ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନ ତରଫରୁ ଧାରଣା

ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନ ତରଫରୁ ଧାରଣା

ବାଲେଶ୍ଵର,୧୩/୯/୨୩- ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନ ତରଫରୁ ବିଭିନ୍ନ ଦାବି ନେଇ ବାଲେଶ୍ଵର ଜିଲ୍ଲା ଔପଦା ବିଇଓ କାର୍ଯ୍ୟାଳୟ ଆଗରେ ଧାରଣା ଜାରି ରହିଛି । ଦାବି ଗୁଡିକ ମଧ୍ୟରେ ମାନ୍ଯବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଠିକା ନିଯୁକ୍ତି ଉଚ୍ଛେଦ କରିଥିବା ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗରେ କାର୍ଯ୍ୟରତ ଶିକ୍ଷକ ମାନଙ୍କୁ ନିୟମିତ କରିବା ସହିତ ଶିକ୍ଷାକର୍ମୀ ଓ ଶିକ୍ଷା ସହାୟକ ଠିକା କାର୍ଯ୍ୟକାଳକୁ ନୋସନାଲ ଇନ୍ସକ୍ରିମେଣ୍ଟ ପ୍ରଦାନ କରି ମୂଳ ଚାକିରୀରେ ଗଣନା କରିବା ସହିତ ଏକ୍ସକ୍ଯାଡର ଶିକ୍ଷକ, କଳା ଓ କ୍ରୀଡ଼ା ଶିକ୍ଷକ ମାନଙ୍କୁ ନିୟମିତ ଶିକ୍ଷକର ମାନ୍ୟତା କରାଯାଉ । ସମସ୍ତ ବର୍ଗର ଶିକ୍ଷକ ମାନଙ୍କୁ କେନ୍ଦ୍ରୀୟ ହାରରେ ବେତନ (ମୂଳ ବେତନ ଲେଭେଲ ୯ ଗ୍ରେଡ ପେ ୪୨୦୦ ଅନୁଯାୟୀ ) ପ୍ରଦାନ କରାଯାଉ । ନୂତନ ପେନସନ ପ୍ରଥା ଉଚ୍ଛେଦ କରି ପୁରୁଣା ପେନସନ ବ୍ଯବସ୍ଥା ପୁନଃ ପ୍ରଚଳନ କରାଯାଉ ଏବଂ ଏକ୍ସ କ୍ଯାଡର ପ୍ରଥା ଉଚ୍ଛେଦ କରି ଏକ୍ସ କ୍ଯାଡର ଶିକ୍ଷକଙ୍କୁ କ୍ଯାଡର ଭୁକ୍ତ କରାଯାଉ ବୋଲି ଅନ୍ତର୍ଭୁକ୍ତ ଥିଲା । ଏଥିରେ ମହେଶ୍ବର ବିଶ୍ବାଳ, ସୁରେନ୍ଦ୍ର ନାଥ ବେହେରା, ସୁଶାନ୍ତ କୁମାର ନାୟକ, ଗୌତମ ବିଶ୍ବାଳ, ନରୋତ୍ତମ ପଣ୍ଡା, ଗୋପାଳ କୃଷ୍ଣ ପାଢ଼ୀ, ଭଗବାନ ବିଶ୍ବାଳ, ଧବଳେଶ୍ବର ରାଉତ, ସତ୍ୟ ରଞ୍ଜନ ମଲ୍ଲିକ, ଶଶିକଳା ପରିଡା, ଅନିମା ଦାସ, ମଞ୍ଜୁଲତା ମିଶ୍ର,ବିଚିତ୍ରାନନ୍ଦ ଲେଙ୍କା,ଚନ୍ଦ୍ର ମୋହନ ହୋ, ମେଶାଲ କୁମାର ସିଂ, ସିଦ୍ଧାର୍ଥ ଶଙ୍କର ନାୟକ, ଲତିକାମଣି ନାୟକ ପ୍ରମୁଖ ବହୁ ଶିକ୍ଷକ/ ଶିକ୍ଷୟିତ୍ରୀ ଧାରଣାରେ ବସିଥିଲେ ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ଗାଆଁ କୁ ଫେରିଲା ଦାଦନ ଶ୍ରମିକ ଙ୍କ ଶବ

Sunil Chandra Nayak

ଯୋଗାଣ ସହାୟକ ଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ 

Sunil Chandra Nayak

ପ୍ରଧାନମନ୍ତ୍ରୀ ଆବାସ ଗୃହ ଯୋଜନା କାର୍ଯ୍ୟାଦେଶ ବଣ୍ଟନ

masiha

Leave a Comment

error: Content is protected !!