ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବରିଷ୍ଠ ଓ ସଚେତନ ନାଗରିକ ମଞ୍ଚ କାର୍ଯ୍ୟକ୍ରମ ଅନୁଷ୍ଠିତ

କୋକସରା,୨୧/୦୮ // କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ରେଙ୍ଗାଳପାଲି ପଞ୍ଚାୟତ ଝରିଆଗୁଡା ଠାରେ ରବିବାର ସ୍ୱୟଂ ସହାୟକ ଗୋଷ୍ଠିଙ୍କ ଆୟୋଜନରେ ଶିବ ମନ୍ଦିର ପରିସରରେ ବରିଷ୍ଠ ଓ ସଚେତନ ନାଗରିକ ମଞ୍ଚର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ରେଙ୍ଗାଳପାଲି ଗ୍ରାମ ପଞ୍ଚାୟତ ସରପଞ୍ଚ ପଦ୍ମିନୀ ପାତ୍ରଙ୍କ ସଭାପତିତ୍ୱରେ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ନାଗରିକ ମିନିକେତନ ପ୍ରଧାନୀ ଯୋଗଦେଇ ବରିଷ୍ଠ ଓ ସଚେତନ ନାଗରିକଙ୍କ ମୂଲ୍ୟବୋଧକୁ ନେଇ ନିଜର ମତ ପ୍ରକାଶ କରିଥିଲେ । ସମ୍ମାନିତ ଅତିଥି ଭାବେ ସମିତି ସଭ୍ୟ ମୁକ୍ତେଶ୍ଵର ନାଏକ, ଜୟଲାଲ ନାଏକ, ହରଲାଲ ଗୁପ୍ତା, ହୀରାଲାଲ ସରାଫ, କଳ୍ପବଟ ପଟ୍ଟନାୟକ, ବାହାଦୂର ମାଝୀ, ନାରାୟଣ ପଟ୍ଟନାୟକ, ପଙ୍କଜ ପଟ୍ଟନାୟକ, ରାଜେନ୍ଦ୍ର ସାହୁ, କୃତ୍ତିବାସ ନାଏକ, ସହଦେଵ ପଟ୍ଟନାୟକ, କୁରୁକ୍ଷେତ୍ର ପାଣିଗ୍ରାହୀ, ଘନଶ୍ୟାମ ପଟ୍ଟନାୟକ ପ୍ରମୁଖଙ୍କ ସହ ଅନେକ ସଚେତନ ନାଗରିକ ଯୋଗଦେଇ ନିଜର ଅନୁଭୂତିକୁ ନେଇ ଆଗାମୀ ପିଢ଼ିକୁ ବାର୍ତ୍ତା ଦେଇଥିଲେ।ରେଙ୍ଗାଳପାଲି ଗ୍ରାମ ପଞ୍ଚାୟତକୁ ସବୁଜ ସୁନ୍ଦର, ନିଶାମୁକ୍ତ, ସ୍ୱଚ୍ଛ ପରିମଳ ପରିବେଶ କରିବାକୁ ପରାମର୍ଶ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ମିଶନ ଶକ୍ତିର ମହିଳା କର୍ମଚାରୀ ସମେତ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ମାନେ ଉପସ୍ଥିତ ରହିଥିଲେ।

ମସିହା ନିୟୁଜ୍ ସର୍ଭିସ୍ 

Related posts

ରାଇଘର ଠାରେ ଅତିରିକ୍ତ ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଧ୍ୟକ୍ଷତାରେ ଏକ ଜନଶୁଣାଣି ଶିବିର ଅନୁଷ୍ଠିତ

masiha

ପ୍ରତ୍ୟେକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନଙ୍କୁ ସମ୍ବର୍ଦ୍ଧିତ କଲେ ନବନିର୍ବାଚିତ କର୍ମକର୍ତ୍ତା

masiha

ଇନଷ୍ଟିଚ୍ୟୁସନ୍ ଅଫ୍ ଇଞ୍ଜିନିୟର୍ସ (ଭାରତ), ରାଉରକେଲା କେନ୍ଦ୍ର ଠାରେ “ଜାତୀୟ ପ୍ରଯୁକ୍ତିବିଦ୍ୟା ଦିବସ” , “ବିଶ୍ୱ ଟେଲି ଯୋଗାଯୋଗ ଏବଂ ସୂଚନା ସମାଜ ଦିବସ” ପାଳନ

masiha

Leave a Comment

error: Content is protected !!