ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବାଲୁକା ଶିଳ୍ପୀ ଓମ ପ୍ରକାଶ ସାହୁଙ୍କୁ ମିଳିଲା ରାଷ୍ଟ୍ରୀୟ ଗୌରବ ସମ୍ମାନ

କର୍ଲାମୁଣ୍ଡା: କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଗଜବାହାଲ ପଂଚାୟତ ଅନ୍ତର୍ଗତ ଡଙ୍ଗରମୁଣ୍ଡା ଗ୍ରାମର ବାଲୁକା ଶିଳ୍ପୀ ଉତ୍କଳ ସଂସ୍କୃତି ବିଶ୍ୱ ବିଦ୍ୟାଳୟ ରୁ ଚିତ୍ରକଳାରେ ପିଜି ପାଠ୍ୟକ୍ରମ ସମାପ୍ତ କଲା ପରେ ବଲାଙ୍ଗିର ଜିଲ୍ଲାରେ ଶିକ୍ଷକତା କରିବା ସହ ତାଙ୍କର ବାଲୁକା କଳା ଜାରି ରଖିଛନ୍ତି l ଏତିମଧ୍ୟରେ ସେ ବିଭିନ୍ନ ଜାତୀୟ ଅନ୍ତର୍ଜାତୀୟ ସ୍ତରରେ ବାଲୁକା କଳା ପ୍ରଦର୍ଶନ କରି ବେଶ ଖ୍ୟାତି ଲାଭ କରିଛନ୍ତି l ୨୦୨୦ ମସିହା ରେ ଭାରତ ର ଐତିହ୍ୟ ଉପରେ ୨୬ ଫୁଟ ଉଚ୍ଚତା ବିଶିଷ୍ଟ ବାଲୁକା କଲା ନିର୍ମାଣ କରି Exclusive world records ଓ Asia book of records ହାତେଇଛନ୍ତି l ୨୦୨୨ ମସିହା ରେ ଉତ୍ତର ପ୍ରଦେଶରେ ଜାତୀୟ ସ୍ତରୀୟ ଭାସ୍କର୍ୟ୍ଯ କଳା ପ୍ରତିଯୋଗିତାରେ ରୌପ୍ୟ ପଦକ ହାସଲ କରିଛନ୍ତି ଓ ଚଳିତ ବର୍ଷ ୨୩ ଜାନୁଆରୀ ରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୬ ତମ ଜୟନ୍ତୀ ଅବସରରେ ୩୬ ଫୁଟ ଉଚ୍ଚତା ବିଶିଷ୍ଟ ବାଲୁକା କଳା ନିର୍ମାଣ କରି Kings book of world records ରେ ସାମିଲ କରି ଛନ୍ତି l ସେଥିପାଇଁ ତାଙ୍କୁ ବିଭିନ୍ନ ସରକାରୀ ଅନୁଷ୍ଠାନରୁ ପ୍ରୋତ୍ସାହିତ ହୋଇ ଆସୁଛନ୍ତି l ନିକଟ ଅତୀତରେ ହାଇଦ୍ରାବାଦର ପତି ଶ୍ରୀରାମ୍ମୁଲୁ ବିଶ୍ୱବିଦ୍ୟାଳୟରେ ହୋଇ ଥିବା ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଆନ୍ତର୍ଜାତୀୟ ସ୍ୱତନ୍ତ୍ର ତାରକା ସମ୍ମାନ ପ୍ରଦାନ କରାଯାଇ ଥିଲା l ୭୭ତମ ସ୍ୱାଧୀନତା ଦିବସ ଅବସରରେ ମଧ୍ୟପ୍ରଦେଶର ଇନ୍ଦୋରରୁ ତାଙ୍କୁ ରାଷ୍ଟ୍ରୀୟ ଗୌରବ ସମ୍ମାନ ରେ ସମ୍ମାନିତ କରାଯାଇଛି l ତେଣୁ ତାଙ୍କ ପାଖକୁ ବିଭିନ୍ନ ଅନୁଷ୍ଠାନମାନଙ୍କରୁ ଶୁଭେଚ୍ଛାର ସୁଅ ଛୁଟୁଛି l

କର୍ଲାମୁଣ୍ଡାରୁ ସୁଶାନ୍ତ ରଣାଙ୍କ ରିପୋର୍ଟ, ମସୀହା

Related posts

କୌଶିକ ବାବା +୩ ମହାବିଦ୍ୟାଳୟରେ “ସ୍ବଚ୍ଛତା ହିଁ ସେବା” କାର୍ଯ୍ୟକ୍ରମ

masiha

ଷ୍ଟେଟ ବ୍ୟାଙ୍କ ଯୋରନ୍ଦା ଶାଖା ପରିଚାଳକଙ୍କ ବିଦାୟକାଳୀନ ସମ୍ବର୍ଦ୍ଧନା

ସଚେତନ ନାଗରିକ ମଞ୍ଚର ବଂଧୁମିଳନ ଓ ସାଧାରଣ ପରିଷଦ ବୈଠକ

Sunil Chandra Nayak

Leave a Comment

error: Content is protected !!