ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶିଶୁଙ୍କ ପାଇଁ ଦିନଟିଏ , ବାଲ୍ୟ ବିବାହ ନିରୋଧ ଓ ବେଟି ବଚାଓ ବେଟି ପଢ଼ାଓ ର ଟାସ୍କ ଫୋର୍ସ ବୈଠକ

କଳାହାଣ୍ଡି ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଶିଶୁଙ୍କ ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଏହି ଅବସରରେ ବାଲ୍ୟ ବିବାହ ନିରୋଧ ଓ ବେଟି ବଚାଓ ବେଟି ପଢ଼ାଓ ର ଟାସ୍କ ଫୋର୍ସ ବୈଠକ ଆୟୋଜନ କରାଯାଇଥିଲା। ଜିଲ୍ଲାପାଳ କଳାହାଣ୍ଡି ପି ଅନ୍ୱେଷା ରେଡ୍ଡୀଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ତନ୍ମୟ କୁମାର ଦରୱାନ୍,ଉପ ଜିଲ୍ଲାପାଳ ଭବାନୀପାଟଣା ଡ ବିଶ୍ୱଜିତ୍ ଦାସ, ସିଡିଏମଓ, ଡିଇଓ,ଡିପିଏମ (ଏନ୍ ଏଚ୍ ଏମ), ଡିଏସପି, ସିଡବ୍ଲୁ ସି ଅଧ୍ୟକ୍ଷ, ଡିଏସଡବ୍ଲୁ ଓ,ଡି ଡବ୍ଲୁ ଓ,ଡି ଏସ ଓ , ଡି ଆଇପି ଆର୍ ଓ, ଡି ପିଓ,ଯୁବ ସଂଯୋଜକ ନେହେରୁ ଯୁବ କେନ୍ଦ୍ର,ସହକାରୀ ଶ୍ରମ ଅଧିକାରୀ,ବିଭିନ୍ନ ଏନଜିଓ ର କର୍ମକର୍ତ୍ତା, ଚାଇଲ୍ଡ ଲାଇନ ର ସଦସ୍ୟା, ଡିସିପିଓ କାର୍ଯ୍ୟାଳୟ ର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ।

