ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ପରମ୍ପରା ବଜାୟ ରଖି ଛନ୍ତି ଧଣ୍ଡରା ଅଞ୍ଚଳ ବାସି , ନୂଆ ଖାଇ ଅବସରରେ ଅ ଦ୍ଵିତୀୟ ପର୍ବ ମୋନାଉ ଛନ୍ତି ‘ଡଙ୍ଗରି ଚେଗା

ପରମ୍ପରା ବଜାୟ ରଖି ଛନ୍ତି ଧଣ୍ଡରା ଅଞ୍ଚଳ ବାସି , ନୂଆ ଖାଇ ଅବସରରେ ଅ ଦ୍ଵିତୀୟ ପର୍ବ ମୋନାଉ ଛନ୍ତି ‘ଡଙ୍ଗରି ଚେଗା

ତେନ୍ତୁଳିଖୁଣ୍ଟି ୨୧/୦୯/୨୩ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାର ମୁଖ୍ୟ ଗଣପର୍ବ ହେଉଛି ନୂଆଖାଇ । ଅନେକ ଦୂର ଦୁରାନ୍ତ କର୍ମକ୍ଷେତ୍ରରୁ  ଫେରି ଆସନ୍ତି ନିଜ ଭିଟାମାଟିକୁ ଏହି ପର୍ଵ ପାଳନ ପାଇଁ ।  ନବରଙ୍ଗପୁର ଜିଲ୍ଲା ବାସୀ ମଧ୍ୟ ବାଦ ପଡି ନାହାଁନ୍ତି ଏହି ପର୍ବ ପାଳନରୁ । ଗତ କାଲି ତା- ୨୦/୦୯/୨୦୨୩ ରିଖ ଅର୍ଥାତ ଭାଦ୍ରବ ମାସ ଶୁକ୍ଳ ପକ୍ଷ ପଞ୍ଚମୀ ତିଥିରେ ଅଞ୍ଚଳର ଅନେକ ଗ୍ରାମର ଲୋକେ ନବାନ୍ନ (ନୂଆଖାଇ) ଭୋଗ ଗ୍ରହଣ କରିଥିଲେ । ଏହି ପର୍ଵ ପାଳନ ଅବସରରେ ପରିବାରର ସମସ୍ତେ ନବ ବସ୍ତ୍ର ପରିଧାନ କରି ନବାନ୍ନ ଭୋଗ ଗ୍ରହଣ କଲାପରେ ପରିବାର ତଥା ସାହି ପଡ଼ିଶାର ବୟଜ୍ୟୋଷ୍ଠମାନଙ୍କ ଚରଣ ସ୍ପର୍ଶ କରି ଆଶୀର୍ବାଦ ଭିକ୍ଷା କରିଥାନ୍ତି । ଇତିମଧ୍ୟରେ ଅଞ୍ଚଳବାସୀଙ୍କ ନୂଆଖାଇ ଜୁହାର ଓ ଭେଟଘାଟର ସୁଯୋଗ ସୃଷ୍ଟି କରି ପାରିଛି ଧଣ୍ଡରା ଗ୍ରାମର ପର୍ବତାରୋହଣ ବା ‘ଡଙ୍ଗରି ଚେଗା’ ପର୍ବ ।ଏହି ଯାତ୍ରା ବହୁ ପୁରୁଣା କିଏ ବି ସମାନ ଭାବରେ କହି ପାରୁ ନାହାନ୍ତି କେବେ ଠୁ ଆରମ୍ଭ। ଏଠାରେ ଅଞ୍ଚଳର ସାଧାରଣ ଜନତାଙ୍କ ଠାରୁ ଆରମ୍ଭ କରି ଜନ ପ୍ରତିନିଧି ମାନେ ଉପସ୍ଥିତ ରହି ପୂର୍ବ ଶତ୍ରୁତାକୁ ଭୁଲି ପରସ୍ପର ମଧ୍ୟରେ ଭ୍ରାତୃତ୍ୱ ଭାବରେ ଭେଟଘାଟ ହୋଇ ପ୍ରଣାମ (ଜୁହାର) ଜଣାଇଥାନ୍ତି । ଲୋକେ ପାହାଡ଼ର ପାଦ ଦେଶରେ ଥିବା ଦେବୀ ମା ଡଙ୍ଗର ଦେଇ ଙ୍କୁ ମୁଣ୍ଡିଆ ମାରି ପର୍ବତ ଶିଖର ମନ୍ଦିରରେ ଦେଵ ଦେଵ ମହାଦେବ ଝାଡେଶ୍ୱରଙ୍କୁ ଦର୍ଶନ କରିଥାନ୍ତି ।  ପର୍ବତଟିକୁ ଦେଖିବାକୁ ଅତି ମନୋରମ କାରଣ ଚତୁଃପାଶ୍ୱର୍ରେ ଶାଳ ଗଛ ସମେତ ବନବିଭାଗ ଦ୍ୱାରା ସାଗୁଆନ ବୃକ୍ଷ ରୋପଣ କରି ସବୁଜମୟ କରାଯାଇଛି । ପ୍ରାୟ ଏକ ଶତାବ୍ଦୀରୁ ଅଧିକ ପୁରୁଣା ପରମ୍ପରା ପ୍ରଚଳିତ ହୋଇ ଆସୁଛି। ପୂର୍ବଜମାନେ ନୂଆଖାଇର ବାସିଦିନ ସ୍ଥାନୀୟ କିଛି ଲୋକଙ୍କ ଦ୍ୱାରା ଏହି ପ୍ରଥା ଆରମ୍ଭ କରିଥିଲେ କିନ୍ତୁ ଏବେ ଲୋକାଦୃତ ପର୍ଵରୂପେ ପାଳନ ହୋଇଆସୁଛି । ଚଳିତ ବର୍ଷ ଅନୁକୂଳ ପାଗ ଯୋଗୁଁ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଥିଲା ।

