ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଖାତିଗୁଡାରେ ସାଇବର ସୁରକ୍ଷା ସଚେତନତା ରଥକୁ ସମ୍ବର୍ଦ୍ଧନା

ଖାତିଗୁଡାରେ ସାଇବର ସୁରକ୍ଷା ସଚେତନତା ରଥକୁ ସମ୍ବର୍ଦ୍ଧନା

ତେନ୍ତୁଳିଖୁଣ୍ଟି ୦୪/୧୦/୨୩ ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଖାତିଗୁଡା କୁ ଆଜି ସାଇବର ସୁରକ୍ଷା ସଚେତନତା ରଥ ଆସିଥିଲା ପ୍ରଥମେ ଖାତିଗୁଡା ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରରେ ବିଦ୍ୟାଳୟର ଅପା,ଭାଇ,ଛାତ୍ରଛାତ୍ରୀ, ଅଙ୍ଗନବାଡି କର୍ମୀ , ଖାତିଗୁଡା ଥାନା ଓ ତେନ୍ତୁଳିଖୁଣ୍ଟି ଥାନାର କର୍ମଚାରୀଙ୍କ ଉପସ୍ଥିତି ବେଣ୍ଡ ବାଜା ସହ ନାଚ ଗୀତ ମସଗୁଲ ହୋଇ ପୂଜାର୍ଚ୍ଚନା କରି ସ୍ୱାଗତ କରିଥିଲେ । ଏହି ବିଦ୍ୟାଳୟରେ ସାଇବର ଠକେଇର ସଚେତନତା ନେଇ ବୈଠକ ହୋଇଥିଲା ଏଥିରେ ନବରଙ୍ଗପୁର ଅତିରିକ୍ତ ସୁପରଟେଣ୍ଟ ବଟ କୃଷ୍ଣ ମିଶ୍ର, ଏସ ଡ଼ି ପି ଓ ଆଦିତ୍ୟ ସେନ,ଖାତିଗୁଡା ଥାନା ଅଧିକାରୀ ହରିସ ଚନ୍ଦ୍ର ଗୋଲରୀ ,ରମେଶ ଚନ୍ଦ୍ର ପଟ୍ଟନାୟକ,ବିଦ୍ୟାଳୟ ସଭାପତି ଅବସର ପ୍ରାପ୍ତ ମୁଖ୍ୟ ନିର୍ମାଣ ଯନ୍ତ୍ରୀ ସନ୍ତୋଷ କୁମାର ଗାହାଣ ,ବିଦ୍ୟାଳୟ ଅଧ୍ୟକ୍ଷା ସ୍ୱର୍ଣ୍ଣଲତା ମାହାଙ୍କୁଡ ଓ ଖାତିଗୁଡା ଏସ ବି ଆଇ ବ୍ୟାଙ୍କ ମ୍ୟାନେଜର ସୁଦିପ୍ତ ପଧାନ ଉପସ୍ଥିତ ରହି ମଞ୍ଚାସିନ ଥିଲେ ।

