ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନିଲାବାଡି ପଞ୍ଚାୟତ ନିର୍ବାହୀ ଅଧିକାରୀ ନ ଥିବାରୁ ଘୁମୁରା ଗାଁରେ ପିଇବା ପାଣି ବିଲ୍ ପୈଠ ନହେବା ଯୋଗୁଁ ବିଜୁଳି କାଟ, ପାଣି ପାଇଁ ୧୬୦ ପାରିବାର ହନ୍ତସନ୍ତ

ବନ୍ଧୁଗାଁ ତା ୩୧/୮/୨୩ //  କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକ ନିଲାବାଡି ପଞ୍ଚାୟତର ନିର୍ବାହୀ ଅଧିକାରୀ ନ ଥିବାରୁ ଘୁମୁରା ଗାଁରେ ପିଇବା ପାଣି ଯୋଗାଣ ଟାଙ୍କିର ବିଜୁଳି ବିଲ ଟଙ୍କା ପୈଠ ନହେବା ଯୋଗୁଁ ବିଜୁଳି କାଟ ଯୋଗୁଁ ଲୋକେ ପାଣି ପାଇଁ ହନ୍ତସନ୍ତ ହେଉଛନ୍ତି। ପିଇବା ପାଣି ଯୋଗାଣ ପାଇଁ ଘୁମୁରା ଗ୍ରାମର ବିଜୁଳି ବିଲର ୧୧୧୯୦୦.୪୫ ଲକ୍ଷ ଟଙ୍କା ପଞ୍ଚାୟତ ତରଫରୁ ପୈଠ କରାଯାଇ ନାହିଁ। ଯାହା ଦ୍ୱାରା ଆଜକୁ ୨୦ ଦିନ ହେଉଛି ୧୬୦୦ ଜନସଂଖ୍ୟା ଥିବା ଗାଁ ଲୋକେ ପିଇବା ପାଣି ପାଇଁ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବର୍ଷା ଋତୁ ଗାଁ ଠାରୁ ବହୁ ଦୂରରେ ଛୋଟ ନାଳର ଗଳିଆ ପାଣି, ପୁଣି ଗାଁ ଭିତରେ ଥିବା ଦୁଇଟି ନଳକୂପ ମଧ୍ୟ ନିଅଣ୍ଟ ହେଉଛି। ଏପଟେ ଗାଁକୁ ମିଳିଥିବା ପ୍ରଧାନ ମନ୍ତ୍ରୀ ଆବାସ ଘର ତିଆରି ଚାଲିଛି ପୁଣି ନିଜ ବୃତ୍ତି ଭାବରେ କୁମ୍ଭାର ପରିବାରର ପେଟ ପାଉଣା ପାଇଁ ମାଟି ହାଣ୍ଡି ଗୋଡ଼ିବା ପାଇଁ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହାର ସମାଧାନ ପାଇଁ ପଞ୍ଚାୟତ ସରପଞ୍ଚ ଯୋଗାନା ୱାଟାକା ଙ୍କୁ ବିଜୁଳି ବିଲ ଟଙ୍କା ପୈଠ କରିବାକୁ ସାକ୍ଷାତ କରି ଅନୁରୋଧ କରିଥିଲେ।ନିର୍ବାହୀ ଅଧିକାରୀ ଜଣକ ନ ଥିବାରୁ ସରପଞ୍ଚ ବାଧ୍ୟ ହୋଇ ନୂତନ ଭାବେ ଆସିଥିବା ବିଡ଼ିଓ ଅଭିଷେକ କୁମାର ସେଠୀ ଙ୍କୁ ଅବଗତ କରିଥିବା ଜାଣିବାକୁ ମିଳିଛି। ଆଜି ପର୍ଯ୍ୟନ୍ତ ପିଇବା ପାଣି ଯୋଗାଣ କାର୍ଯ୍ୟକାରି ହୋଇ ନ ଥିବାରୁ ଗ୍ରାମର ଭୀମ କାଶୀ, ୱାର୍ଡ ମେମ୍ବର ମନୋଜ ମେଲେକା,ଜି ସୁଧାବ, କେ ଗୋପାଳ, ହୁଇକା ଦଶମତି, ମେଲେକା ଚେଞ୍ଚୁ, କେ ଉଦୁଲ , ମେଲେକା ପାଗୁ ଓ ଅନେକ ମାଆ ମାନେ ଖାଲି ମାଠିଆ ଧରି ଆମ ଗଣମାଧ୍ୟମ ପ୍ରତିନିଧିଙ୍କ ଜରିଆରେ ସରକାରଙ୍କୁ ପିଇବା ପାଣି ଯୋଗାଇବା ପାଇଁ ଅନୁରୋଧ କରିଛନ୍ତି। ଆମ ଗଣମାଧ୍ୟମ ପ୍ରତିନିଧିଙ୍କ ଦ୍ଵାରା ସ୍ଥାନୀୟ ବିଡ଼ିଓ ଙ୍କୁ ଫୋନ ଜରିଆରେ ଫୋନ କରି ଥିବାରୁ ଏହାର ସମାଧାନ ଅତି ଶୀଘ୍ର ସମାଧାନ ପାଇଁ ପଦକ୍ଷେପ ନେବାକୁ ଜଣାଇଛନ୍ତି।

ବନ୍ଧୁଗାଁ ରୁ ସଂଜୀବ କୁମାର ବାଙ୍ଗାରି ଙ୍କ ରିପୋର୍ଟ 

Related posts

କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ ଅଧ୍ୟକ୍ଷା ଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଗତ

masiha

ନୂତନ ଜିଲ୍ଲାପାଳ ଙ୍କ ଦାୟିତ୍ୱ ଗ୍ରହଣ

masiha

କର୍କଟ ରୋଗୀଙ୍କ ପାଇଁ କେଶ ସଂଗ୍ରହ କାର୍ଯ୍ୟରେ ସାମିଲ ହେଲା ‘” ମୋ ଅନୁଷ୍ଠାନ “

masiha

Leave a Comment

error: Content is protected !!