ଡିସିପିଓ ସୈଲେନ୍ଦୁ ଶେଖର ମହାପାତ୍ର ସ୍ବାଗତ କରିବା ସହ ପୂର୍ବ ବୈଠକ ର କାର୍ଯ୍ୟଧାରା ଉପରେ ବିବରଣୀ ପାଠ କରିଥିଲେ।ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ବାଲ୍ୟ ବିବାହ କୁ ସମ୍ପୂର୍ଣ୍ଣ ଲୋପ କରିବା ପାଇଁ ବିଭିନ୍ନ ପଦକ୍ଷେପ ଉପରେ ଏହି ବୈଠକରେ ଆଲୋଚନା କରାଯାଇ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ଗ୍ରାମ୍ୟ ତଥା ବ୍ଲକ୍ ସ୍ତରରେ ବାଲ୍ୟ ବିବାହ କୁ ନିରୁତ୍ସାହିତ କରିବାପାଇଁ ସଚେତନତା କାର୍ଯ୍ୟକ୍ରମ, ପ୍ରତ୍ୟେକ ଗ୍ରାମର ୧୫ ରୁ ୧୮ ବର୍ଷ ବୟସ୍କ ବାଳକ ବାଳିକା ମାନଙ୍କ ତଥ୍ୟ ସଂଗ୍ରହ,ସେମାନଙ୍କ ବର୍ତ୍ତମାନ ସ୍ଥିତି ଓ ଶିକ୍ଷା ଅନୁଧ୍ୟାନ କରିବା ପାଇଁ ଅଙ୍ଗନୱାଡ଼ି କର୍ମୀ,ସି ଡିପିଓ,ଆଈସିଡିଏସ ସୁପରଭାଇଜର , ବିଇଓ ମାନେ ମିଳିତ ଉଦ୍ୟମ କରି ବ୍ଲକ୍ ସ୍ତରରେ ତଥ୍ୟ ରଖିବେ।ବିଭିନ୍ନ ଧାର୍ମିକ ସ୍ଥଳ ,ମନ୍ଦିର ପୁରୋହିତ,କଲ୍ୟାଣ ମଣ୍ଡପ,ବିବାହ କାର୍ଡ ପ୍ରିଣ୍ଟ ପ୍ରେସ, ଟେଣ୍ଟ ହାଉସ, ଡିଜେ ସଂଘ୍ ମାନଙ୍କୁ ପ୍ରଶାସନ ତରଫରୁ ବାଲ୍ୟ ବିବାହ କୁ ନିରୁତ୍ସାହିତ କରିବାପାଇଁ କୌଣସି ବାଲ୍ୟ ବିବାହ ରେ ସାମିଲ ନ ହେବା ପାଇଁ ବିଭିନ୍ନ ଦଣ୍ଡ ବିଧାନ ଆଇନ ସମ୍ମିଳିତ ସ୍ବତନ୍ତ୍ର ପତ୍ର ପ୍ରେରଣ କରାଯିବ । ଏତଦବ୍ୟତୀତ ଗ୍ରାମ୍ୟ ସ୍ତରୀୟ ଓ ପଞ୍ଚାୟତ ଟାସ୍କଫୋର୍ସ ,ବ୍ଲକ୍ ଟାସ୍କଫୋର୍ସ କୁ ସୁଦୃଢ କରିବା ପାଇଁ ନିଷ୍ପତି ନିଆଗଲା। ପରବର୍ତ୍ତୀ ପର୍ଯ୍ୟାୟରେ “ବେଟି ବଚାଓ ବେଟି ପଢାଓ ” ଯୋଜନାର କାର୍ଯ୍ୟପନ୍ଥା ତଥା ଆଗାମୀ ଦିନରେ ମାନଙ୍କରେ ଏହାର ସଫଳ ନିୟୋଜନ କିପରି ଭାବରେ କରାଯାଇପାରିବ ତା ଉପରେ ସବିଶେଷ ଆଲୋଚନା କରାଯାଇଥିଲା। ପ୍ରତ୍ୟେକ ଗ୍ରାମରେ ସଦ୍ୟ ଜନ୍ମ ଗ୍ରହଣ କରିଥିବା ଜଣେ ଶିଶୁ କନ୍ୟା ପାଇଁ ସ୍ବାଗତ ଉତ୍ସବ , ମେଧାବୀ ଛାତ୍ରୀଙ୍କୁ ପ୍ରୋତ୍ସାହନ, ବିଜ୍ଞାନ,କଳା, କ୍ରୀଡା,ସଂସ୍କୃତି, ମେଡିକାଲ ଓ ଇଞ୍ଜିନିୟରିଂ ରେ ଜିଲ୍ଲାରେ ଶ୍ରେଷ୍ଠତା ପାଇଁ ଝିଅଙ୍କୁ ସ୍ବତନ୍ତ୍ର ପୁରସ୍କାର ଏଭଳି ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯିବ। 

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ଫଟାମୁଣ୍ଡା ରେ ଆଦିବାସୀ ଯୁବକକୁ ମାଡ ପ୍ରତିବାଦରେ ଆଦିବାସୀ ସଂଘର ବିଶାଳ ଆଦିବାସୀ ସମାବେଶ

masiha

ପ୍ରଧାନମନ୍ତ୍ରୀ ଆବାସ ଗୃହ ତିଆରି ର ଦୂତୀୟ କିସ୍ତି ପାଇବାରେ ବିଳମ୍ବ ହେତୁ ହିତାଧିକାରୀ ହଟହଟା

masiha

କୌଶିକ ବାବା +୩ ମହାବିଦ୍ୟାଳୟରେ “ସ୍ବଚ୍ଛତା ହିଁ ସେବା” କାର୍ଯ୍ୟକ୍ରମ

masiha

Leave a Comment

error: Content is protected !!