ନବରଙ୍ଗପୁର ଜିଲ୍ଲାର ଏକମାତ୍ର ପର୍ବ ଯାହା କି ସାମୂହିକ ଭାବେ ପର୍ବତ ଆରୋହଣ ର ମଜା ଉଠାଇ ପର୍ବ ପାଳନ କରିଥାନ୍ତି । ଏହି ଅବସରରେ ତିନି ଦଳ ର ନେତାଙ୍କ ଭିଡ଼ ଦେଖିବାକୁ ମିଳିଥିଲା ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଗୌରୀ ଶଙ୍କର ମାଝୀ, ମଣ୍ଡେଇ କଳାକାର ଦେବଦାସ ମହାଙ୍କୁଡ ପ୍ରଭୃତି ଅଞ୍ଚଳର ମାନ୍ୟଗଣ୍ୟ ବ୍ୟକ୍ତିମାନେ ଯୋଗ ଦେଇଥିଲେ ।

ଗୋବର୍ଦ୍ଧନ ସାହୁ ,ତେନ୍ତୁଳିଖୁଣ୍ଟି

Related posts

ପ୍ରାଚୀ ଗୁରୁ ଧର୍ମ କ୍ଷେତ୍ରରେ ହନୁମାନ ଜୟନ୍ତୀ ପାଳିତ 

Sunil Chandra Nayak

ମା ଡୋକାରୀ ଦେବୀଙ୍କ ଚୈତ୍ର ଯାତ୍ରା ଅନୁଷ୍ଠିତ, ପାହାଡ଼ ଶିଖର ଚଢି ଦର୍ଶନ କଲେ ଶ୍ରଦ୍ଧାଳୁ

Sunil Chandra Nayak

ଠାକୁର ଅନୁକୂଳ ଚନ୍ଦ୍ର ଙ୍କ ୧୩୫ ଆବିର୍ଭାବ ଦିବସ

Sunil Chandra Nayak

Leave a Comment

error: Content is protected !!