 ତେନ୍ତୁଳିଖୁଣ୍ଟି ଥାନା ଅଧିକାରୀ ଅଭିମନ୍ୟୁ ଦୁର୍ଗା ମଧ୍ୟ ମଞ୍ଚାସିନ ହୋଇଥିଲେ। ଏହି କାର୍ଯ୍ୟକ୍ରମରେ ସାଇବର ଠକେଇର ଜଣେ କେମିତି ଠକେଇ ହୋଇଥିଲେ ସେ ବିଷୟରେ ଛାତ୍ରଛାତ୍ରୀଙ୍କୁ ବୁଝେଇ ଥିଲେ । ସାଇବର ଠକେଇରୁ ମୁକ୍ତି ପାଇବାର ପ୍ରଥମ ମାର୍ଗ ସଚେତନ ରହିବା ଦ୍ଵିତୀୟରେ ଆମେ ବ୍ୟବହାର କରୁଥିବା ମୋବାଇଲ , ଏ ଟି ଏମ ଆଦିରେ କଠିନ ପାସ ୱାର୍ଡ ବ୍ୟବହାର କରିବା ଅଫର ଯୁକ୍ତ ମେଲ ବା ମେସେଞ୍ଜରର ଉତ୍ତର ନ ଦେବା ସମୟ ବ୍ୟବଧାନରେ ପାସୱାର୍ଡ ପରିବର୍ତ୍ତନ କରିବା ଲୋନ ପାଇଁ କୌଣସି ଲୋନ ଆପର ବ୍ୟବହାର ନ କରିବା ଅଜଣା ନମ୍ବରରୁ ଆସୁଥିବା କଲ ବା ଏସ ଏମ ଏସ ମଧ୍ୟମରେଆସୁଥିବା ଲିଂକବ ଗ୍ରହଣ ନ କରିବା ଆଦି ବିଷୟରେ ସଚେତନ କରାଯାଇଥିଲା । ଠିକ ସେହିଭଳି ଖାତିଗୁଡା ଇନ୍ଦ୍ରାବତୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସାଇବର ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ନବରଙ୍ଗପୁର ଅତିରିକ୍ତ ସୁପରଟେଣ୍ଟ ବଟ କୃଷ୍ଣ ମିଶ୍ର ଉପସ୍ଥିତ ରହିଥିବା ବେଳେ ଏସ ଡ଼ି ପି ଓ ଆଦିତ୍ୟ ସେନ,ଖାତିଗୁଡା ଥାନା ଅଧିକାରୀ ହରିସ ଚନ୍ଦ୍ର ଗୋଲାରୀ ,ରମେଶ ଚନ୍ଦ୍ର ପଟ୍ଟନାୟକ,ବିଦ୍ୟାଳୟର ଅଧ୍ୟକ୍ଷ ଯଶୋବନ୍ତ ବରାଳ,ସନ୍ତୋଷ କୁମାର ଗାହାଣ ,ବ୍ୟାଙ୍କ ମ୍ୟାନେଜର ସୁଧିପ୍ତ ପଧାନ, ମଞ୍ଚାସିନ ରହି ଛାତ୍ରଛାତ୍ରୀଙ୍କୁ ସାଇବର ଠକେଇ ଉପରେ ବୁଝେଇ ଥିଲେ । ଏହି ଦୁଇ ବିଦ୍ୟାଳୟର ଛାତ୍ରଛାତ୍ରୀ ସାଇବର ସୁରକ୍ଷା ସଚେତନତା ରଥକୁ ନାଚ ଗୀତରେ ସ୍ୱାଗତ କରିଥିଲେ । ଏବଂ ବୈଠକରେ କିଛି ପ୍ରଶ୍ନ ପଚାରିଥିଲେ ଉତ୍ତର ଦେଇଥିବା ଛାତ୍ରଛାତ୍ରୀ ମାନଙ୍କୁ ମୁଖ୍ୟଅତିଥି ପୁରସ୍କୃତ କରିଥିଲେ । ତାସହ ସନ୍ଧ୍ୟା ସମୟରେ ଖାତିଗୁଡା ମାର୍କେଟରେ ଯାତାୟାତ ଲୋକ ଓ ସ୍ଥାନୀୟ ଲୋକଙ୍କ ପାଇଁ ମଧ୍ୟ ସାଇବର ଠକେଇର ସଚେତନତା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟ ଛାତ୍ରଛାତ୍ରୀ ଓ ସ୍ଥାନୀୟ ଛାତ୍ରଛାତ୍ରୀଙ୍କ ଦ୍ବାରା ନାଚଗୀତର କାର୍ଯ୍ୟକ୍ରମ ହୋଇଥିଲା । ପ୍ରତେକ ସ୍ଥାନର କାର୍ଯ୍ୟକ୍ରମରେ ଉମାକାନ୍ତ ସାହୁ ମଞ୍ଚ ପରିଚାଳନା କରିଥିଲେ ।

ଗୋବର୍ଦ୍ଧନ ସାହୁ ,ତେନ୍ତୁଳିଖୁଣ୍ଟି

Related posts

ଶିକ୍ଷା ବ୍ୟବସ୍ଥା ଉପରେ ଆଇନ ସଚେତନତା କାର୍ଯ୍ୟକ୍ରମ 

Sunil Chandra Nayak

ଦୁଇବର୍ଷ ପୂର୍ବେ ଆନ୍ଦ୍ର ସୀମାନ୍ତ ରେବତୀଗୁଡା ଗାଁକୁ ଯାଇ ପ୍ରତିଶୃତି ଦେଇ ଥିଲେ, ବିଧାୟକ ହବାପରେ କରିଦେଖାଇଲେ 

masiha

ଓଡ଼ିଶା ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ଓ ଜାତୀୟ ବିପର୍ଯ୍ୟୟ ପ୍ରଶମନ ଦିବସ ପାଳିତ

masiha

Leave a Comment

error: Content is protected !!