ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସକାଳ ର କବିତା

ସକାଳର ଜଣାଣ

ବିଜୟ କୁମାର ଜେନା

 

ତୁମ ନାମ ଧରି ତରିବି ସଂସାରୁ

                  ଏତିକି ମାଗୁଣୀ ମୋର

ଧନ ଦରବରେ ମନ ବଳୁନାହିଁ

                 ସ୍ବାସ୍ଥ୍ୟ ସମ୍ପଦେ ନଜର।

ଦେହ ମନ ଆତ୍ମା ଭଲ ଥିଲେ ସିନା

                  ତୁମକୁ ସ୍ମରିତ ହେବ

କର୍ତ୍ତବ୍ୟ କରମେ ପର ଉପକାରେ

                   ସମୟ ପଶୋରଯିବ।

ତୁମରି ସୃଷ୍ଟିରେ ଦେଖିଛି ଏକଥା

                  କାହାକୁ ଦିଅନି ବ୍ୟଥା

ସମୟ ଚକ୍ରରେ ଫେରି ଆସେ ନିଶ୍ଚେ

                 ଏକଥା ନୁହେଁ ଅନ୍ୟଥା।

ରୋଗ ବଇରାଗ ଅମାପ ବିଭବ

                     ସବୁତ କରିଛ ସୃଷ୍ଟି

ବାକି କଥା ହେଲା କିଏ କେମିତିକା

                      ପରଖେ ନିଜର ଦୃଷ୍ଟି।

ସରଳ ଜନରେ ସରଳ ଜୀବନ

                  ଜଟିଳେ ଦିଅ ଯନ୍ତ୍ରଣା

ଆହେ ମହାବାହୁ ଜଗନ୍ନାଥ ସ୍ଵାମୀ

                     ମୋ ଠାରେ ରଖ କରୁଣା।

 

ଅବସର ପ୍ରାପ୍ତ ପ୍ରାଧ୍ୟାପକ ଶାମୁକା ସାହି ରଣପୁର ନୟାଗଡ଼

Related posts

ବରାହ ଆକ୍ରମଣ ରେ ଗୁରୁତର

ରଶ୍ମି ରଞ୍ଜିତା ମିଶ୍ର (ରୋଜି) ଙ୍କ କବିତା ବୋଉ

Sunil Chandra Nayak

କୋକସରା ଡିଗ୍ରୀ ମହାବିଦ୍ୟାଳୟ ରେ ବନ ମହୋତ୍ସବ ସପ୍ତାହ ପାଳନ

Leave a Comment

error: Content is protected !!