ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବୁଢ଼ାପଡ଼ା ଉନ୍ନୀତ ଉଚ୍ଚ ବିଦ୍ୟାଳୟ ର ତୃତୀୟ ଶ୍ରେଣୀ ଛାତ୍ର କେଶବ ଜଗତ ନାଲ ପାଣି ରେ ବୁଡି ମରିବା ଘଟଣା, ପ୍ରଶାସନ ପଦକ୍ଷେପ ୪ ଜଣ ଶିକ୍ଷକ ନିଲମ୍ବିତ

ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକ ବୁଢ଼ାପଡ଼ା ଉନ୍ନୀତ ଉଚ୍ଚ ବିଦ୍ୟାଳୟ ଅଭାବନୀୟ ଘଟଣା ଘଟି ଯାଇଥିବା ବେଳେ ଏହି ଘଟଣା ରେ ସଂପୃକ୍ତ ଏବଂ ଦାୟିତ୍ବ ଅବହେଳା କରିଥିବା ଶିକ୍ଷକଙ୍କ ବିରୁଦ୍ଧରେ ଜିଲ୍ଲା ପ୍ରଶାସନ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ପ୍ରଧାନ ଶିକ୍ଷକ ରାଜେନ୍ଦ୍ର ଯୋଶୀ ସହ ଅନ୍ୟ ତିନି ଶିକ୍ଷକ, ଶିକ୍ଷୟତ୍ରୀ ଲୁଚନା ବେହେରା, ହିଙ୍ଗୁଳା ବେହେରା ଓ କିଶୋର ସାହୁ ଙ୍କୁ କାର୍ଯ୍ୟରୁ ନିଲମ୍ୱିତ କରିଛନ୍ତି। ସୂଚନା ଥାଉକି ଘଟଣା ଦିନ ଶିକ୍ଷକ ଜିତେନ୍ଦ୍ର କୁମାର ପଣ୍ଡା ଛୁଟିରେ ଥିଲେ । ମଙ୍ଗଳବାର ସେ ବିଦ୍ୟାଳୟ ଖୋଲି ଶିକ୍ଷା ଦାନ କରିଥିବା ବେଳେ ଶିଶୁ ଙ୍କ ମୃତ୍ୟୁ କୁ ନେଇ ବିଦ୍ୟାଳୟ ରେ ଶୋକ ସଭା କରାଯାଇଥିଲା । ବିଦ୍ୟାଳୟ ରେ ବର୍ତ୍ତମାନ ଜଣେ ମାତ୍ର ଶିକ୍ଷକ ଶିକ୍ଷକ ଶିକ୍ଷା ଦାନ କରୁଥିବା ବେଳେ ଶିକ୍ଷା ବିଭାଗ ପକ୍ଷରୁ ଚାରି ଜଣ ଶିକ୍ଷକ ଙ୍କୁ ଡେ଼ପୁଟେସନ କରାଯାଇଛି ବୋଲି ଜିଲ୍ଲା ଶିକ୍ଷା ଅଧିକାରୀ କରୁଣାକର ଭୁଏ କହିଛନ୍ତି । ଶିକ୍ଷକ ଜିତେନ୍ଦ୍ର ପଣ୍ଡା ଙ୍କ ସହିତ ସ୍କୁଲ ପରିଚାଳନା କମିଟି ସଭାପତି ଜୟଶଙ୍କର ମାଝୀ ସ୍କୁଲ ରେ ଉପସ୍ଥିତ ଥିଲେ । ସୂଚନା ଥାଉକି ବିଦ୍ୟାଳୟରେ ପ୍ରଥମ ରୁ ଦଶମ ଶ୍ରେଣୀ ପ୍ରଯନ୍ତ ୧୭୧ ଜଣ ଛାତ୍ରଛାତ୍ରୀ ଥିବା ବେଳେ ମାତ୍ର ପାଞ୍ଚ ଗୋଟି ଶ୍ରେଣୀ ଗୃହ ଅଛି । ପୁଣି ବିଦ୍ୟାଳୟ ରେ ମାତ୍ର ପାଞ୍ଚଜଣ ଶିକ୍ଷକ ଶିକ୍ଷୟିତ୍ରୀ ଶିକ୍ଷା ଦାନ କରୁଥିଲେ । ପ୍ରତି ଶ୍ରେଣୀ ଜଣେ ଶିକ୍ଷକ ସହିତ ୧୦ ଗୋଟି ଶ୍ରେଣୀ ଗୃହ ରହିବା କଥା । ବିଦ୍ୟାଳୟ ପରିଚାଳନା ରେ ଶିକ୍ଷା ବିଭାଗର ମଧ୍ୟ ତ୍ରୁଟି ରହିଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି ।

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ଜୁନାଗଡ଼କୁ ଜିଲ୍ଲା ମାନ୍ୟତା ଦାବୀ ନେଇ ଷଷ୍ଠ ଦିନରେ ପହଞ୍ଚିଲା ଧାରଣା , ସମର୍ଥନ ଦେଇ ଧାରଣାରେ ବସିଲେ ମାରୱାଡି ଯୁବାମଞ୍ଚ ଓ ସିନିୟର ସିଟିଜେନ ଫୋରମ

masiha

ସେଞ୍ଚୁରିଆନ ବିଶ୍ୱବିଦ୍ୟାଳୟ ପକ୍ଷରୁ ବିଶିଷ୍ଟ ସାର୍ବଜନୀନ ସେବା ପାଇଁ ୫୦ “ସେଞ୍ଚୁରିଆନ ସାଥୀ”ଙ୍କୁ ସମ୍ମାନିତ 

Sunil Chandra Nayak

କୌଶିକ ବାବା ଯୁକ୍ତ ତିନି ମହାବିଦ୍ୟାଳୟରେ ଜାତୀୟ ଯୁବ ଦିବସ ପାଳିତ

Sunil Chandra Nayak

Leave a Comment

error: Content is protected !!