ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିପଣନ ସହାୟତା ଉପରେ ଜାତୀୟସ୍ତର ଆଲୋଚନା

ବିପଣନ ସହାୟତା ଉପରେ ଜାତୀୟସ୍ତର ଆଲୋଚନା

ରାୟଗଡ:ତା.5/09/23-ଆଜି ସ୍ଥାନୀୟ ହୋଟେଲ ତେଜସ୍ୱୀରେ ଏମେସେମି ନେଇ ବିଫଣନ ସହାୟତା ଉପରେ ଜାତୀୟସ୍ତରୀୟ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମ 200ରୁ ଅଧିକ ଏମେସେମି ଅଂଶ ଗ୍ରହଣ କରିଥିଲେ । ଏମେସେମି ପାଇଁ ଡିଜିଟାଲ ମାର୍କେଟିଙ୍ଗ ଟୁଲ, ଜିଏମପୋର୍ଟାଲ,ରେଜିଟ୍ରେସନ, ଏମେସେମି ପାଇଁ ଆଧୁନିକ ଅଧୁନିକ ପେକିଙ୍ଗ ଟେକନଲୋଜି ,ଓଡିଶାରେ ରପ୍ତାନି ସୁଯୋଗ ,ବୌଦ୍ଧିକତା ଗୁଣଧର୍ମ ଅଧିକାର, ଉପକରଣ,ବାରକୋଡ଼ ପଞ୍ଜିକରଣ ପ୍ରକ୍ରିୟା ,ଏନଏସଆଇସିର ମାର୍କେଟିଙ୍ଗ ସପୋର୍ଟ ସ୍କିମ୍, ଏମ ଏସଏମଇ ମନ୍ତ୍ରଣାଳୟ ଭାରତ ସରକାର ତଥା ଓଡିଶା ସରକାରଙ୍କ ମାର୍କେଟିଙ୍ଗ ସହାୟତା ସ୍କିମ ଭଳି ବିଭନ୍ନ ପ୍ରସଙ୍ଗରେ ଆଲୋଚନା କରାଯାଇଥିଲା l

ଜିଲ୍ଲାପାଳ ଶ୍ରୀମତୀ ସ୍ଵଧା ଦେବ ସିଂ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟୟକ୍ରମକୁ ଉଦଘାଟନ କରିଥିଲେ । ଏମେସେମି ଯୁଗ୍ମ ନିର୍ଦ୍ଦଶକ ପିକେ ଗୁପ୍ତା କାର୍ଯ୍ୟକ୍ରମ ଫିଷୟରେ ସୂଚନା ଦେଇଥିଲେ । ରାୟଗଡ଼ ଶିଳ୍ପ ଓ ବାଣିଜ୍ୟ ସଂଘର ସଭାପତି ଏ ଗୋବିନ୍ଦ ରାୟ,ଏମଏସେମିକୁ ମାର୍କେଟିଙ୍ଗ ସହାୟତା ଉପରେ ଜାତୀୟ ସେମିନାର ଅୟୋଜନ କରିଥିବାରୁ ଧନ୍ୟବାଦ ଦେଇଥିଲେ । ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ସ୍ଵାତିକ ସ୍ୱାଇଁ, ସାଧାରଣ ସମ୍ପାଦକ,ଓଏସେମିଇ, କଟକ, ,ଏକେ ସାରଦା,ସଚିବ ଉତ୍କଳ ଚାଂବର୍ଷ ଅଫ କମର୍ଶ,ଆଞ୍ଚଳିକ ଶିଳ୍ପ କେନ୍ଦ୍ରର ସାଧାରଣ ପରିଚାଳକ ବିକାଶ ବlଇନ ପ୍ରମୁଖ ଯୋଗଦାନ କରି ନିଜର ବକ୍ତବ୍ୟ ରଖିଥିଲେ । ଏମେସେମି ଡ଼ଃ ଶିବା ନନ୍ଦ ନାୟକ ସହକାରି ନିର୍ଦ୍ଦଶକ ଧନ୍ୟବାଦ ଦେଇଥିଲେ । ଉଦଘାଟନୀ ଅଧିବେଶନ ପରେ ଟେକ୍ନିକାଲ ଅଧିବେଶନ କରାଯାଇଥିଲା । କାର୍ଯ୍ୟକ୍ରମରେ ଡ଼ଃ ଶିବାନବ୍ଦ ନାୟକ,ସୋନୀ ସାମାଲ,ଅରବିନ୍ଦ ଭଟାଚାର୍ଯ୍ୟ,ସୁଧାଂଶୁ ପ୍ରଧାନ,ବିକାଶ କୁମାର ପଣ୍ଡା,ପ୍ରକଶ ସୋରେନ ଏବଂ ଡ଼ଃ ଏସକେ କର ପ୍ରମୁଖ ଯୋଗଦାନ କରିଥିଲେ l ରାୟଗଡା ଏମେସେମୀର ସହକାରୀ ନିର୍ଦେଶକ ଏମ. କୋଟିର୍ତନମ ଯୋଗଦେଇଥିବା ବେଳେ ଶେଷରେ ଶିଳ୍ପ ବିକାଶ ଅଧିକାରୀ ସବ୍ୟସାଚୀ ସାହୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l

ରାୟଗଡା ରୁ ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ମା ମାଣିକେଶ୍ଵରୀ ବିଶ୍ଵ ବିଦ୍ୟାଳୟରେ ସ୍ଵତନ୍ତ୍ର ଶିବିର ମାଧ୍ୟମରେ ବୃକ୍ଷରୋପଣ କାର୍ଯ୍ୟକ୍ରମ

masiha

ଜିଲ୍ଲାପରିଷଦ ଉନ୍ନୟନ ଅଧିକାରୀଙ୍କ ନିର୍ଦ୍ଦେଶରେ ସାନବାର୍ଲି ପଂଚାୟତର ପେନସନ ସମସ୍ୟାର ସମୀକ୍ଷା କଲେ ନନ୍ଦାହାଣ୍ଡି ବିଡ଼ିଓ  

Sunil Chandra Nayak

ମାନ୍ୟବର କଟକ ସଦର ବିଧାୟକ ଇଂ.ପ୍ରକାଶ ଚଂଦ୍ର ସେଠୀଙ୍କ ତତ୍ତ୍ଵାବଧାନରେ ଜନଶୁଣାଣି କାର୍ଯକ୍ରମ 

masiha

Leave a Comment

error: Content is protected !!