ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କୋଲ୍ହୋନ ବିଶ୍ୱବିଦ୍ୟାଳୟର ଓଡ଼ିଆ ବିଭାଗରେ ମେହେର ଜୟନ୍ତୀ ଅନୁଷ୍ଠିତ

କୋଲ୍ହୋନ ବିଶ୍ୱବିଦ୍ୟାଳୟର ଓଡ଼ିଆ ବିଭାଗରେ ମେହେର ଜୟନ୍ତୀ ଅନୁଷ୍ଠିତ

 ମୟୂରଭଞ୍ଜ — ( ମସିହା)ଝାଡଖଣ୍ଡର ଚାଇଁବସା ସ୍ଥିତ କୋହ୍ଲୋନ ବିଶ୍ୱବିଦ୍ୟାଳୟରେ ଓଡ଼ିଆ ବିଭାଗରେ ଗଙ୍ଗାଧର ମେହେର ଜୟନ୍ତୀ ଅନୁଷ୍ଠିତ ହୋଇଯାଇଛି |ଏଥିରେ ବିଭାଗୀୟ ମୁଖ୍ୟ ଡ଼.ହରିହର ପ୍ରଧାନ ଓ ସହ ପ୍ରାଧ୍ୟାପକ ଡ଼. ମନୋଜ କୁମାର ମହାପାତ୍ର ଯୋଗ ଦେଇ ପ୍ରଦୀପ ପ୍ରଜ୍ଜଳନ କାର୍ଯ୍ୟକ୍ରମକୁ ଆଗେଇ ନେଇଥିଲେ ଏବଂ ସ୍ଵଭାବ କବି ଗଙ୍ଗାଧର ମେହେରଙ୍କ ସୃଜନୀ ଗାରିମା ଉପରେ ବିସ୍ତୃତ ଆଲୋଚନା କରିଥିଲେ |ବିଭାଗୀୟ ସେମିନାର ସମ୍ପାଦକ ବିକାଶ ନାୟକ ମଞ୍ଚ ପରିଚାଳନା କରିଥିଲେ |ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ମୃତ୍ୟୁଞ୍ଜୟ ମିଶ୍ର ଓ ଅର୍ଚ୍ଚନା ବେହେରା ଜୟନ୍ତୀ ସମ୍ପର୍କରେ ବକ୍ତବ୍ୟ ଦେଇଥିଲେ |ଏହି କାର୍ଯ୍ୟକ୍ରମରେ ସାଗରିକା ମହାନ୍ତ, ଇପ୍ସିତା ମହାନ୍ତ, ସୁନିତା ରାଣୀ ଓରାମ, ସୁପ୍ରିତି ଗିରି,ଅନୁସୟା ସେଠି, ରୁପାଲି ବେହେରା ସମେତ ଅନ୍ୟ ଛାତ୍ରଛାତ୍ରୀ ସହଯୋଗ କରିଥିଲେ | ଶେଷରେ ବିକାଶ ନାୟକ ଧନ୍ୟବାଦ ଅର୍ପଣ କରି ସଭାକାର୍ଯ୍ୟକୁ ସମ୍ପର୍ଣ୍ଣ କରାଯାଇଥିଲା 

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳଙ୍କ ରିପୋର୍ଟ

Related posts

ବଜରଙ୍ଗ କ୍ଲବ୍ ତରଫରୁ ଗଣେଶ ଙ୍କ ପାଖରେ ଅନ୍ନ ଶଙ୍କୁଡ଼ି ଭୋଗ ଲାଗି

Sunil Chandra Nayak

ବୋରୀଗାଁ ରେ ଫଗୁଣ ମଣ୍ଡେଇ ପାଳିତ 

masiha

କଳାହାଣ୍ଡି ଜିଲ୍ଲା ଗଠନ ଦିବସ ପାଳନ ପାଇଁ ପ୍ରସ୍ତୁତି ବୈଠକ

Sunil Chandra Nayak

Leave a Comment

error: Content is protected !!