ନବନିର୍ମାଣ କୃଷକ ସଂଘ ଜିଲ୍ଲା ଯୁବ ସଭାପତି ହିତେଶ୍ କୁମାର ନାଏକ ମନୋନୀତ
ଥୁଆମୂଳ ରାମପୁର:୧୮/୦୯ – (ମନିସ):- ଗତ ତା ୧୭/୦୯/୨୦୨୩ ରିଖ ଶନିବାର ଦିନ ଲାଲବାହାଦୂର ଷ୍ଟାଡିୟମର ରେଣ୍ତୁମାଝୀ ମଞ୍ଚ ଠାରେ ଥିବା ୧୧ ଟା ସମୟରେ ନବନିର୍ମାଣ କୃଷକ ସଙ୍ଘଠନ କଳାହାଣ୍ଡି ଜିଲ୍ଲା କମିଟି ତରଫରୁ କଳାହାଣ୍ଡି ଜିଲ୍ଲା ଯୁବ କମିଟି ଓ ଜୟପାଟଣା ଵ୍ଳକ କମିଟି ଘୋଷଣା କରାଗଲା ଉକ୍ତ କାର୍ଯ୍ୟକ୍ରମ ରେ ଜିଲ୍ଲା ସଭାପତି ଲିଙ୍ଗରାଜ ପ୍ରଧାନ, ଉପସଭାପତି ଦୁର୍ଯ୍ୟୋଧନ କୁମାର, ହେରମ୍ବ ସେନାପତି, ସମ୍ପାଦକ ଭଗବାନ ସାହୁ ଓ ଜିଲ୍ଲା କର୍ମକର୍ତ୍ତା ତଥା ବରିଷ୍ଠ ନାଗରିକ,ଆଇନ ଜୀବ, ଭଦ୍ରବ୍ୟକ୍ତି ଓ ୧୩ ଗୋଟି ବ୍ଳକରୁ ୨୦୦ ରୁ ଉର୍ଦ୍ଧ୍ବ ଜନସାଧାରଣ ଉପସ୍ଥିତ ରହିଥିଲେ। ଏହି କାର୍ଯ୍ଯକ୍ରମକୁ ସର୍ବ ପ୍ରଥମେ ଜିଲ୍ଲା ଉପ- ସଭାପତି ଦୁର୍ଯ୍ୟୋଧନ କୁମାର ସମ୍ବୋଧିତ କରି ରାଜ୍ଯ ସରକାର ଙ୍କ ଟାଲଟୁଲ ନିତି ଉପରେ ପାଣି ସମସ୍ୟା ଓ ଚାଷୀ ଉପକରଣ କୁ ନେଇ ବର୍ଷିଥିଲେ ତତ୍ ସହିତ ହେରମ୍ବ
ସେନାପତି ଓ ଜିଲ୍ଲା ସଭାପତି ଲିଙ୍ଗରାଜ ପ୍ରଧାନ ମଧ୍ୟ ସରକାରଙ୍କ ବେଆଇନ ଶାସନ ଉପରେ ରୋକ ଲଗାଇବା ପାଇଁ ଗର୍ଜିଥିଲେ। ପରେ ଜିଲ୍ଲା ଯୁବ କମିଟି ଘୋଷଣା କରାଯାଇଥିଲା। ଜିଲ୍ଲା ଯୁବ ସଭାପତି ହିତେଶ୍ କୁମାର ନାଏକ ଚୟନ ଙ୍କୁ ଚୟନ କରିଥିବା ବେଳେ ଉପସଭାପତି ଶେଷଦେବ ମଶ୍ରା,ସାଧାରଣ ମୁନା,ସୁନା ଓ ସହ ସମ୍ପାଦକ କ୍ଷୀରୋଦ ଧାରୁଆ, ଜିଲ୍ଲା ସଦସ୍ୟ ବୃନ୍ଦ, ଅମୂଲ୍ୟ ନାଏକ, କିରଣ ଗୋପାଳ, ସୁବାଷ କୁମାର, ମହେନ୍ଦ୍ର ଗୋପାଳ,ତୁଳସୀ ରାମ ସାହୁ, ଇଶ୍ବର କଣ୍ଟା, ବଂଶଧର ସାହୁ, ଭାନୁ ସାହୁ, ପ୍ରିତୀ ରାଜ ଗୋପାଳ, ଶାହିଲ ପ୍ରଧାନ ଓ ଜୟପାଟଣା ବ୍ଳକ କମିଟି ଘୋଷଣା କରାଗଲା। ଉକ୍ତ ନବନିର୍ବାଚିତ ପ୍ରତିନିଧି ମାନଙ୍କୁ ଧନ୍ୟବାଦ ଦେଇ ପରିଶେଷରେ ବୈଠକ କୁ ସାଙ୍ଗ କରାଗଲା।
ଥୁଆମୂଳ ରାମପୁର ବ୍ଳକରୁ ବଳଭଦ୍ର ବାଗଙ୍କ ରିପୋର୍ଟ


