ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଉରକେଲା ମହାବିଦ୍ୟାଳୟରେ ‘ରାକ୍ଷୀ ପ୍ରସ୍ତୁତି ପ୍ରଶିକ୍ଷଣ କର୍ମଶାଳା’ ଅନୁଷ୍ଠିତ

ରାଉରକେଲା/ ସ୍ଥାନୀୟ ସେକ୍ଟର-୪ ସ୍ଥିତ ରାଉରକେଲା ମହାବିଦ୍ୟାଳୟରେ ଅଧ୍ୟାପକ ଅନୁପ ଏକ୍କାଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ‘ରାକ୍ଷୀ ପ୍ରସ୍ତୁତି ପ୍ରଶିକ୍ଷଣ କର୍ମଶାଳା’ ଅନୁଷ୍ଠିତ ହୋଇଯାଇଛି। ଅଧ୍ୟକ୍ଷା ପ୍ରଫେସର ସୁଜାତା ପ୍ରଧାନଙ୍କ ଅନୁପ୍ରେରଣାରେ ଆୟୋଜିତ ଏହି କର୍ମଶାଳାରେ ମୁଖ୍ୟ ପ୍ରଶିକ୍ଷିକା ଭାବରେ ଫେଭିକ୍ରିଲ-ଛେଣ୍ଡର ଲଭଲି ଘୋଷ ଏବଂ ସହଯୋଗୀ ପ୍ରଶିକ୍ଷିକା ଡୁଲି ସୋରେନ୍ ଯୋଗ ଦେଇଥିଲେ । ଛାତ୍ର-ଛାତ୍ରୀମାନଙ୍କ ଭିତରେ ଆତ୍ମ ନିର୍ଭରଶୀଳତା ଓ ଆତ୍ମ କର୍ମ ନିଯୁକ୍ତି ପ୍ରୋତ୍ସାହନ ନିମିତ୍ତ ଉଦ୍ଦିଷ୍ଟ ଏହି କର୍ମଶାଳାରେ ୧୦୦ରୁ ଊର୍ଦ୍ଧ୍ବ ଛାତ୍ର-ଛାତ୍ରୀ ଭାଗ ନେଇ ସୁନ୍ଦର ସୁନ୍ଦର ରାକ୍ଷୀ ପ୍ରସ୍ତୁତି କଳା ଶିକ୍ଷା ଲାଭ କରିଥିଲେ। ଶିକ୍ଷାର୍ଥୀ ସୁଭଦ୍ରା ମାଝି, ଅଂଶୁ ଟପ୍ପୋ, ପୂର୍ଣ୍ଣିମା ସ କର୍ମଶାଳାରେ ନୈପୁଣ୍ୟ ପ୍ରଦର୍ଶନ କରି ଅଧ୍ୟକ୍ଷା ଓ ପ୍ରଶିକ୍ଷିକାମାନଙ୍କ ଦ୍ଵାରା ପୁରସ୍କୃତ ହୋଇଥିଲେ ଏବଂ ପ୍ରମାଣ ପତ୍ର ପାଇଥିଲେ। କର୍ମଶାଳାକୁ ସଫଳ କରିବା ପାଇଁ ସହଯୋଗ କରିଥିଲେ ଅଧ୍ୟାପକ ଅଜିତ୍ ବେକ, ତରଣି ନାୟକ, ଅଧ୍ୟାପିକା ମୌସୁମୀ ଦାସ, ଅନାମିକା କୁଲ୍ଲୁ, ଶୁଚିସ୍ମିତା ପ୍ରଧାନ, ପ୍ରତିମା ପାଣିଗ୍ରାହୀ ତଥା ପ୍ରକାଶ ଓଝା, ସୁଶ୍ରୀରେଖା ବେହେରା, ଭାରତୀ ବେହେରା, ଲୋପାମୁଦ୍ରା ପତି, ଲିପ୍ସା ବଳିଆରସିଂହ ପ୍ରମୁଖ ଛାତ୍ର-ଛାତ୍ରୀମାନେ। କର୍ମଶାଳାର ସଂଯୋଜନା ତଥା ଅତିଥିମାନଙ୍କର ପରିଚୟ ପ୍ରଦାନ ଅଧ୍ୟାପକ ଅନୁପ ଏକ୍କା କରିଥିବା ବେଳେ ବରିଷ୍ଠ ଅଧ୍ୟାପିକା ଭାରତୀ ବରୱା ଧନ୍ୟବାଦ ଅର୍ପଣ କରିଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ଜଗତ ଗୁରୁ ଠାକୁର ଅଭିରାମ ପରମହଂସ ଙ୍କ ୨୧ ତମ ବାର୍ଷିକ ଉତ୍ସବ

masiha

ଆଞ୍ଚଳିକ ବ୍ରାହ୍ମଣ ସମିତିର ୧୮୫ତହ ଅଧିବେଶନ ଅନୁଷ୍ଠିତ

masiha

ଶିଶୁ ଯୌନ ନିର୍ଯ୍ୟାତନା ଓ ଶିକ୍ଷା ଅଧିକାର ଆଇନ ସମ୍ପର୍କିତ କର୍ମଶାଳା

Sunil Chandra Nayak

Leave a Comment

error: Content is protected !!