ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପ୍ରାଥମିକ ଶିକ୍ଷକ (ଏକ୍ସ -କ୍ୟାଡ଼ର )ମାନଙ୍କ ଧାରଣା 42 ଦିନରେ

ପ୍ରାଥମିକ ଶିକ୍ଷକ (ଏକ୍ସ -କ୍ୟାଡ଼ର )ମାନଙ୍କ ଧାରଣା 42 ଦିନରେ

ଭୁବନେଶ୍ୱର -10/09*-(ରୁପ୍ରା ପ୍ରତିନିଧି ପ୍ରଦିପ କୁ. ସେନାପତିଙ୍କ ରିପୋର୍ଟ) ରାଜ୍ୟ ପ୍ରାଥମିକ ଶିକ୍ଷକ (ଏକ୍ସ -କ୍ୟାଡ଼ର )ମହାସଂଘ ର ଆହ୍ୱାନ କ୍ରମେ ପାଞ୍ଚ ଦଫା ଦାବୀ ନେଇ ଏକ୍ସ -କ୍ୟାଡ଼ର ଶିକ୍ଷକମାନେ ଗାନ୍ଧୀମାର୍ଗ ରେ ଜିଲ୍ଲାୱାରୀ ଧାରଣା ଜାରି ରଖିଛନ୍ତି l ଏହିକ୍ରମରେ ଆଜି ବୟାଲିଶ ତମ ଦିବସରେ କଳାହାଣ୍ଡି ଜିଲ୍ଲା ତରଫରୁ ଧାରଣା ଦିଆଯାଇଥିଲା l ଏଥିରେ ରାଜ୍ୟ ମହାସଂଘର ସାଧାରଣ ସମ୍ପାଦକ ପ୍ରଶାନ୍ତ କୁମାର ଖମାରୀ ଯୋଗ ଦେଇ ପାଞ୍ଚ ଦଫା ଦାବୀକୁ ପାଞ୍ଚୋଟି ସମସ୍ୟା ଭାବରେ ଅଭିହିତ କରି ମୁଖ୍ୟମନ୍ତ୍ରୀ ନିଜେ ବ୍ୟକ୍ତିଗତ ଭାବରେ ହସ୍ତକ୍ଷେପ କରି ସମାଧାନ କରିବାକୁ ନିବେଦନ କରିଥିଲେ l ପାଞ୍ଚୋଟି ଦାବୀ ମଧ୍ୟରୁ ସମସ୍ତ ଦାବୀ ରାଜ୍ୟ ସରକାର ନିଷ୍ପତ୍ତି ନେଇ ସାରିଛନ୍ତି, କିନ୍ତୁ ବିଭାଗୀୟ ଅବହେଳା ଯୋଗୁଁ ତାହା ଅଦ୍ୟାବଧି କାର୍ଯ୍ୟକାରୀ ହୋଇନାହିଁ l ବାରମ୍ବାର ବିଭାଗୀୟ ଅଧିକାରୀ ମାନଙ୍କୁ ସାକ୍ଷାତ କରି ସ୍ମାରକପତ୍ର ଦେଇଥିଲେ ମଧ୍ୟ ନିୟମିତ ଶିକ୍ଷକ ମାନ୍ୟତା ର ଛଅ ବର୍ଷ ପରେ ଵି କୌଣସି ସମସ୍ୟାର ସମାଧାନ ନ ହେବାରୁ ଗତ ଜୁଲାଇ 31ତାରିଖରେ ରାଜ୍ୟ ମହାସଂଘ ର ସଭାପତି ଶରତ ଚନ୍ଦ୍ର ନାୟକଙ୍କ ନେତୃତ୍ୱରେ ବିଧାନସଭା ସମ୍ମୁଖରେ ପ୍ରତିବାଦ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ l ବିଭାଗୀୟ ସଚିବ ଙ୍କ ସହ ଆଲୋଚନା ରେ ଅସନ୍ତୁଷ୍ଟ ପ୍ରକାଶ କରି ଜିଲ୍ଲାୱାରୀ ଧାରଣା କାର୍ଯ୍ୟକ୍ରମ ଜାରି ରହିଛି l ସରକାର ଙ୍କ ପ୍ରତିଶୃତି ମୁତାବକ ଆନ୍ତଃ ମନ୍ତ୍ରୀ ସ୍ତରୀୟ କମିଟି ରେ ସମାଧାନ ନ ହେଲେ ଏହି ଆନ୍ଦୋଳନ ଆଗାମୀ ଦିନରେ ଅଧିକ ଶାଣିତ ଓ ତୀବ୍ରତର କରି ରାଜଧାନୀ ମାଟି ଛାଡ଼ିବୁ ନାହିଁ ବୋଲି ରାଜ୍ୟ ମହାସଂଘ ର କାର୍ଯ୍ୟକାରୀ ସଭାପତି ଜୟନ୍ତୀଲାଲ ସାହୁ, ଅଲେଖ ସାହୁ, ମହାସଚିବ ହାନେସ ପାତ୍ର ବାଗ, କୋଷାଧକ୍ଷ ବିଜୟ ମିଶ୍ର, ଉପସଭାପତି ବିଶ୍ୱରଂଜନ ଦାଶ, ରାଜୀବ ଲୋଚନ ପ୍ରଧାନ, ସପ୍ତମ କିଶୋର ବେହେରା, ସୁରେନ୍ଦ୍ର ମଲ୍ଲିକ, ମିନତୀ ମିଶ୍ର,ଉମେଶ ସ୍ୱାଇଁ,ସମ୍ପାଦକ ପ୍ରମୋଦ ବେହେରା, ସାଙ୍ଗଠନିକ ସମ୍ପାଦକ ଗଙ୍ଗା ନାରାୟଣ ପାଢ଼ୀ ଏବଂ ରାଜ୍ୟ ଗଣ ମାଧ୍ୟମ ସଂଯୋଜକ ରଞ୍ଜୁ ଅମାତ ଚେତାବନୀ ଦେଇଛନ୍ତି l

Related posts

ଜଙ୍ଗଲ ବିଭାଗ ତରଫରୁ ସଚେତନତା କାର୍ଯ୍ୟକ୍ରମ 

Sunil Chandra Nayak

ରାଇରଙ୍ଗପୁର ଷ୍ଟାଡିୟମ ପଡ଼ିଆରେ ବାମନଘାଟୀ ଉପଖଣ୍ଡ ସ୍ତରୀୟ ୭୯ ତମ ସ୍ବାଧୀନତା ଦିବସ ପାଳିତ

Sunil Chandra Nayak

ରାଜନଗରରେ ହର ଘର ତ୍ରୀରଙ୍ଗା କାର୍ଯ୍ୟକ୍ରମ ଅନୁଷ୍ଠିତ

masiha

Leave a Comment

error: Content is protected !!