ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଓ.ଏମ.ସି କର୍ତ୍ତୃପକ୍ଷଙ୍କ କାର୍ଯ୍ୟପ୍ରଣାଳୀରେ ଖଣିବାସୀ ହିନସ୍ଥା,କେଉଁ ଖଣି ଅଫିସରଙ୍କ ବଳରେ ବଳୀଆନ୍ ଏବେ ପ୍ରଶ୍ନ ଉଠିଛି

ଓ.ଏମ.ସି କର୍ତ୍ତୃପକ୍ଷଙ୍କ କାର୍ଯ୍ୟପ୍ରଣାଳୀରେ ଖଣିବାସୀ ହିନସ୍ଥା,କେଉଁ ଖଣି ଅଫିସରଙ୍କ ବଳରେ ବଳୀଆନ୍ ଏବେ ପ୍ରଶ୍ନ ଉଠିଛି 

ଯୋଡ଼ା( ମସୀହା)୦୬/୧୦/୨୩ ଖଣିବାସୀଙ୍କ ପାଇଁ ଖଣି ଅନୁଷ୍ଠାନ ଠାରୁ ବରଂ ଖଣି କର୍ତ୍ତୃପକ୍ଷ ଏବେ ଭାରି ସମସ୍ୟାର କାରଣ ପାଲଟିଛନ୍ତି । ସର୍ବଦା ଜନହିତ କାର୍ଯ୍ୟ କରିବାରେ ପଛଘୁଞ୍ଚା ଦେଇ ଜନବିରୋଧୀ କାର୍ଯ୍ୟ କରିବାରେ ଆଗୁଆରେ ଥିବା କେତେକ ଖଣି କର୍ତ୍ତୃପକ୍ଷଙ୍କ କାର୍ଯ୍ୟକଳାପ ଯାହା ଜନଅସନ୍ତୋଷର କାରଣ ପାଲଟିଛି। ତେବେ ଦେଖିବାକୁ ଗଲେ ଖଣିରେ ସ୍ଥାୟୀ ନିଯୁକ୍ତି ବୃଦ୍ଧି ଦିଗପ୍ରତି ଦୃଷ୍ଟି ନଦେବା ସହ ନିକଟ ଖଣିଲୋକଙ୍କୁ ସଠିକ ସମୟରେ ଜଳଯୋଗାଣ ତଥା ପର୍ଯ୍ୟାପ୍ତ ନଯୋଗାଇବା,ଖଣି ଖନନରେ ଦାୟିତ୍ବହୀନତା ପାଇଁ ଖଣି ଆଖପାଖ ଅଞ୍ଚଳ ପ୍ରଦୂଷିତ ହେବାରେ ଲାଗିଛି ତା ସାଙ୍ଗକୁ ଖଣିଜ ପରିବହନରେ ଅସାବଧାନତା ହେତୁ ଦୁର୍ଘଟଣା ଘଟି ବହୁ ନିରୀହ ଜୀବନ ନଷ୍ଟ ହେବାରେ ଲାଗିଛି। କେବଳ ସେତିକି ନୂହଁ ସମସ୍ତ ପ୍ରକାରର ସୁବିଧା ଥିବା ଏକ ଉନ୍ନତମାନର ମେଡ଼ିକାଲ ପ୍ରତି ଧ୍ୟାନ ନଦେଇ ଖଣି କାର୍ଯ୍ୟରେ ତଥା ପରିବହନରେ ବାରମ୍ବାର ଅସାବଧାନତା ଏବଂ ଦାୟିତ୍ବହୀନତା ପାଇଁ ଅଞ୍ଚଳର ଗରିବ ଖଣିବାସୀ ନାହିଁ ନଥିବା ସମସ୍ୟା ଭୋଗୁଥିଲେ ମଧ୍ୟ ସେ ସବୁଦେଖି କର୍ତ୍ତୃପକ୍ଷଙ୍କ ସ୍ୱାର୍ଥପରତା ଚରମସୀମାରେ ପହଞ୍ଚିଥିବାରୁ ଖଣିବାସୀ ଅତିଷ୍ଠ ହେବାକୁ ଲାଗିଲେଣି। ସେହିପରି ଅଞ୍ଚଳର ଓ.ଏମ.