିକାରକୁ କ୍ଷୁର୍ଣ୍ଣ କରା ନ ଯାଉ,ଟାଟା ପାଓ୍ବାର ତରଫରୁ ଲୋ ଭୋଲଟେଜ,ପାଓ୍ବାର କଟ,ବିଦ୍ୟୁତ ଦରବୃଦ୍ଧି ବନ୍ଦ କରିବା, କୃଷିଜାତ ପଦାର୍ଥର ଅଭାବୀ ବିକ୍ରୀ ବନ୍ଦ କରିବା ଓ ବ୍ଳକରେ ଶୀତଳଭଣ୍ଡାର ଖୋଲିବା, ପେଟ୍ରୋଲ,ଡିଜେଲ,ନିତ୍ୟ ବ୍ୟବହାର୍ଯ୍ୟ ଖାଦ୍ୟ ସାମଗ୍ରୀର ଦରଦାମ ବୃଦ୍ଧି ବନ୍ଦ କରିବା,,ଖାଲି ପଡ଼ିଥିବା ୨,୨୬,୫୫୯ ସରକାରୀ ପଦବୀ ପୂରଣ କରିବା,,ନବୀନ ଓଡିଶ ଯୋଜନାରେ ୫୦ ଲକ୍ଷ ସିଧାସଳଖ ପଞ୍ଚାୟତକୁ ଦିଆଯାଉ ଓ ଗ୍ରାମ ସଭା ଅନୁସାରେ ଖର୍ଚ୍ଚ ପାଳିତ କରାଯାଉ,୫ ଟି ସ୍କୁଲ, ହସ୍ପିଟାଲରେ ନିମ୍ନମାନର କାମ ଓ ଦୁର୍ନୀତି ରୋକାଯାଉ, ଜମିକୁ ଅଧିକରୁ ଅଧିକ ଜଳସେଚନ ବ୍ୟବସ୍ଥା କରାଯାଉ,ଡାକ୍ତରଖାନାରେ ଡାକ୍ତର ଓ କର୍ମଚାରୀ ଏବଂ ଶିକ୍ଷାନୁଷ୍ଠାନରେ ଶିକ୍ଷକ,ଅଧ୍ୟାପକ ନିଯୁକ୍ତି କରାଯାଉ, ମୟୂରଭଞ୍ଜରେ ଶିଳ୍ପାୟନ କରାଯାଉ ଇତ୍ୟାଦି ଉପରେ କଂଗ୍ରେସ ନେତୃବୃନ୍ଦ ସ୍ଵର ଉଠାଇଥିଲେ ।ପରେ ଦଳୀୟ କର୍ମୀ ବିଡ଼ିଓ ଶ୍ରୀମତୀ ବାସନ୍ତୀ ଲାକ୍ରାଙ୍କୁ ୯ ଦଫା ଦାବି ସମ୍ବଳିତ ଲିଖିତ ଦାବିପତ୍ର ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରିଥିଲେ ।ଏହି ଆନ୍ଦୋଳନରେ ମହମ୍ମଦ ଅଲ୍ଲୀ ଖାନ୍, ଶୈଳେନ୍ଦ୍ର ମହାକୁଡ଼,ଶ୍ରବଣ ସାହୁ,ଭଜହରି ମହାନ୍ତି,କାମେଶ୍ଵର ସୋରେନ,ପିତାମ୍ବର ପାତ୍ର,ଦୁଖୁଶ୍ଯାମ ଟୁଡୁ,ଅନୁପ ସୋରେନ,ମଙ୍ଗିଲାଲ କିସ୍କୁ,ସଂଜୀବ ବସା, ଶ୍ରଦ୍ଧା ପାତ୍ର,,ଶ୍ଯାମ ଚରଣ ହାଁସଦା,ମନୋଜ ପାତ୍ର,ମାନସିଂ ହାଁସଦା ,ଶ୍ରୀହରି ପାତ୍ର, ନିରଞ୍ଜନ ପାତ୍ର,କରୁଣାକର ମାଝୀ,ଠାକୁର ଦାସ ସୋରେନ,ପଞ୍ଚୁ ହେମ୍ବ୍ରମ,,ଜମ୍ବୁ ପରିଡ଼ା,ପ୍ରଫୁଲ୍ଲ ପାତ୍ର,ଶିବ ଚରଣ ସିଂ,ସୁବ୍ରତ କାଳନ୍ଦୀ, ରବୀନ୍ଦ୍ର ରାମ ଏବଂ ବହୁ ଦଳୀୟ କର୍ମୀ ସାମିଲ ହୋଇଥିଲେ ।ବହୁ ଦିନ ପରେ କଂଗ୍ରେସ କର୍ମୀ ଏକାଠି ହୋଇଥିବାରୁ ଦଳୀୟ କର୍ମୀଙ୍କ ମଧ୍ୟରେ ଆନନ୍ଦ ଓ ଉତ୍ସାହ ପରିଲକ୍ଷିତ ହୋଇଥିଲା ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳଙ୍କ ରିପୋର୍ଟ

Related posts

ତିରିଙ୍ଗ ରେ ବିଜେପିର ବିଜୟ ସଂକଳ୍ପ ସମାବେଶ ଅନୁଷ୍ଠିତ, ଯୋଗଦେଲେ ଷ୍ଟାର ପ୍ରଚାରକ ଓଡ଼ିଆ ସିନେମା ଜଗତର ସିନେତାରକା ଅନୁଭବ ମହାନ୍ତି ଓ ବିଜେପି ପ୍ରବ୍ୟକ୍ତା ପିତାମ୍ବର ଆଚାର୍ଯ୍

masiha

କୁଣ୍ତୁଳି ପଞ୍ଚାୟତରେ ବିଜେଡିର କର୍ମୀ ସମାବେଶ ଏବଂ ବିଶାଳ ମିଶ୍ରଣ ପର୍ବ , ଅନ୍ୟ ଦଳ ଛାଡି ବିଜେଡିରେ ଯୋଗ ଦେଲେ ଶତାଧିକ କର୍ମୀ

Sunil Chandra Nayak

ରାଇରଙ୍ଗପୁରରେ ବିଜେପି ତରଫରୁ ପ୍ରାକ୍ତନ ରାଜ୍ୟସଭା ସାଂସଦ ମମତା ମହାନ୍ତଙ୍କୁ ଭବ୍ୟ ସମ୍ବର୍ଦ୍ଧନା 

masiha

Leave a Comment

error: Content is protected !!