ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅବସର ପ୍ରାପ୍ତ ଜୱାନ ଙ୍କ ପରଲୋକ

ଜୁନାଗଡ଼,୨୩/୮( ମ ନି ସ)ଜୁନାଗଡ ଥାନା ଅନ୍ତର୍ଗତ କାଲୋପଲା ଗ୍ରାମ ର ଅବସରପ୍ରାପ୍ତ ଯବlନ ଶ୍ରିକର ବାଗଙ୍କ ନିଜ ବାସଭବନରେ ବୁଧବାର ଅପରାହ୍ନରେ ଦେହାନ୍ତ ହୋଇଯାଇଚି l ମୃତ୍ୟୁ ବେଳକୁ ୬୭ ବର୍ଷ ବୟସ ହୋଇଥିଲା l ସ୍ଵର୍ଗତ ଜୱାନ ଙ୍କ ମୃତ୍ୟୁ ରେ ବିଭିନ୍ନ ମହଲ ରୁ ଗଭୀର ଶୋକ ପ୍ରକାଶ ପାଇଚି l ସ୍ଵର୍ଗତ ଜୱାନ ୧୯୫୭ ମସିହାରେ ଜନ୍ମ ଗ୍ରହଣ କରିଥିଲେ l ଏହାପରେ ପାଠ ପଢା ସାରି ୨୨ ସେନା ବାହିନୀ ରେ ଚାକିରି କରି ଦେଶ ମାତୃତ୍ୱ ର ସେବା କରିବା ସହ ୨୦୦୩ ରେ ଅବସର ଗ୍ରହଣ କରିଥିଲେ l ତାଙ୍କର ଗୋଟିଏ ପୁଅ ରହିଛନ୍ତି l ପୂର୍ବରୁ ତାଙ୍କ ସ୍ତ୍ରୀ ଙ୍କ ଦେହାନ୍ତ ହୋଇଥିଲା l ମୃତ୍ୟୁ ଶଯ୍ୟାରେ ତାଙ୍କ ପୁଅ ପରିବାର ବର୍ଗ ଉପସ୍ଥିତ ରହିଥିଲେ l ତାଙ୍କ ନିଜ ଜନ୍ମ୍ ମାଟି କାଲୋପଲା ଶ୍ମସାନରେ ତାଙ୍କ ର ଦାହ ସଂସ୍କାର କରାଯାଇଥିଲା l ପୁଅ କବି ସୂର୍ଯ୍ୟ ବାଗ, ନାତି ମଳୟ ବାଗ, ଅର୍ଜୁନ ବାଗ, ଭୋଲେ ସ୍ଵର ବାଗ ବଡ ଭାଇ ପୁଅ ବ୍ରଜ ବନ୍ଧୁ ବାଗ ନାତି ଚକ୍ରାନ୍ତ ବାଗ ସମସ୍ତେ ମୁଖାଗ୍ନି ଦେଇଥିଲେ l ତାଙ୍କ ବିୟୋଗ ରେ ଜୁନାଗଡ ବିଧାୟକ୍ ଦିବ୍ୟ ଶଙ୍କର ମିଶ୍ର , ବହୁଜନ ସଂଗ୍ରାମ ସମିତ ର ରଞ୍ଜନ କୁମାର ଜାଲ, ନରେନ୍ଦ୍ର କ୍ଷିତି, ଅଞ୍ଜନ କ୍ଷିତି, ସୁଶାନ୍ତ ନାଏକ ସାମାଜ ସେବି ଦୂର୍ଗା ପ୍ରସାଦ ନାଏକ, ଅଜିତ ସିଂହ, ସମିତି ସଭ୍ଯ ପ୍ରଭାସିନୀ ସାହୁ ପ୍ରମୂଖ ଶ୍ରଦ୍ଧାଞ୍ଜଳି ଜଣେଇ ଗଭୀର ଶୋକ ପ୍ରକାଶ କରି ସ୍ଵର୍ଗତ ଆତ୍ମାର ସଦ୍ ଗତି କାମନା କରିଛନ୍ତି l

ଜୁନାଗଡ ରୁ ନରେନ୍ଦ୍ର ଖିତି ଙ୍କ ରିପୋର୍ଟ 

Related posts

ପାତ୍ରବସା ଗ୍ରାମକୁ ମିଳିଲା ରାଜସ୍ୱ ଗ୍ରାମର ମାନ୍ୟତା, ସୁଚନା ଦେଲେ ତହସିଲଦାର

Sunil Chandra Nayak

ଅଣ ଗେଜେଟେଡ଼ ବନସେବା ସମୂହ ଛୁଟି ନେଇ ପ୍ରସ୍ତୁତି ବୈଠକ 

masiha

ଆସନ୍ତା ୮ ତାରିଖ ରୁ କିନ୍ନର ସଂଘ ର ବହୁଚରା ମାତା ଙ୍କ ଷୋହଳ ପୂଜା

masiha

Leave a Comment

error: Content is protected !!