ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ତିରିଂ ବ୍ଳକର ଗଇତଈଲତଆ ପଞ୍ଚାୟତ ଏବଂ ସାନଭୁଣ୍ଡୁ ପଞ୍ଚାୟତରେ ବିକାଶର ବାର୍ତ୍ତା ନେଇ ବିଜେଡିର ଜନ ସଂପର୍କ ଯାତ୍ରା

ତିରିଂ ବ୍ଳକର ଗଇତଈଲତଆ ପଞ୍ଚାୟତ ଏବଂ ସାନଭୁଣ୍ଡୁ ପଞ୍ଚାୟତରେ ବିକାଶର ବାର୍ତ୍ତା ନେଇ ବିଜେଡିର ଜନ ସଂପର୍କ ଯାତ୍ରା

 ମୟୂରଭଞ୍ଜ – ୫/୧୦ ( ମସିହା)ଗାନ୍ଧୀ ଜୟନ୍ତୀ ଠାରୁ ଅକ୍ଟୋବର ୧୧ ଜୟପ୍ରକାଶ ନାରାୟଣ ଜୟନ୍ତୀ ପର୍ଯ୍ୟନ୍ତ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଆହ୍ବାନ କ୍ରମେ ସାରା ରାଜ୍ୟରେ ବିଜେଡ଼ିର ଜନ ସଂପର୍କ ପଦଯାତ୍ରା ଅନୁଷ୍ଠିତ ହେବା ପାଇଁ ସ୍ଥିର ହୋଇଛି । ତେଣୁ ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସିମାନ୍ତ ତିରିଂ ବ୍ଳକର ଗୀତିଲତା ପଞ୍ଚାୟତର କଶ୍ମୀର ଗାଁ ରୁ ଗୀତିଲତା ଗାଁ ଏବଂ ସାନଭୁଣ୍ଡୁ ପଞ୍ଚାୟତରେ ଚାକିଡି ଗାଁ ରେ ଆଜି ବିଜେଡ଼ିର ଜନସଂପର୍କ ପଦଯାତ୍ରା ବ୍ଳକ ସଭାପତି ବଳଦେବ ହେମ୍ବ୍ରମ ( ଵାଣଜୁ ଭାଇ)ଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଯାଇଛି । ପଦଯାତ୍ରାରେ ଜିଲ୍ଲା ପରିଷଦ ସଦସ୍ୟ ପରେଶ୍ ମୁଣ୍ଡା, ବରିଷ୍ଠ ନେତ୍ରୀ ଜେମାମଣି ଷୁଣ୍ଢି,ପାର୍ଥ ଷଡ଼ଙ୍ଗୀ,ଜଈତରଆୟ ବାସ୍କେ,ମୁନା କ୍ଷେତ୍ରୀ ,ମନୋଜ ଗୁପ୍ତା,ବ୍ଳକ ବିଜେଡି ମହିଳା ସଭାନେତ୍ରୀ କାପୁର, ଗୀତିଲତା ପଞ୍ଚାୟତ ସଭାପତି ସାକରୋ ମୁର୍ମୁ,ପ୍ରତିଭା ମହାନ୍ତ,ସଂଜୀବ ଆଲଦା ସାନଭୁଣ୍ଡୁ ପଞ୍ଚାୟତ ସଭାପତି ମେଘନାଦ ମୁର୍ମୁ,,ସମେତ ଶତାଧିକ ମହିଳା ସ୍ଵୟଂ ସହାୟିକା ଗୋଷ୍ଠୀ ସଦସ୍ୟ,କୃଷକ,ଛାତ୍ର,ଦିବ୍ଯାଙ୍ଗ, ଗାଁ ମୁରବି ଯୋଗ ଦେଇଥିଲେ । ଆଦିବାସୀ ପାରଂପରିକ ଢୋଲ,ମାଦଳ ବଜାଇ ସରକାର ଙ୍କ ଯୋଜନା ସମ୍ବନ୍ଧରେ ଗାଁ ପରିଭ୍ରମଣ କରିଥିଲେ ।