ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବରିଷ୍ଠ ଓ ସଚେତନ ନାଗରିକ ମଞ୍ଚ କାର୍ଯ୍ୟକ୍ରମ ଅନୁଷ୍ଠିତ

କୋକସରା,୨୧/୦୮ // କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ରେଙ୍ଗାଳପାଲି ପଞ୍ଚାୟତ ଝରିଆଗୁଡା ଠାରେ ରବିବାର ସ୍ୱୟଂ ସହାୟକ ଗୋଷ୍ଠିଙ୍କ ଆୟୋଜନରେ ଶିବ ମନ୍ଦିର ପରିସରରେ ବରିଷ୍ଠ ଓ ସଚେତନ ନାଗରିକ ମଞ୍ଚର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ରେଙ୍ଗାଳପାଲି ଗ୍ରାମ ପଞ୍ଚାୟତ ସରପଞ୍ଚ ପଦ୍ମିନୀ ପାତ୍ରଙ୍କ ସଭାପତିତ୍ୱରେ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ନାଗରିକ ମିନିକେତନ ପ୍ରଧାନୀ ଯୋଗଦେଇ ବରିଷ୍ଠ ଓ ସଚେତନ ନାଗରିକଙ୍କ ମୂଲ୍ୟବୋଧକୁ ନେଇ ନିଜର ମତ ପ୍ରକାଶ କରିଥିଲେ । ସମ୍ମାନିତ ଅତିଥି ଭାବେ ସମିତି ସଭ୍ୟ ମୁକ୍ତେଶ୍ଵର ନାଏକ, ଜୟଲାଲ ନାଏକ, ହରଲାଲ ଗୁପ୍ତା, ହୀରାଲାଲ ସରାଫ, କଳ୍ପବଟ ପଟ୍ଟନାୟକ, ବାହାଦୂର ମାଝୀ, ନାରାୟଣ ପଟ୍ଟନାୟକ, ପଙ୍କଜ ପଟ୍ଟନାୟକ, ରାଜେନ୍ଦ୍ର ସାହୁ, କୃତ୍ତିବାସ ନାଏକ, ସହଦେଵ ପଟ୍ଟନାୟକ, କୁରୁକ୍ଷେତ୍ର ପାଣିଗ୍ରାହୀ, ଘନଶ୍ୟାମ ପଟ୍ଟନାୟକ ପ୍ରମୁଖଙ୍କ ସହ ଅନେକ ସଚେତନ ନାଗରିକ ଯୋଗଦେଇ ନିଜର ଅନୁଭୂତିକୁ ନେଇ ଆଗାମୀ ପିଢ଼ିକୁ ବାର୍ତ୍ତା ଦେଇଥିଲେ।ରେଙ୍ଗାଳପାଲି ଗ୍ରାମ ପଞ୍ଚାୟତକୁ ସବୁଜ ସୁନ୍ଦର, ନିଶାମୁକ୍ତ, ସ୍ୱଚ୍ଛ ପରିମଳ ପରିବେଶ କରିବାକୁ ପରାମର୍ଶ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ମିଶନ ଶକ୍ତିର ମହିଳା କର୍ମଚାରୀ ସମେତ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ମାନେ ଉପସ୍ଥିତ ରହିଥିଲେ।

ମସିହା ନିୟୁଜ୍ ସର୍ଭିସ୍ 

Related posts

ପାରମ୍ପରିକ ଆଞ୍ଚଳିକ ବୈଦ୍ୟସଂଘର ମାସିକ ବୈଠକ

Sunil Chandra Nayak

ବିପଦ ସଂକୁଳ ଅବସ୍ଥାରେ ଅଚଳ ନଳକୂପ

Sunil Chandra Nayak

5 ଟି ବିଦ୍ୟାଳୟ କାନ୍ଥ ରେ ଜନହିତକର ବାର୍ତ୍ତା 

masiha

Leave a Comment

error: Content is protected !!