ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜାତୀୟ ସ୍ତରର କର୍ମଶାଳାରେ କର୍ଲାମୁଣ୍ଡା ର ଦୁଇ ଚାଷୀ ସମ୍ମାନିତ

ଜାତୀୟ ସ୍ତରର କର୍ମଶାଳାରେ କର୍ଲାମୁଣ୍ଡା ର ଦୁଇ ଚାଷୀ ସମ୍ମାନିତ

କର୍ଲାମୁଣ୍ଡା: କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଳକର ଦୁଇ ଜଣ ଚାଷୀ ଦିଲ୍ଲୀ ଠାରେ ଜାତୀୟ ସ୍ତରର ଏକ ଆଲୋଚନା କର୍ମଶାଳା ରେ ସମ୍ମାନିତ ହୋଇଥିବା ଜଣାପଡିଛି l ଏହି ଆଲୋଚନା ଚକ୍ର ରେ ଜଳବାୟୁ ପରିବର୍ତ୍ତନ ସହଣୀ ଉପରେ ବିଭିନ୍ନ ପ୍ରଣାଳୀ କୁ ଅବଲମ୍ବନ କରି ଥିବା ୧୫ ଟି ରାଜ୍ୟ ର ବିଭିନ୍ନ ଚାଷୀମାନେ ଅଂଶ ଗ୍ରହଣ କରି ଚାଷ ଓ ଜିବିକା ବ୍ୟବସ୍ଥା ଉପରେ ସେମାନଙ୍କ ମଧ୍ୟରେ ଜ୍ଞାନର ଆଦାନ ପ୍ରଦାନ କରିଥିଲେ l ଏଠାରେ ସୂଚନାଯୋଗ୍ୟ ଯେ ଏହି ବ୍ଳକ ଗଜବାହାଲ ପଞ୍ଚାୟତ ଧଅରାଖମନ ଗାଁ ର ଜୈବିକ ଚାଷୀ ବଳଦେବ ଭୋଇ ଓ ପୌରକେଲା ପଞ୍ଚାୟତ ବୁଢ଼ୀପଦର ଗାଁର ମହିଳା ଜୈବିକ ଚାଷୀ ଅରୁଣା ପାତ୍ରଙ୍କୁ ସମନ୍ୱିତ ମରୁଡି ସହଣୀ ଚାଷ ବ୍ୟବସ୍ଥା ଓ ଦେଶୀ ବିହନ ସୁରକ୍ଷା ଦିଗରେ ଉଲ୍ଲେଖନୀୟ ଅବଦାନ ପାଇଁ ଦିଲ୍ଲୀ ଠାରେ ଇଣ୍ଡୋ ଗ୍ଲୋବାଲ ସୋସିଆଲ ସର୍ଭିସ ଷୋସାଇଟି ପକ୍ଷରୁ ଆୟୋଜିତ ଜଳବାୟୁ ପରିବର୍ତ୍ତନ ସକ୍ଷମତା ଉପରେ ଜାତୀୟ ସ୍ତରରେ ଆଲୋଚନା କର୍ମଶାଳା ରେ ଏହି ଦୁଇ ଚାଷୀଙ୍କୁ ସମ୍ମାନିତ କରିଥିଲେ l

କର୍ଲାମୁଣ୍ଡାରୁ ସୁଶାନ୍ତ ରଣାଙ୍କ ରିପୋର୍ଟ, ମସୀହା

Related posts

ପଞ୍ଚାୟତ କାର୍ଯ୍ୟାଳୟରେ ତାଲା ଠୁଙ୍କିଲେ ଗ୍ରାମବାସି 

masiha

ଭରତ ବାଇଙ୍କ ତରଫରୁ ଅସହାୟ ଙ୍କ ପାଇଁ ଗୃହନିର୍ମାଣ 

Sunil Chandra Nayak

ରାଉରକେଲା ମହାନଗର ନିଗମ ଅଞ୍ଚଳର ସମସ୍ତ ସ୍ଵାସ୍ଥ୍ୟକେନ୍ଦ୍ର ଗୁଡ଼ିକୁ ମିଳିଲା କାୟାକଳ୍ପ ପୁରସ୍କାର

masiha

Leave a Comment

error: Content is protected !!