ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

କଲାହାଣ୍ଡି ଜିଲ୍ଲା ଜୁନାଗଡ଼ ରେ ବିଜେପି ପକ୍ଷରୁ ମୋ ମାଟି ମୋ ଦେଶ କାର୍ଯ୍ୟକ୍ରମ

କଲାହାଣ୍ଡି ଜିଲ୍ଲା ଜୁନାଗଡ଼ ରେ ବିଜେପି ପକ୍ଷରୁ ମୋ ମାଟି ମୋ ଦେଶ କାର୍ଯ୍ୟକ୍ରମ

ଜୁନାଗଡ଼,୭/୧୦(ମ ନି ସ)କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଠାରେ ଆଜି ବିଜେପି ପକ୍ଷରୁ ମୋ ମାଟି ମୋ ଦେଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଯୋଗଦେଇଥିଲେ।ରାଜ୍ୟସଭାପତି ଶ୍ରୀ ସାମଲ ପ୍ରଥମେ ଜୁନାଗଡ଼ର ଅଧିଷ୍ଠାତ୍ରୀ ଦେବୀ ମାଁ ଲଙ୍କେଶ୍ୱରୀ ମନ୍ଦିରକୁ ଯାଇଥିଲେ । ପୂଜାର୍ଚ୍ଚନା ପରେ ସେଠାରେ ମାଟି ସଂଗ୍ରହ କରାଯାଇଥିଲା । ପରେ ସଂସ୍କୃତି ଭବନ ଠାରେ ଜୁନାଗଡ଼ ନିର୍ବାଚନ ମଣ୍ଡଳୀର କାର୍ଯ୍ୟକର୍ତା ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ରାଜ୍ୟ ସଭାପତି ମନମୋହନ ସାମଲ ଯୋଗଦେଇ କାର୍ଯ୍ୟକର୍ତା ମାନଙ୍କୁ ଗୁରୁମନ୍ତ୍ର ଦେଇଥିଲେ । ଏଥିରେ ବିଜେପ ପକ୍ଷରୁ ଆଜି ମୋଦୀ ସରକାରଙ୍କ ନେତୃତ୍ବରେ ଦେଶରେ ବିକାଶ ଧାରା ଚାଲିଛି ।ଏଣୁ ଏହି ବିକାଶ ର ବାର୍ତା ପ୍ରତେକ ଲୋକଙ୍କ ଠାରେ ପହଞ୍ଚାଇବା ପାଇଁ ଆମେ ଏହି କାର୍ଯ୍ୟକ୍ରମ ଜାରିରଖିଛୁ ବୋଲି ରାଜ୍ୟ ସଭାପତି ତାଙ୍କ ବକ୍ତବ୍ୟରେ ପ୍ରକାଶ କରିଥିଲେ।ଏହି କାର୍ଯ୍ୟକ୍ରମରେ କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା, ଜିଲ୍ଲା ସଭାପତି ଦେବେନ୍ଦ୍ର ମହାନ୍ତି, ପୂର୍ବତନ ମନ୍ତ୍ରୀ ହିମାଂଶୁ ଶେଖର ମେହେର,ନଗରପାଳ ମୁକେଶ ଅଗ୍ରୱାଲ ,,ଭବେନ୍ଦ୍ର ପଣ୍ଡା, ପୂର୍ବତନ ସାଂସଦ ଅର୍କକେଶରୀ ଦେଓ, ମନୋଜ ମେହେର ,କାଳୀପ୍ରସାଦ ରାୟଗୁରୁ ପ୍ରମୁଖ ଉଦବୋଧନ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଜୁନାଗଡ଼ ନିର୍ବାଚନ ମଣ୍ଡଳୀରଅନେକ ବିଜେପି କାର୍ଯ୍ୟକର୍ତା ଯୋଗଦେଇଥିଲେ ।

ଜୁନାଗଡ ରୁ ନରେନ୍ଦ୍ର ଖିତି ଙ୍କ ରିପୋର୍ଟ 

Related posts

ରାଜୀବଗାନ୍ଧୀ ପଂଚାୟତ୍ତିରାଜ ସଂଗଠନ ର ରାଜ୍ୟ ସାଧାରଣ ସମ୍ପାଦକ ଭାବେ ସରୋଜ ବାଗ ମନୋନୀତ 

masiha

ଜୁନାଗଡ଼ ଏନ. ଏ. ସି. ରେ ଚେୟାରମ୍ୟାନ ବିରୁଦ୍ଧରେ ଅନାସ୍ଥା ପ୍ରସ୍ତାବ, ଦାଇତ୍ବ ରେ ଥିବା ଅତିରିକ୍ତ ଜିଲ୍ଲାପାଳ ନ ଆସିବାରୁ ସ୍ଥଗିତ

masiha

ନ୍ୟାୟ ଦାବିରେ ସରପଞ୍ଚ ଚାମେଲୀ ଓଝାଙ୍କ ଆମରଣ ଅନଶନ: ସମର୍ଥନ ଜଣାଇଲା ଆମ୍ ଆଦମୀ ପାର୍ଟି

Sunil Chandra Nayak

Leave a Comment

error: Content is protected !!