ପରେ ଆନନ୍ଦରେ ନୃତ୍ୟ କରିଥିଲେ । ନେତୃବୃନ୍ଦ କହିଥିଲେ ସରକାରଙ୍କ ବହୁବିଧ ଯୋଜନା ତଥା ମମତା ଯୋଜନା, ହରିଶ୍ଚନ୍ଦ୍ର ଯୋଜନା,କିଶୋରୀ ଯୋଜନା, ମଧୁବାବୁ ପେନସନ, ଗୋପବନ୍ଧୁ ଯୋଜନା,କଳାକାର ଭତ୍ତା,ଦଇଵ୍ଯଆଙ୍ଗ ଯୋଜନା,କାଳିଆ ଯୋଜନା, ଛାତ୍ରବୃତ୍ତି,ଶ୍ରମିକ କଲ୍ୟାଣ ଯୋଜନା,ଖାଦ୍ଯ ସୁରକ୍ଷା,ଆବାସ ଯୋଜନା,ବିଜୁ ସେତୁ,ଘରକୁ ଘର ପାଣି, ବିଜୁ ଜ୍ୟୋତି,ଐତିହାସିକ ବିଜୁ ସ୍ବାସ୍ଥ୍ୟ ଯୋଜନା, ବିଦ୍ୟାଳୟ , ହସ୍ପିଟାଲ ରୂପାନ୍ତିକରଣ,ଆଦର୍ଶ ବିଦ୍ୟାଳୟ ପ୍ରତିଷ୍ଠା, ବିପର୍ଯ୍ୟୟ ପରିଚାଳନା,ବିଶ୍ଵ ସ୍ତରୀୟ କ୍ରୀଡା,ପଛୁଆ ବର୍ଗ କଲ୍ୟାଣ ଯୋଜନା, ଆଦିବାସୀ କଲ୍ୟାଣ ଯୋଜନା,ମହିଳା ବିକାଶ,କୃଷି ଓ କୃଷକ ଉନ୍ନତିକରଣ,ବହୁ ସରକାରୀ ମେଡିକାଲ କଲେଜ ପ୍ରତିଷ୍ଠା ଭଳି ବହୁ ଜନକଲ୍ଯାଣ ଯୋଜନା କରିଛନ୍ତି ।ତଦସହ ଏହି ସବୁ ଯୋଜନାରୁ ଯେଉଁମାନେ ବଂଚିତ ହୋଇଛନ୍ତି ସେମାନଙ୍କୁ ଚିହ୍ନଟ କରି ଯୋଜନାରୁ କିଭଳି ଉନ୍ନତି ହେବ ସେଥିପାଇଁ ସ୍ଥାନୀୟ ନେତୃବୃନ୍ଦ ଚେଷ୍ଟା କରିବେ ବୋଲି କହିଥିଲେ । 

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ଵାଳ ଙ୍କ ରିପୋର୍ଟ 

Related posts

ଏ.ବି.ଭି.ପି. ର ଛାତ୍ର ସମାବେଶ, ଜିଲ୍ଲାପାଳଙ୍କୁ ପ୍ରଦାନ କଲେ 12 ଦଫା ଦାବିପତ୍ର !

Sunil Chandra Nayak

କଣ୍ଟାବାଞ୍ଜିରେ ଓଡ଼ିଶା ଜନତା କଂଗ୍ରେସର ମହା ଗଣସମାବେଶ । “ଓଡ଼ିଆଙ୍କ ପାଇଁ ଓଡ଼ିଶା” ନାରା ଦେଲେ ସଭାପତି ମହମ୍ମଦ ମୁକିମ 

ଜିଲ୍ଲା କଂଗ୍ରେସ କମିଟିର କର୍ମକର୍ତ୍ତା ଚୟନ ତ୍ରିଲୋଚନ ପାଣିଗ୍ରାହୀ ହେଲେ ଜିଲ୍ଲା ସାଧାରଣ ସମ୍ପାଦକ

masiha

Leave a Comment

error: Content is protected !!