ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଇରଙ୍ଗପୁର ଉଚ୍ଚ ବାଳିକା ବିଦ୍ୟାଳୟ ପରିସରରେ ତ୍ରିଦୀଵସୀୟ ଅଣଆଵାସିକ ଶିକ୍ଷକ ପ୍ରଶିକ୍ଷଣ ‘ ସାମର୍ଥ୍ୟ ‘ ଶିବିର ଅନୁଷ୍ଠିତ

ମୟୂରଭଞ୍ଜ- ୧୯/୮ ( ମସିହା)ସ୍କୁଲ ଓ ଗଣଶିକ୍ଷା ଵ ଭାଗ ପକ୍ଷରୁ ରାଇରଙ୍ଗପୁର ଉଚ୍ଚ ବାଳିକା ବିଦ୍ୟାଳୟର ସ୍ମାର୍ଟ ରୁମରେ ତ୍ରିଦିବସୀୟ (୧୭,୧୮,୧୯) ଅଣଆବାସିକ ଶିକ୍ଷକ ପ୍ରଶିକ୍ଷଣ ‘ ସାମର୍ଥ୍ୟ ‘ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ରାଇରଙ୍ଗପୁର ମ୍ୟୁନିସିପାଲିଟିର ଏବଂ ବ୍ଳକର ୬ ଟି କ୍ଲଷ୍ଟର ଯଥା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ (ପିଛିଲିଘାଟି, ସୁଦର୍ଶନପୁର,କୁଲେଇଶିଳା,ବଡମୌଦା,ଦୁଵୁଲାବେଡା,, ପଣ୍ଡିତ ରଘୁନାଥ ମୁର୍ମୁ ‘ ବିଦ୍ୟାଳୟର ୫୦ ଜଣ ଶିକ୍ଷକ/ ଶିକ୍ଷୟତ୍ରୀ ଅଂଶ ଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାଇରଙ୍ଗପୁର ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ଭାଗିରଥି ମହାନ୍ତି ,ଏବିଇଓ ଶ୍ରୀ କାର୍ତ୍ତିକ ଚନ୍ଦ୍ର କାରୁଆ ଏବଂ ପ୍ରଧାନ ଶିକ୍ଷୟିତ୍ରୀ ଋଷିପ୍ରଭା ମହାନ୍ତ ପ୍ରଦୀପ ପ୍ରଜ୍ବଳନ କରି ଶୁଭ ଉଦ୍ଘାଟନ କରିଥିଲେ ।ଏହି ଶିବିରରେ ଗୋଷ୍ଠୀ ସମ୍ବଳ ଶିକ୍ଷକ ମହେଶ ମହାପାତ୍ର,ସାଗରିକା ପଣ୍ଡା, ଅରବିନ୍ଦ କୁମ୍ଭକାର, ଅନୁପ ଗୁପ୍ତା,ଜ୍ଯୋତିଵଷୁ ଭଂଜ ଦିଵ୍ଯାଙ୍ଗ ପିଲାମାନଙ୍କ ପାଇଁ କିଭଳି ପ୍ରଶିକ୍ଷଣ ଦିଆଯିବ ତାହା ଉପରେ ପ୍ରାଞ୍ଜଳ ଭାବରେ ଉପସ୍ଥିତ ଶିକ୍ଷକ/ ଶିକ୍ଷୟତ୍ରୀଙ୍କୁ ତାଲିମ ଦେଇଥିଲେ । ପ୍ରୋଜେକ୍ଟରେ ମାଧ୍ୟମରେ ଭିଡିଓ କ୍ଲିପ ପ୍ରଦର୍ଶିତ କରାଯାଇଥିଲା । ଭଵିଷ୍ଯତରେ‌ ଅକ୍ଷମ ହୋଇ ମଧ୍ୟ ସକ୍ଷମ ଭଳି କାମ କରି ପାରିବେ । ସେମାନେ ଭବିଷ୍ୟତରେ ନିଜ,ପରିବାର ଓ ସମାଜ ପାଇଁ ବୋଝ ହୋଇ ନ ରହିବେ ଏହାହିଁ ଏହି ତାଲିମର ଉଦେଶ୍ୟ ଥିଲା । ଶେଷ ଦିନରେ ଏହି ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନେ ପିସିଏମ ଗୋଷ୍ଠୀ ସାଧନ କେନ୍ଦ୍ର ପରିସରରେ ଥିବା ଅନ୍ତର୍ନିଵେଶୀ ଶିକ୍ଷା ସାଧନ କେନ୍ଦ୍ର ପରିଭ୍ରମଣ ରେ ଯାଇଥିଲେ । ସେଠାରେ ଦିଵ୍ଯାଙ୍ଗ ପିଲାଙ୍କ ପାଇଁ ବିଭିନ୍ନ ଶିକ୍ଷା ଉପକରଣ ବ୍ୟବହାର ଉପରେ ଜ୍ଞାତଵ୍ଯ ତଥ୍ୟ ଆହରଣ କରିଥିଲେ ।ଏହା ବ୍ୟତୀତ ଦିଵ୍ଯାଙ୍ଗ ତଥା ସେହି ବର୍ଗର ପିଲାମାନଙ୍କୁ କିଭଳି ସାଧାରଣ ଵିଦ୍ଯାଳୟରେ ପଢାଯିବ , ସେଥିପାଇଁ ପ୍ରଶିକ୍ଷଣ ଦିଆଯାଇଥିଲା ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ସ୍ଵାଭିମାନୀ ଓଡିଆର ନବତ୍ସୋବ କାର୍ଯ୍ୟକ୍ରମ ଆସନ୍ତା ୧୪ ରେ……

Sunil Chandra Nayak

ରାଉରକେଲା କଲେଜ ‘ଓଡିଆ ବିଭାଗ’ର ଆଲୋଚନାଚକ୍ର…

Sunil Chandra Nayak

ମରଣ ଜନ୍ତା ପାଲଟିଛି ଖୁଟୁବାଇ – ମାଲେକୋଟ ରାସ୍ତା, ହେଉନି ମରାମତି :ଜନ ସାଧାରଣ ରେ ଅସନ୍ତୋଷ

Leave a Comment

error: Content is protected !!