ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କର୍ଲାମୁଣ୍ଡା ପ୍ରାଥମିକ କୃଷି ସମବାୟ ସମିତି ଲିଃ , ସଭାପତି ପଦବୀ ପାଇଁ ଜଣେ ମାତ୍ର ମହିଳା ପ୍ରାଥିନିଙ୍କ ନାମାଙ୍କନ ପତ୍ର ଦାଖଲ

କର୍ଲାମୁଣ୍ଡା: କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ପ୍ରାଥମିକ ସମବାୟ ସମିତିଲିଃ ର ସଭାପତି ପଦବୀ ପାଇଁ ମଙ୍ଗଳବାର ଜଣେ ମାତ୍ର ମହିଳା ପ୍ରାଥିନି ନାମାଙ୍କନ ପତ୍ର ଦାଖଲ କରିଥିବା ଥିବା ଜଣା ପଡ଼ିଛି। ତେବେ ସମବାୟ ପ୍ରାଥମିକ କୃଷି ସମିତି ୧୫ ଜଣ ନିର୍ଦେଶକ/ନିର୍ଦେଶୀକା ଙ୍କ ମଧ୍ୟରୁ ନିର୍ଦ୍ଦେଶକ ଦିଲ୍ଲୀପ କୁମାର ସାହୁ, ସତ୍ୟମ ରଣା, ରଥ ରଣା, ଭରତଚନ୍ଦ୍ର ବେହେରା, କ୍ଷମରାଜ ସାହୁ, ଆନନ୍ଦ ସାହୁ, କବିରାଜ ସାହୁ, ସୁକୃ ରଣା, ରାଜୀବ ସାହୁ, ଟିକ ବାଗ ପ୍ରମୁଖଙ୍କ ସମର୍ଥନ ରେ କର୍ଲାମୁଣ୍ଡା ବସ୍ତିର ନିର୍ଦେଶୀକା ଇନ୍ଦୁମତି ଭୋଇ ସଭାପତି ପଦବୀ ପାଇଁ ଜଣେ ମାତ୍ର ପ୍ରାଥିନି ଭାବେ ନାମାଙ୍କନ ପତ୍ର ଦାଖଲ କରି ନିର୍ଦ୍ୱନ୍ଦରେ ବିଜୟ ଲାଭ କରିଥିବା ଗୋଟିଏ ପ୍ରକାର ନିଶ୍ଚିତ ହୋଇଥିବା ସୂଚନା ମିଳିଛି। ତେବେ ନିର୍ଦ୍ଧାରିତ ଅପରାହ୍ନ ୧ ଘଟିକା ସୁଦ୍ଧା ଅନ୍ୟ କେହି ନାମାଙ୍କନ ପତ୍ର ଦାଖଲ କରିନ ଥିବା ନିର୍ବାଚନ ଅଧିକାରୀ ପ୍ରକାଶ କରିଛନ୍ତି। ଏଠାରେ ସୂଚନାଯୋଗ୍ୟ ଯେ ସମବାୟ ସମିତିର ସଭାପତି ସ୍ବର୍ଗତ ଗୋବର୍ଦ୍ଧନ ଭୋଇ ଙ୍କ ବିୟୋଗ ପରେ ଏହି ପଦବୀ ଖାଲି ରହିଥିଲା। ଏହି ଅବସରରେ କର୍ଲାମୁଣ୍ଡା ପ୍ରାଥମିକ କୃଷି ସମବାୟ ସମିତିଲିଃ ର ନିର୍ବାଚନ ବିଜ୍ଞାପନ ସଂଖ୍ୟା ୨୩, ତାରିଖ ୧୬/୮/୨୦୨୩ ଅନୁସାରେ ନିର୍ବାଚନ ଅଧିକାରୀ ଭାବେ ସୁଶୀଲ ସାହୁ ଯୋଗ ଦେଇ ନିର୍ବାଚନ ପ୍ରକ୍ରିୟା କୁ ପରିଚାଳନା କରିଥିବାବେଳେ ପ୍ରାଥମିକ କୃଷି ସମବାୟ ସମିତିଲିଃ ର ମୁଖ୍ୟ କାର୍ୟ୍ଯ ନିର୍ବାହୀ ଅଧିକାରୀ ଭବାନୀ ଶଙ୍କର ସାହୁ, ଡିଇଓ ଅଚିନ ଅନୁଭବ ଷଡ଼ଙ୍ଗୀ, ଆଦିବାସୀ ଯୁବ ନେତା ନନ୍ଦି କିଶୋର ଭୋଇ, ଚାଷୀ ନେତା ସ୍ୱାଗତ ଭୋଇ, ସୁବାଷ ଚନ୍ଦ୍ର ଭୋଇ, ଅର୍ଜୁନ ସାହୁ, ରାତ୍ର ସାହୁ, ଜଳନ୍ଧର ଭୋଇ ପ୍ରମୁଖ ଉପସ୍ଥିତ ଥିଲେ l

କର୍ଲାମୁଣ୍ଡାରୁ ସୁଶାନ୍ତ ରଣାଙ୍କ ରିପୋର୍ଟ, ମସୀହା

Related posts

ନର୍ଲା ଥାନାରେ ନୂତନ ଥାନାଧିକାରୀଙ୍କ ଯୋଗଦାନ

masiha

ଲକ୍ଷ୍ମୀପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଫାଇବ୍ ଟି ଜରିଆରେ ସୌନ୍ଦର୍ଯ୍ୟ କରଣ କରିବା ନିମନ୍ତେ  କୋରାପୁଟ ଜିଲ୍ଲାପାଳ ଗସ୍ତ କରି ଭିତ୍ତି ଭୁମି ତର୍ଜମା କଲେ

Sunil Chandra Nayak

ବନ୍ଧୁଗାଁରେ ଜିଲ୍ଲାସ୍ତରୀୟ ଜନଶୁଣାନୀ ଅବଭିଯୋଗ କାର୍ଯ୍ୟକ୍ରମ 

masiha

Leave a Comment

error: Content is protected !!