ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ତ୍ରୟୋଦଶ ଦିନରେ ପହଞ୍ଚିଲା ଗଣଧାରଣା ,ଧର୍ମଗଡ ଉପଖଣ୍ଡ କୁ “ଧର୍ମଗଡ ଜିଲ୍ଲା” ଗଠନ ଦାବୀ

ତ୍ରୟୋଦଶ ଦିନରେ ପହଞ୍ଚିଲା ଗଣଧାରଣା ,

ଧର୍ମଗଡ ଉପଖଣ୍ଡ କୁ “ଧର୍ମଗଡ ଜିଲ୍ଲା” ଗଠନ ଦାବୀ
ସମର୍ଥନରେ ବସିଲେ ମଡର୍ଣ୍ଣ କଲେଜ ର ଛାତ୍ରଛାତ୍ରୀ…

ଧର୍ମଗଡ ଜିଲ୍ଲା ଗଠନ ଦାବୀ ଗଣଧାରଣା ର ଆଜି ତ୍ରୟୋଦଶ ଦିବସ। ଆଜି ଧର୍ମଗଡ ମଡର୍ଣ୍ଣ କଲେଜର ଛାତ୍ରୀ ମାନଙ୍କ ପକ୍ଷରୁ  ଧର୍ମଗଡ ଜିଲ୍ଲା ଦାବୀ କୁ ନୈତିକ ସମର୍ଥନ କରି ଶତାଧିକ ଛାତ୍ର ଛାତ୍ରୀ ଶୋଭାଯାତ୍ରାରେ ସହର ପରିକ୍ରମା କରି ଧର୍ମଗଡ ଜିଲ୍ଲା ଦାବୀ ନେଇ ରାଜ ରାସ୍ତାରେ ଗର୍ଜି ଥିଲେ ଏବଂ ଜିଲ୍ଲା ଗଠନ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ଠାରେ ଅନିର୍ଦ୍ଦିଷ୍ଟ କାଳପାଇଁ ଚାଲିଥିବା ଗଣଧାରଣାରେ ବସିଥିଲେ।

ମଡର୍ଣ୍ଣ କଲେଜର ଅନ୍ନନ୍ୟା ପାଣିଗ୍ରାହୀ, ଆୟୁଷ ବେହେରା, ମଧୁସ୍ମିତା ବେହେରା, ପାୟଲ ନାୟକ, ହିଙ୍ଗୁଳା ସୁନା, ସୁରୟାଂଶ କାଶ୍ୟପ ଅଗସ୍ତି, ଶାଶ୍ୱତ ମୁଣ୍ଡ, ଲଷ୍ମୀକାନ୍ତ ବୋଡେ଼କ, ପ୍ରତ୍ୟୁଷ ସାହୁ ପ୍ରମୁଖ ଙ୍କ ନେତୃତ୍ବରେ ଧର୍ମଗଡ ଜିଲ୍ଲା ଦାବୀ ନେଇ ଛାତ୍ର ଛାତ୍ରୀ ମାନେ ଆଜି ଗଣ ଧାରଣାରେ ବସି ଧର୍ମଗଡ ଜିଲ୍ଲା ଦାବୀ ନେଇ ରାଜ୍ୟ ସରକାର ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।  

 ଧର୍ମଗଡ ଜିଲ୍ଲା ଦାବୀ କ୍ରିୟାନୁଷ୍ଠାନ କମିଟି ର ସଂଯୋଜକ ବରିଷ୍ଠ ଓକିଲ ତୁଷାର ରଞ୍ଜନ ପଟ୍ଟଯୋଶୀ ସଭା ପରିଚାଳନା କରିଥିବା ବେଳେ କ୍ରିୟାନୁଷ୍ଠାନ କମିଟି ର ସଦସ୍ୟ ରତନ ନାଏକ, ଦିଗାମ୍ବର ଦୁରିଆ, ସନ୍ତୋଷ ପାଢ଼ୀ, ଫୁଲେଶ୍ୱର୍ ସେନାପତି ପ୍ରମୁଖ ଏହି ଅବସରରେ ଉପସ୍ଥିତ ଥିଲେ।

ସୂଚନା ଯୋଗ୍ୟ ଯେ,ଧର୍ମଗଡ ଉପଖଣ୍ଡ କୁ ଜିଲ୍ଲା ମାନ୍ୟତା ପ୍ରଦାନ ଦାବିରେ ଧର୍ମଗଡ ଜିଲ୍ଲା ଗଠନ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଚାଲିଥିବା ଗଣ ଧାରଣା ଆଜି ତ୍ରୟୋଦଶ ଦିନରେ ପହଞ୍ଚିଛି । ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗତ ୨୮ ତାରିଖ ଠାରୁ ଜିଲ୍ଲା ଗଠନ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଆରମ୍ଭ ହୋଇ ଥିବା ଗଣ ଧାରଣା ରେ ପ୍ରତ୍ୟହ ବିଭିନ୍ନ ସଂଗଠନ ର କାର୍ଯ୍ୟକର୍ତ୍ତା ଯୋଗ ଦେଇ ଧର୍ମଗଡ ଜିଲ୍ଲା ଗଠନ ଦାବୀ କୁ ସମର୍ଥନ ଦେଉଛନ୍ତି।ଧର୍ମଗଡ ଜିଲ୍ଲା ଗଠନ ଦାବୀ ପୂରଣ ନହେବା ପର୍ଯ୍ୟନ୍ତ ଆନ୍ଦୋଳନ କୁ ଆହୁରି ବ୍ୟାପକ କରାଯିବ ବୋଲି ଜିଲ୍ଲା ଗଠନ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ପ୍ରକାଶ ପାଇଛି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

“ରେଜାଙ୍ଗଲା ସହିଦ ମାଟି କଳସ ଯାତ୍ରା କୁ ଭବାନୀପାଟଣା ଠାରେ ଭବ୍ୟ ସ୍ୱାଗତ “

masiha

ଅବ୍ୟବସ୍ଥା ଘେରରେ ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର

ଗୋରୁମହିଷାଣୀ ଯୁକ୍ତ ଦୁଇ ଆଇରନ କଲେଜରେ ଆମ ଓଡିଶା ନବିନ ଓଡିଶା କାର୍ଯ୍ୟକ୍ରମ ଶୁଭାରମ୍ଭ 

masiha

Leave a Comment

error: Content is protected !!