ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ନର୍ଲା ବ୍ଳକ କଂଗ୍ରେସର ବ୍ଳକ ଘେରାଉ କାର୍ଯ୍ୟକ୍ରମ

ନର୍ଲା (ମନିସ) ୯ ଦଫା ଦାବି ନେଇ ୩୦ ଜିଲ୍ଲାରେ ବ୍ଳକ ଘେରାଉ କାର୍ଯ୍ୟକ୍ରମର ଆୟୋଜନ ପାଇଁ ପ୍ରଦେଶ କଂଗ୍ରେସର ଆହ୍ୱାନ କ୍ରମେ କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକରେ ବ୍ଲକ ସଭାପତି ସମୀର କୁମାର ଚାନ୍ଦଙ୍କ ନେତୃତ୍ବରେ ଏହି କାର୍ଯ୍ୟକ୍ରମ ହୋଇଥିଲା।ନର୍ଲା ଗ୍ୟାସ ଅଫିସ ନିକଟରୁ କଂଗ୍ରେସ କର୍ମୀମାନେ ବାହାରି ବିଭିନ୍ନ ସ୍କୋଗାନ ମାନ ଦେବା ସହ ରାଜ୍ୟ ସରକାରଙ୍କ ଅପାରଗତାକୁ ନିନ୍ଦା କରିଥିବା ବେଳେ ବ୍ଲକ କାର୍ଯ୍ୟାଳୟ ମାନଙ୍କରେ ବ୍ୟାପକ ପିସି କାରବାର, ଆବାସ ଯୋଜନାରେ ଦୁର୍ନୀତି, ଦରଦାମ ବୃଦ୍ଧି,ବେକାରୀ ସମସ୍ୟା ଦୂରୀକରଣ,ନାରୀ ନିର୍ଯାତନା,ଚାଷୀ ମାରଣନୀତି,ଟାଟା କମ୍ପାନୀର ଜୁଲୁମ ତୁରନ୍ତ ବନ୍ଦ କରିବାକୁ ବିଡ଼ିଓ ଜରିଆରେ ମୁଖ୍ୟ ୯ ଦାବି ପତ୍ର ପ୍ରଦାନ କରାଯାଇଥିଲା।ଏଥିରେ ଅନ୍ୟମାନଙ୍କ ମଧ୍ୟରେ ନିର୍ବାଚନ ମଣ୍ଡଳର ସଭାପତି ଦିପୁ ପାତ୍ର,ସେବାଦଳ ସଭାପତି ସୁଦାମ ପ୍ରଧାନ,ତନୁ ମାଝୀ,ରଜନି କୁମାର, ବଳରାମ ମାଝୀ, ଭଗବାନ ସାହୁ, ଉପେନ୍ଦ୍ର ପ୍ରଧାନ, ଅଶୋକ ପ୍ରମୁଖ ସହ ଅନେକ କଂଗ୍ରେସ କର୍ମୀ ଉପସ୍ଥିତ ରହି ଦାବିପତ୍ର ପ୍ରଦାନ କରିଥିଲେ।

ଦୀପକ ଠାକୁର, ପ୍ରଦୀପ କୁମାର ଗଉଡ ନର୍ଲା ମସୀହା ପ୍ରତିନିଧି

Related posts

ଵହଳଦା ବ୍ଳକର ଯୁବ ବିଜେଡ଼ି କାର୍ଯ୍ୟକାରୀ ସଭାପତା ଭାବେ ମୋତିଲାଲ ପାତ୍ର ମନୋନୀତ

masiha

ଲଡୁଗାଁ ଠାରେ ବିଜେଡିର ସଂକଳ୍ପ ଦିବସରେ କର୍ମି ସମାବେଶ

masiha

ବିଜୁ ଜନତା ଦଳର ୨୬ତମ ପ୍ରତିଷ୍ଠା ଦିବସ ପାଳନ 

Sunil Chandra Nayak

Leave a Comment

error: Content is protected !!