ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜାତୀୟ ସ୍ତରର କର୍ମଶାଳାରେ କର୍ଲାମୁଣ୍ଡା ର ଦୁଇ ଚାଷୀ ସମ୍ମାନିତ

ଜାତୀୟ ସ୍ତରର କର୍ମଶାଳାରେ କର୍ଲାମୁଣ୍ଡା ର ଦୁଇ ଚାଷୀ ସମ୍ମାନିତ

କର୍ଲାମୁଣ୍ଡା: କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଳକର ଦୁଇ ଜଣ ଚାଷୀ ଦିଲ୍ଲୀ ଠାରେ ଜାତୀୟ ସ୍ତରର ଏକ ଆଲୋଚନା କର୍ମଶାଳା ରେ ସମ୍ମାନିତ ହୋଇଥିବା ଜଣାପଡିଛି l ଏହି ଆଲୋଚନା ଚକ୍ର ରେ ଜଳବାୟୁ ପରିବର୍ତ୍ତନ ସହଣୀ ଉପରେ ବିଭିନ୍ନ ପ୍ରଣାଳୀ କୁ ଅବଲମ୍ବନ କରି ଥିବା ୧୫ ଟି ରାଜ୍ୟ ର ବିଭିନ୍ନ ଚାଷୀମାନେ ଅଂଶ ଗ୍ରହଣ କରି ଚାଷ ଓ ଜିବିକା ବ୍ୟବସ୍ଥା ଉପରେ ସେମାନଙ୍କ ମଧ୍ୟରେ ଜ୍ଞାନର ଆଦାନ ପ୍ରଦାନ କରିଥିଲେ l ଏଠାରେ ସୂଚନାଯୋଗ୍ୟ ଯେ ଏହି ବ୍ଳକ ଗଜବାହାଲ ପଞ୍ଚାୟତ ଧଅରାଖମନ ଗାଁ ର ଜୈବିକ ଚାଷୀ ବଳଦେବ ଭୋଇ ଓ ପୌରକେଲା ପଞ୍ଚାୟତ ବୁଢ଼ୀପଦର ଗାଁର ମହିଳା ଜୈବିକ ଚାଷୀ ଅରୁଣା ପାତ୍ରଙ୍କୁ ସମନ୍ୱିତ ମରୁଡି ସହଣୀ ଚାଷ ବ୍ୟବସ୍ଥା ଓ ଦେଶୀ ବିହନ ସୁରକ୍ଷା ଦିଗରେ ଉଲ୍ଲେଖନୀୟ ଅବଦାନ ପାଇଁ ଦିଲ୍ଲୀ ଠାରେ ଇଣ୍ଡୋ ଗ୍ଲୋବାଲ ସୋସିଆଲ ସର୍ଭିସ ଷୋସାଇଟି ପକ୍ଷରୁ ଆୟୋଜିତ ଜଳବାୟୁ ପରିବର୍ତ୍ତନ ସକ୍ଷମତା ଉପରେ ଜାତୀୟ ସ୍ତରରେ ଆଲୋଚନା କର୍ମଶାଳା ରେ ଏହି ଦୁଇ ଚାଷୀଙ୍କୁ ସମ୍ମାନିତ କରିଥିଲେ l

କର୍ଲାମୁଣ୍ଡାରୁ ସୁଶାନ୍ତ ରଣାଙ୍କ ରିପୋର୍ଟ, ମସୀହା

Related posts

ସ୍କୁଲ ଛାତ୍ରଛାତ୍ରୀଙ୍କ ତୃଟିପୂର୍ଣ୍ଣ ପାଠ୍ୟପୁସ୍ତକ ପ୍ରକାଶନ ପାଇଁ ଦାୟୀ ରାଜ୍ୟ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ସହିତ ନିଟ୍ ପେପର ଲିକ୍ ଓ ଛାତ୍ର ଆତ୍ମହତ୍ୟା ଘଟଣାରେ ଦାୟୀ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କ ଇସ୍ତଫା ଦାବିରେ ଛାତ୍ର,ଯୁବ ଓ ଅଭିଭାବକ ଙ୍କ ବିକ୍ଷୋଭ

Sunil Chandra Nayak

ଓଡ଼ିଆ ପକ୍ଷ ପାଳନ ଅବସରରେ ରକ୍ତ ଦାନ ଶିବିର 

Sunil Chandra Nayak

ବଣିଜରାରେ ସଂଯୁକ୍ତ କିଷାନ ମୋର୍ଚାର ବିରାଟ ଚାଷୀ ସମାବେଶ ,ରବି ଚାଷ ପାଇଁ କେନାଲ ରେ ପାଣି ଛାଡ଼ିବା ପାଇଁ କଲେ ଆହ୍ୱାନ 

masiha

Leave a Comment

error: Content is protected !!