ସି ଖଣି କର୍ତ୍ତୃପକ୍ଷଙ୍କ କାର୍ଯ୍ୟକଳାପ ଦିନକୁ ଦିନ ଜନହିତ ପରିବର୍ତ୍ତେ ଜନବିରୋଧି ହେବାର ଆଭାସ ମିଳିଛି ।ତେବେ ଯୋଡ଼ା ବ୍ଳକ ଅନ୍ତର୍ଗତ ପଳସା ପଞ୍ଚାୟତର ଉଚ୍ଚବାଲି ସ୍ଥିତ ଓ.ଏମ.ସି ଖଣି କର୍ତ୍ତୃପକ୍ଷଙ୍କ କାର୍ଯ୍ୟକଳାପ ଦିନକୁ ଦିନ ନିକଟ ଖଣି ଲୋକଙ୍କୁ କିଛିଟା ସହଯୋଗ ପ୍ରତିବଦଳରେ ସମସ୍ୟା ସୃଷ୍ଠି କରୁଛି lତେବେ ଖଣିଜ ପରିବହନ କ୍ଷେତ୍ରରେ ଅବହେଳା ଯୋଗୁଁ ବାମେବାରୀ ଠାରୁ କାଳିମାଟି ରାସ୍ତାପଥ ଜାମ୍ ରହିଥିବାରୁ ସାଧାରଣ ଯାତାୟତରେ ସମସ୍ୟl ଲାଗିରହିଛି ।ଦାୟୀତ୍ବ ରେ ଅବହେଳା ଯୋଗୁଁ ପ୍ରଦୂଷଣର ପରିମାଣ ବଢିଚାଲିଛି ,ଯାହାର ପରିଣାମ ସ୍ବରୂପ ଅଞ୍ଚଳବାସୀଙ୍କୁ ନାନାଦି ରୋଗ /ବୈଇରାଗରେ ଆକ୍ରାନ୍ତ ହେଉଛନ୍ତି ତାହା ନିକଟସ୍ଥ ବାସିନ୍ଦାଙ୍କ କୁଡିଆକୁ ଲକ୍ଷ୍ୟକଲେ ଜଣାପଡେ। ।ତେବେ ସାଧାରଣ ଲୋକଙ୍କ ଏତେ ସବୁ ସମସ୍ୟା ଭୋଗୁଥିବା ଦେଖି ଜାଣିବା ପରେ ମଧ୍ୟ ଉକ୍ତ କର୍ତ୍ତୃପକ୍ଷଙ୍କ ପ୍ରତି ବିଭାଗୀୟ ଅଧିକାରୀଙ୍କ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରେ ସ୍ଥାଣୁ ଓ ଅପାରଗ ପଣ କେଉଁ କାରଣରୁ ଏବେ ପ୍ରଶ୍ନ ଉଠୁଛି?ଅଞ୍ଚଳ ତଥା ଅଞ୍ଚଳବାସୀଙ୍କ ମଙ୍ଗଳ ଏବଂ ହିତରେ ବିଭାଗୀୟ ଅଧିକାରୀ ଚିନ୍ତା ନକରି ବେଶ କିପରି ଚୁପ ବସିଛନ୍ତି ତାହା ସାଧାରଣରେ ଅସନ୍ତୋଷର କାରଣ ପାଲଟିଛି l

ଦେଵୀଦାସ ସାହୁଙ୍କ ରିପୋର୍ଟ୍

Related posts

ତାରଣା ଆଶ୍ରମ ବିଦ୍ୟାଳୟରେ ଶିକ୍ଷାରଥକୁ ସ୍ବାଗତ

masiha

ଏନ୍ଏସି ପାଖ ଭୂତଳ ପୋଲ ନିର୍ମାଣ ପାଇଁ ଟଙ୍କା ମଞ୍ଜୁର

Sunil Chandra Nayak

ରାଉରକେଲା ହକର୍ସ ଆସୋସିଏସନ୍ ର ବନ୍ଧୁ ମିଳନ କାର୍ଯ୍ୟକ୍ରମ

masiha

Leave a Comment

error: Content is protected !!