ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସକାଳ ର କବିତା

ସକାଳର ଜଣାଣ

ବିଜୟ କୁମାର ଜେନା

 

ତୁମ ନାମ ଧରି ତରିବି ସଂସାରୁ

                  ଏତିକି ମାଗୁଣୀ ମୋର

ଧନ ଦରବରେ ମନ ବଳୁନାହିଁ

                 ସ୍ବାସ୍ଥ୍ୟ ସମ୍ପଦେ ନଜର।

ଦେହ ମନ ଆତ୍ମା ଭଲ ଥିଲେ ସିନା

                  ତୁମକୁ ସ୍ମରିତ ହେବ

କର୍ତ୍ତବ୍ୟ କରମେ ପର ଉପକାରେ

                   ସମୟ ପଶୋରଯିବ।

ତୁମରି ସୃଷ୍ଟିରେ ଦେଖିଛି ଏକଥା

                  କାହାକୁ ଦିଅନି ବ୍ୟଥା

ସମୟ ଚକ୍ରରେ ଫେରି ଆସେ ନିଶ୍ଚେ

                 ଏକଥା ନୁହେଁ ଅନ୍ୟଥା।

ରୋଗ ବଇରାଗ ଅମାପ ବିଭବ

                     ସବୁତ କରିଛ ସୃଷ୍ଟି

ବାକି କଥା ହେଲା କିଏ କେମିତିକା

                      ପରଖେ ନିଜର ଦୃଷ୍ଟି।

ସରଳ ଜନରେ ସରଳ ଜୀବନ

                  ଜଟିଳେ ଦିଅ ଯନ୍ତ୍ରଣା

ଆହେ ମହାବାହୁ ଜଗନ୍ନାଥ ସ୍ଵାମୀ

                     ମୋ ଠାରେ ରଖ କରୁଣା।

 

ଅବସର ପ୍ରାପ୍ତ ପ୍ରାଧ୍ୟାପକ ଶାମୁକା ସାହି ରଣପୁର ନୟାଗଡ଼

Related posts

ରାଜେଶ କୁମାର ମୁଣ୍ଡ ଙ୍କ କବିତା ଅନାମିକା

ଜଳ ଛତ୍ର ର ଶୁଭାରମ୍ଭ

Sunil Chandra Nayak

ଭବାନୀପାଟଣା ଠାରେ ଉଜ୍ଜ୍ୱଳ ଭାରତ ଉଜ୍ଜ୍ୱଳ ଭବିଷ୍ୟତ@୨୦୪୭ ପାଳିତ

Sunil Chandra Nayak

Leave a Comment

error: Content is protected !!