ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବନ୍ଧୁଗାଁ ଥାନା ଦ୍ୱାରା ରକ୍ତ ଦାନ ଶିବିର 

ବନ୍ଧୁଗାଁ ଥାନା ଦ୍ୱାରା ରକ୍ତ ଦାନ ଶିବିର 

ବନ୍ଧୁଗାଁ ତା, ୧୧/୯/୨୩ // ,ଗୋଟିଏ ଵୁନ୍ଦ… ଗୋଟିଏ ଜୀବନ ବଞ୍ଚିପାରେ I ଏପରି ଜୀବନ ପ୍ରତି ଅତି ଜରୁରୀ ହୋଇଥାଏ ବୁନ୍ଦେଏଁ ରକ୍ତ I ଆଜି କୋରାପୁଟ ଜିଲ୍ଲା ଅନ୍ତର୍ଗତ ବନ୍ଧୁଗାଁ ନୂତନ ଥାନା ଠାରେ ବନ୍ଧୁଗାଁ ଆଇ.ଆଇ.ଶି. ଶ୍ରୀ ପ୍ରସନ୍ନ କୁମାର ମିଶ୍ରଙ୍କ ଆୟୋଜନ କ୍ରମେ ଆଜି ବନ୍ଧୁଗାଁ  ଥାନା ତରଫରୁ ରକ୍ତଦାନ ଶିବିର ହୋଇଯାଇଛି I ସକାଳ ୧୦ ଟାରୁ ଦିନ ୨ ଘଣ୍ଟା ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ   ହୋଇଥିଲା I ଏଥିରେ ମୁଖ୍ୟ ଅତିଥି ଭାବରେ ଲଷ୍ମୀପୁର  ଏସ.ଡି.ପି. ଓ.ଶ୍ରୀ ବିରଞ୍ଚି ନାରାୟଣ ଜଗତ ଉପସ୍ଥିତ ରହି ଆଜିର ରକ୍ତଦାନ ଶିବିର କାର୍ଯ୍ୟକ୍ରମକୁ ଆଗକୁ ବଢ଼ାଇ ନେଇଥିଲେ I ଏଥିରେ କୋରାପୁଟ ଜିଲ୍ଲା ରକ୍ତଦାନ ଭଣ୍ଡାର କେନ୍ଦ୍ରରୁ ଛଅ ଜଣ ଷ୍ଟାଫଙ୍କ ସହ ବନ୍ଧୁଗାଁ ଗୋଷ୍ଟି ସ୍ୱାସ୍ତ୍ୟ କେନ୍ଦ୍ରର ଇନଚାର୍ଜ ଶ୍ରୀ ମାନସ ରଞ୍ଜନ ଶ୍ୟାମଲ  ଷ୍ଟାଫଙ୍କ ସହ ରହି ସହଯୋଗ କରିଥିଲେ I ଏଥିରେ ବନ୍ଧୁଗାଁ ଥାନାର କିଛି ଷ୍ଟାଫ, କେମ୍ଫରେ ରହୁଥିବା ଆଇ.ଅର.ବି.ଦଳର କିଛି ଷ୍ଟାଫ ବନ୍ଧୁଗାଁ ବ୍ଲକର କିଛି ଯୁବପିଡି ଏବଂ ସମ୍ବାଦିକ ପ୍ରତିନିଧି ମାନେ ଆଜିର ରକ୍ତ ଦାନ ଶିବିରରେ ରକ୍ତ ଦେଇଥିବାର ଦେଖିବାକୁ ମିଳିଥିଲା I ଆଜିର ରକ୍ତଦାନ ଶିବିରରେ ମୋଟ ୫୦ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା I ଆଜିର ଶିବିରରେ ବନ୍ଧୁଗାଁ ଥାନା ଏସ.ଆଇ.ଶ୍ରୀ ବିଜୟ କୁମାର ମୁର୍ମୁ, ଏ.ଏସ.ଆଇ.ଶ୍ରୀ ସାଧୁ ରାଜ,ଏ.ଏସ.ଆଇ. ଶ୍ରୀ ସୁରେନ୍ଦ୍ର ହୁଇକା, ହାବିଲଦାର ପ୍ରଶାନ୍ତ କୁମାର ମାଜି, ହାବିଲଦାର ଭଗବାନ ସାହୁ, କୋନିଷ୍ଟାବୁଲ ଅନିଲ କୁମାର ଚୌଧରି, ନର୍ସିଙ୍ଗ ଆଛାର୍ଯ୍ୟ, ଡୋମୁ ଶିଷ, ଥାନାର ସମସ୍ତ ଗୃହ ରଖି ଉପସ୍ଥିତ ରହି ଆଜିର ରକ୍ତଦାନ ଶିବିରକୁ ସହଯୋଗ କରିବା ସହ ସାଫଲ୍ୟ କରିଥିବାର ଦେଖିବାକୁ ମିଳିଛି I

ବନ୍ଧୁଗାଁ ରୁ ସଂଜୀବ କୁମାର ବାଙ୍ଗାରି ଙ୍କ ରିପୋର୍ଟ 

Related posts

ନର୍ଲା ଅଞ୍ଚଳରେ ଦୋରା ସମାଜର ନୂତନ କମିଟି ଗଠନ

masiha

ଜିଲ୍ଲା ସ୍ତରୀୟ ପୋଷଣ ମାହ-୨୦୨୩ ପାଳିତ 

masiha

ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର ଲେବ ଟେନ୍ନିସିଆନଙ୍କ ଦ୍ୱାରା ରୋଗୀ ଏବଂ ସମ୍ପର୍କୀୟ ଙ୍କୁ ଖରାପ ବ୍ୟବହାର କରୁଥିବା ଅଭିଯୋଗ

Sunil Chandra Nayak

Leave a Comment

error: Content is protected !!