ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ତେଜୁଛି ଜିଲ୍ଲା ମାନ୍ୟତା ଦାବୀ ,  ଧର୍ମଗଡ ଉପଖଣ୍ଡ କୁ ଜିଲ୍ଲା ଦାବୀ ୪୦ ଦିନରେ

ତେଜୁଛି ଜିଲ୍ଲା ମାନ୍ୟତା ଦାବୀ , 

ଧର୍ମଗଡ ଉପଖଣ୍ଡ କୁ ଜିଲ୍ଲା ଦାବୀ ୪୦ ଦିନରେ

ଧର୍ମଗଡ ଉପଖଣ୍ଡ ଅଭୂତପୂର୍ବ ବନ୍ଦ ପରେ ପ୍ରତୀକାତ୍ମକ ଗଣଧାରଣା ଜାରୀ

 ଧର୍ମଗଡ ଜିଲ୍ଲା ଗଠନ ଦାବୀ ଗଣଧାରଣା ର ଆଜି ୪୦ ତମ ଦିବସରେ ଧର୍ମଗଡ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଧାରଣାରେ ସାମିଲ ହୋଇ ଧର୍ମଗଡ ଉପଖଣ୍ଡ କୁ ଜିଲ୍ଲା ମାନ୍ୟତା ଦାବୀ କରିଥିଲେ। ଗତ ଅକ୍ଟୋବର ୪ ତାରିଖ ଦିନ ଧର୍ମଗଡ ଉପଖଣ୍ଡ ଅଭୂତପୂର୍ବ ବନ୍ଦ ପରେ କ୍ରିୟାନୁଷ୍ଠାନ କମିଟି ର ସଦସ୍ୟ ମାନଙ୍କୁ ପ୍ରଶାସନ ଆଲୋଚନା ପାଇଁ ଡାକରା ଦେଇଥିଲେ।  

ଆଲୋଚନା ସାକାରାତ୍ମକ ହୋଇଥଲା। ଜିଲ୍ଲା ଦାବୀ ମାନ୍ୟତା ନେଇ ରାଜ୍ୟ ସରକାର ଠୋସ୍ ପଦକ୍ଷେପ ନ ନେବା ପର୍ଯ୍ୟନ୍ତ କାର୍ଯ୍ୟାନୁଷ୍ଠାନ କମିଟି ପକ୍ଷରୁ ଶାନ୍ତିପୂର୍ଣ୍ଣ ପ୍ରତୀକାତ୍ମକ ଗଣ ଧାରଣା ଜାରୀ ରହିବ ବୋଲି ଆବାହକ ତୁଷାର ରଞ୍ଜନ ପଟ୍ଟଯୋଷୀ କହିଛନ୍ତି।

 ଏହି କ୍ରମରେ ଆଜି କ୍ରିୟାନୁଷ୍ଠାନ କମିଟି ର ବରିଷ୍ଠ ସଦସ୍ୟ ନିରଞ୍ଜନ ମହାପାତ୍ର ଙ୍କ ନେତୃତ୍ବରେ ସୁରେଶ ଚନ୍ଦ୍ର ଅଗ୍ରୱାଲ, ତରୁଣ ବାଗ,ରଜନୀ ସରାପ,ସନ୍ତୋଷ କୁମାର ପାଢୀ,ଫୁଲେଶ୍ୱର ସେନାପତି,ଡାକେ ଲହଜଲ,ଟଙ୍କଧର କାଣ୍ଡ,ଶ୍ୟାମସୁନ୍ଦର ମାଝୀ,ପରକ୍ଷିତ ନାଏକ,ମୁରଲୀଧର ଶତନାମୀ,ମୁରଲୀଧର ପଣ୍ଡା,ସରୋଜ ମାଝୀ ପ୍ରମୁଖ ଗଣ ଧାରଣାରେ ବସି ଧର୍ମଗଡ ଉପଖଣ୍ଡ କୁ ଜିଲ୍ଲା ମାନ୍ୟତା ଦାବୀ କରିଥିଲେ 

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ଓଡିଶା ଭିଜନ ୨୦୩୬ ଏବଂ ୨୦୪୭ ଉପରେ ଦିନିକିଆ କର୍ମଶାଳା 

masiha

ନେତୃତ୍ଵ ଉପରେ ତାଲିମ 

Sunil Chandra Nayak

ନୂତନ ଆଧାର କେନ୍ଦ୍ର ଉଦ୍ଧଘାଟନ 

masiha

Leave a Comment

error: Content is protected !!