ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ଆପ୍ ହିନ୍ଦୋଳ ନିର୍ବାଚନ ମଣ୍ଡଳୀ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଛଅ ଦଫା ଦାବିପତ୍ର    

 ଢେଙ୍କାନାଳ -(ମନିସ )19/8/23//ଆମ୍ ଆଦମୀ ପାର୍ଟି ହିନ୍ଦୋଳ ନିର୍ବାଚନ ମଣ୍ଡଳୀରେ ସ୍ଥାନୀୟ ସମସ୍ୟାର ସମାଧାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଛଅ ଦଫା ସମ୍ବଳିତ ଏକ ଦାବିପତ୍ର ଉପ ଜିଲ୍ଲାପାଳଙ୍କ ଜରିଆରେ ପ୍ରଦାନ କରଯାଇଥିଲା l ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ରାଜ୍ୟ ସଭାପତି ଶ୍ରୀ ନିଶିକାନ୍ତ ମହାପାତ୍ର ଯୋଗଦେଇ ଢେଙ୍କାନାଳ ତଥା ଓଡିଶାର ସାମାଜିକ, ରାଜନୈତିକ, ତଥା ଦୁର୍ନୀତି ଓ ଭ୍ରଷ୍ଟାଚାର ଉପରେ ନିଜ ବ୍ୟକ୍ତବ୍ୟ ରଖିଥିଲେ l ବର୍ତ୍ତମାନ ଦୈନଦିନ ଜୀବନରେ ଶିକ୍ଷା, ସ୍ୱାସ୍ଥ୍ୟ, ଜଳ ସହିତ ବିଜୁଳି ମଧ୍ୟ ଅତ୍ୟାବଶ୍ୟକୀୟ ହୋଇପଡିଛି l ହିନ୍ଦୋଳ ଉପଖଣ୍ଡ ଚିକିତ୍ସାଳୟରେ ଡାକ୍ତର ମରୁଡି ଆଶଙ୍କା ଥିବା ବେଳେ ପାନୀୟ ଜଳ ଜନିତ ରୋଗ ବଢି ଚାଲିଛି l ଉପଖଣ୍ଡର ପ୍ରାୟ ଅଞ୍ଚଳରେ ବାରମ୍ବାର ଅଘୋଷିତ ବିଦ୍ୟୁତକାଟ ହେଉଥିବା ବେଳେ ଲୋକମାନେ ଲୋ-ଭୋଲ୍ଟେଜ୍ ର ଶିକାର ହେଉଛନ୍ତି l କେଁଉଠି ଗରିବ ଲୋକମାନେ ସରକାରଙ୍କ ସୌଭାଗ୍ୟ ଯୋଜନାରେ ବିଦ୍ୟୁତ ସଂଯୋଗ ପାଇଥିବା ବେଳେ ଟାଟା ପାୱାର ଜୁଲୁମ କରି ଟଙ୍କା ଆଦାୟ କରୁଛି l ଯଦି କୌଣସି ଗରିବ ଲୋକ ବା ଗରିବ ବସ୍ତିର ଲୋକମାନେ ଟଙ୍କା ଦେଇପାରୁନାହାନ୍ତି ତେବେ ସେହି ବସ୍ତି ଏବଂ ଲୋକମାନଙ୍କର ବିଜୁଳି ସଂପୂର୍ଣ୍ଣ କାଟିଦିଆଯାଉଛି l ଏହି ପରିପ୍ରେକ୍ଷୀ ରେ ଆମ୍ ଆଦମୀ ପାର୍ଟି, ହିନ୍ଦୋଳ ଶାଖା ନିମ୍ନ ସମସ୍ୟା ଗୁଡିକର ଆସୁ ସମାଧାନ ପାଇଁ ଦାବି କରୁଛି l ଯଥା : ପ୍ରତ୍ୟେକ ମାସରେ ପ୍ରତ୍ୟେକ ପରିବାରକୁ ଦୁଇଶହ ୟୁନିଟ ଦେୟମୁକ୍ତ ବିଜୁଳି ଓ ନିରବଛଚ୍ଛିନ ବିଜୁଳି ଯୋଗାଣ, ଯେଉଁ ଗରିବ ଲୋକ ମାନଙ୍କର ବିଜୁଳି ବିଚ୍ଛିନ୍ନ କରାଯାଇଛି ତାର ପୁନଃ ସଂଯୋଗ କରାଯାଉ, ହିନ୍ଦୋଳ ଉପଖଣ୍ଡ ଚିକିତ୍ସାଳୟରେ ଶିଶୁରୋଗ ବିଶେଷଜ୍ଞ, ଭେଷଜ ବିଶେଷଜ୍ଞ, ଏବଂ ସ୍ତ୍ରୀ ଓ ପ୍ରସୂତି ବିଶେଷଜ୍ଞ ନିଯୁକ୍ତି କରିବା, ପ୍ରତ୍ୟେକ ଘରକୁ ବିଶୁଦ୍ଧ ପାନୀୟଜଳ ପାଇପ ଯୋଗେ ନିଃଶୁଳ୍କ ଯୋଗାଇବା , ପ୍ରତ୍ୟେକ ବେକାର ଶିକ୍ଷିତ ଯୁବକ ଯୁବତୀ ମାନଙ୍କୁ ନିଯୁକ୍ତି ଦେବା କିମ୍ବା ମାସିକ ୫ ହଜାର ଟଙ୍କା ବେରୋଜଗାରି ଭତ୍ତା ପ୍ରଦାନ କରିବା ଓ ପ୍ରତ୍ୟେକ ବୃଦ୍ଧ -ବୃଦ୍ଧା ମାନଙ୍କୁ ବାର୍ଦ୍ଧକ୍ୟ ଭତ୍ତା, ଦିବ୍ୟଙ୍ଗ ଭତ୍ତା, ବିଧବା ଭତ୍ତା ମାସିକ ସର୍ବନିମ୍ନ ୨୫୦୦ ଟଙ୍କା ପ୍ରଦାନ କରିବା l ତାହା ଛଡା ଅନେକ ଗରିବ ଗୁରୁବା ଲୋକ କାହାର ଭତ୍ତା ପାଇଁ , କାହାର ଘର ପାଇଁ, କାହାର ଚାଉଳ ଗଣ୍ଡେ ପାଇଁ, କାହାର ପଣି ମୁନ୍ଦେ ପାଇଁ ତ କିଏ ଜମି ଗୁଣ୍ଠେ ପାଇଁ ଦରଖାସ୍ତ ଦେଇଥିଲେ l ଯଦି ଏହି ସମସ୍ୟା ଗୁଡିକର ଆଶୁ ସମାଧାନ କରାନଯାଏ ତେବେ ହିନ୍ଦୋଳ ନିର୍ବାଚନ ମଣ୍ଡଳୀର ସାଧାରଣ ଲୋକମାନେ ଆଗାମୀ ନିର୍ବାଚନରେ ଉପଯୁକ୍ତ ଜବାବ ଦେବେ ବୋଲି ଜିଲ୍ଲା ସଭାପତି ପଙ୍କଜ ନାୟକ ଯୋଗଦେଇ କହିଥିଲେl ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଉପସଭାପତି ରମେଶ ପଣ୍ଡା ଓ ବିକ୍ରମ ରାଉତ , ଜିଲ୍ଲା ସାଧାରଣ ସମ୍ପାଦକ ବିଷ୍ଣୁ ପ୍ରସାଦ ପଣ୍ଡା , ସଂଗଠନ ସମ୍ପାଦକ ବିଧୁ ରଞ୍ଜନ ନାୟକ , ଶଙ୍କର୍ଷଣ ଦଳାଈ , ସୋସିଆଲ ମିଡିଆ ପ୍ରଭାରି ସୁମନ୍ତ ଗୋଛାୟତ, ଯୁବ ସଭାପତି ଅଶ୍ୱିନୀ ପଟ୍ଟନାୟକ, ମିଡିଆ ସଦସ୍ୟ ଜିତେନ୍ଦ୍ର ବେହେରା , ମହିଳା ସଭାନେତ୍ରୀ ସଂଯୁକ୍ତା ମହାପାତ୍ର, ରୁବି ନାୟକ, କମଳୀ ନାୟକ, ହିନ୍ଦୋଳ ବ୍ଲକ ସଭାପତି ମନୋରଞ୍ଜନ ପାଳ, ଗଁଦିଆ ବ୍ଲକ ସଭାପତି ଶେଷଦେବ ବେହେରା, ସଦସ୍ୟ ପ୍ରଶାନ୍ତ ନାୟକ, ବିନୟ କୁମାର ସାହୁ ପ୍ରମୁଖ ଶତାଧିକ କର୍ମକର୍ତ୍ତାଙ୍କ ସହିତ ହିନ୍ଦୋଳ ନିର୍ବାଚନ ମଣ୍ଡଳୀର ଜନସାଧାରଣ ଏହି ବିଜୁଳି ଆନ୍ଦୋଳନରେ ଯୋଗ ଦେଇଥିଲେ

ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ବିଜୁ ବାବୁ ଙ୍କ 26 ତମ ଶ୍ରାଦ୍ଧ ବାର୍ଷିକି ପାଳନ

Sunil Chandra Nayak

ରାଇରଙ୍ଗପୁରରେ କଂଗ୍ରେସ ଦଳ ତରଫରୁ ଆମ୍ବେଦକରଙ୍କ ୧୩୨ ତମ ଜୟନ୍ତୀ 

Sunil Chandra Nayak

ରାଉରକେଲା ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ପ୍ରଚାର 

masiha

Leave a Comment

error: Content is protected !!