ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

କୋଶଲରାଏଜ୍ ମୁକ୍ତି ମୋର୍ଚ୍ଛା ବ୍ଳକ ସଭାପତି ଭାବେ କିରଣ କୁମାର ଧଙ୍ଗଡା ମାଝୀଙ୍କୁ ଚୟନ

କୋଶଲରାଏଜ୍ ମୁକ୍ତି ମୋର୍ଚ୍ଛା ବ୍ଳକ ସଭାପତି ଭାବେ କିରଣ କୁମାର ଧଙ୍ଗଡା ମାଝୀଙ୍କୁ ଚୟନ

ଥୁଆମୂଳ ରାମପୁର : ୧୨/୦୯ – (ମନିସ):- କଳାହାଣ୍ଡି ଜିଲ୍ଲା କୋଶଲରାଏଜ୍ ମୁକ୍ତି ମୋର୍ଚ୍ଛା ର ଥୁଆମୂଳ ରାମପୁର ବ୍ଲକ୍ ସଭାପତି ଭାବରେ କିରଣ କୁମାର ଧଙ୍ଗଡା ମାଝୀ ଙ୍କୁ ଚୟନ କରାଯାଇଛି l କିରଣ କୁମାର ଧଙ୍ଗଡା ମାଝୀଙ୍କ ନିଜ ବାସସ୍ଥାନ ହେଉଛନ୍ତି କଳାହାଣ୍ଡି ଜିଲ୍ଲା ଆଦିବାସୀ ଅଧ୍ୟୁଷିତ ଦୁର୍ଗମ ଅଞ୍ଚଳ ଥୁଆମୂଳ ରାମପୁର ବ୍ଲକ୍ ମୁଖ୍ଯାଳୟ ତାଲବନ୍ଦ ପଡା ସ୍ଥିତ ସର୍ଗତ ମହାନ୍ ବ୍ଯକ୍ତିତ୍ବ ଅଧିକାରୀ ବାଳକୃଷ୍ଣ ଧଙ୍ଗଡା ମାଝୀ ଙ୍କର କନିଷ୍ଠ ପୁତ୍ର। ରାଜ୍ୟ KMM ଯୁବ ନେତା ସଭାପତି ସାଗର ଚରଣ ଦାସ ଓ ରାଜନୀତି ମହଲରେ କିଛି ଦିନରୁ ଚର୍ଚ୍ଚାରେ ରହିଥିଲେ। ଯୁବ ସଂଗ୍ରାମୀ କିରଣ କୁମାର ଧଙ୍ଗଡା ମାଝୀ ଥୁଆମୂଳ ରାମପୁର ବ୍ଲକ୍ ର ଜଣେ ସଚେତନ ଯୁବକ ଭାବରେ ସମାଜ ସେବା ତଥା ଥୁଆମୂଳ ରାମପୁର ବ୍ଲକର ବିକାଶକୁ ନେଇ ଚେଷ୍ଟା କରୁଛନ୍ତି, ଏହାଛଡା ଲୋକଙ୍କର ହକ ଅଧିକାରରେ ଲଢ଼ିବା ପାଇଁ ଚର୍ଚ୍ଚାରେ ରହିଛନ୍ତି। ଶ୍ରୀ ଧଙ୍ଗଡା ମାଝୀ କହୁଥିଲେ ଯେକୌଣସି ଦଳରେ ଯଦି ଯୁବ ସଭାପତି କି ଅନ୍ୟାନ୍ୟ ଯେ କୌଣସି ପଦ ପଦବୀ ନେଇକି ରାଜନୀତି ଆରମ୍ଭ କରିବେ ବୋଲି l ଆଜି ସେ ଚର୍ଚ୍ଚାର ଅନ୍ତ ଘଟିଛି , ତାଙ୍କର ଲଢେଇ କରିବାପାଇଁ ପଥ ସୁଗମ ହୋଇଛି ଯାହାକି KMM କୁ ବାଛିଛନ୍ତି। ଏଥିରେ ସେ ପଦବୀ ପାଇ ସାରିଛନ୍ତି ତେଣୁ ଆଗକୁ କୋଶଳ ରାଏଜ୍ ଲାଗି ଲଢେଇ ଜାରି ରଖିବେ ଏବଂ ନିଜ ମାଁ ମାଟି ନିଜ ଅଞ୍ଚଳର ଲୋକଙ୍କ ହକ ଅଧିକାର ପାଇଁ ଲଢେଇ କରିବି ବୋଲି କହିଛନ୍ତି। ଏହାକୁ ଦୃଷ୍ଟିରେ ରଖି ଶ୍ରୀ ଦାସ କିରଣ କୁମାର ଧଙ୍ଗଡା ମାଝୀଙ୍କୁ ଆସ୍ଥା ଓ ବିଶ୍ବାସ କରି ଏହି ଦାୟିତ୍ଵ ଦେବା ସହିତ ସଂଗ୍ରାମ ରେ ସାମିଲ ହେବା ପାଇଁ ସୁଯୋଗ ଦେଇଛନ୍ତି। ତେବେ ଏପରି ଏକ ସଂଗ୍ରାମୀ ଓ କୋଶଲରାଏଜ୍ ମୁକ୍ତି ମୋର୍ଚ୍ଛା ବ୍ଳକ ସଭାପତି ଭାବରେ ଚୟନ କରାଯାଇଛି ତେଣୁ ଶ୍ରୀ ଧଙ୍ଗଡା ମାଝୀ ସାଗର ଚରଣ ଦାସଙ୍କୁ ଅନେକ ଅନେକ କୃତଜ୍ଞତା ଜ୍ଞାପନ କରିବା ସହ ଅନ୍ଯାୟ କର୍ମକର୍ତ୍ତା ମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ଥୁଆମୂଳ ରାମପୁର ବ୍ଳକରୁ ବଳଭଦ୍ର ବାଗଙ୍କ ରିପୋର୍ଟ

Related posts

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଦୁର୍ନୀତି ଅଭିଯୋଗ ନେଇ କଂଗ୍ରେସର ବିକ୍ଷୋଭ ପ୍ରଦର୍ଶନ

Sunil Chandra Nayak

ମଣ୍ଡଳର ସଭାପତି ଭାବେ ୪ ଜଣ ମନୋନୀତ 

masiha

ରମେଶ ଚନ୍ଦ୍ର ମାଝୀ ହେଲେ ରାଜ୍ୟ ବିଜେଡି ବରିଷ୍ଠ ସାଧାରଣ ସମ୍ପାଦକ 

masiha

Leave a Comment

error: Content is protected !!