ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମହିଚଲା ଠାରେ ଦୁର୍ଘଟଣା ଘଟାଇଥିବା ଯୁବକଙ୍କ ମୃତ୍ୟୁ ଘଟଣାରେ ସମ୍ପୃକ୍ତି ନେଇ ପୂର୍ବ ସରପଞ୍ଚ ଅଜୟ ବେହେରାଙ୍କ ସାମ୍ବାଦିକ ସମ୍ମିଳନୀ ରେ ଖଣ୍ଡନ

ମହିଚଲା ଠାରେ ଦୁର୍ଘଟଣା ଘଟାଇଥିବା ଯୁବକଙ୍କ ମୃତ୍ୟୁ ଘଟଣାରେ ସମ୍ପୃକ୍ତି ନେଇ ପୂର୍ବ ସରପଞ୍ଚ ଅଜୟ ବେହେରାଙ୍କ ସାମ୍ବାଦିକ ସମ୍ମିଳନୀ ରେ ଖଣ୍ଡନ

ଜୁନାଗଡ଼,୯/୧୦(ମନିସ )ଗତ ୬ ତାରିଖରେ ସନ୍ଧ୍ୟାରେ ଜୁନାଗଡ଼ ଥାନା ଅନ୍ତର୍ଗତ ମହିଚଲା ଗ୍ରାମ ନିକଟଜାତୀୟ ରାଜପଥ ରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଥିଲା । ଏଥିରେ ବାଇକ ଚାଳକଙ୍କୁ ମାରିଦେଇଥିବା ଓ ଏହା ମହିଚଲା ପୂର୍ବ ସରପଞ୍ଚ ଅଜୟ ବେହେରା ମାରିଥିବା ନେଇ ମୃତକଙ୍କ ପରିବାର ପକ୍ଷରୁ ଅଭିଯୋଗ କରି ଜାତୀୟ ରାଜପଥକୁ ଅବରୋଧ କରିଥିଲେ । ଏନେଇ ଅନେକ ଗଣମାଧ୍ୟମ ମଧ୍ୟ ଖବର ପ୍ରଶାରଣ ହୋଇଥିଲା । ଏନେଇ ଆଜି ମହିଚଲା ଠାରେପୂର୍ବତନ ସରପଞ୍ଚ ଅଜୟ ବେହେରା ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ ଏବଂ ଏହି ସମ୍ବାଦିକ ସମ୍ମିଳନୀରେ ସେ କହିଥିଲେ ଯେ, ମୁଁ ଦୁର୍ଘଟଣା ଦିନ ନ ଥିଲି, ମୋ ଆଇଙ୍କ ଦେହାନ୍ତ ଯୋଗୁଁ ଶବ ସତ୍କାର ପାଇଁ ଯାଇଥିଲି । ବର୍ତ୍ତମାନ ମୋ ସ୍ତ୍ରୀ ମହିଚଲା ସରପଞ୍ଚ ଓ ମୁଁ ପୂର୍ବତନ ସରପଞ୍ଚ ଅଟେ । ତେଣୁ ମୋ ନାମକୁ ଯୋଡି ଅଯଥାରେ ମୋତେ ବଦନାମ କରାଯାଉଛି । ଏହାର ଯଦି ସତ୍ୟାସତ୍ୟ ଥାଏ ତାହେଲେ ମୁଁ ଜେଲ ଯିବାକୁ ପ୍ରସ୍ତୁତ ବୋଲି କହିଥିଲେ । ସୂଚନା ଯୋଗ୍ୟ ଯେ, ଗତ ୬ ତାରିଖ ସନ୍ଧ୍ୟାରେ ଜୟପାଟଣା ଗାନ୍ଧୀ ଗ୍ରାମର ଗୋବିନ୍ଦ ବଲ୍ଲଭ ନାଏକ ଭବାନୀପାଟଣା ରୁ ନିଜ ଗାଁକୁ ଫେରୁଥିଲେ । ଏହି ସମୟରେ ଜୁନାଗଡ଼ ଥାନା ଅନ୍ତର୍ଗତ ମହିଚଲା ଗ୍ରାମର ଚୈତ୍ୟନ୍ୟ ମାଝୀ, ଜିତେଶ ମାଝୀ ଓ ଭାରତ ମାଝୀ ଶୌଚ ହେବାପାଇଁ ତିନି ସାଙ୍ଗ ଯାଉଥିଲେ । ଠିକ ମହିଚଲା ଶିବମନ୍ଦିର ଠାରେ ଗୋବିନ୍ଦ ବଲ୍ଳଭ ଚୈତ୍ୟନ୍ୟ ମାଝୀଙ୍କୁ ପଛ ଆଡୁ ଧକ୍କା ଦେଇଥିଲେ ।ପରେ ଚୈତ୍ୟନ୍ୟ ମାଝୀ ଆହତ ହେବାରୁ ତାଙ୍କୁ ଡାକ୍ତରଖାନାକୁ ନେଇ ଚିକିତ୍ସିତ କରିଥିଲେ । ଅନ୍ୟ ପକ୍ଷରେ ଦୁର୍ଘଟଣା ଘଟାଇଥିବା ଗୋବିନ୍ଦବଲ୍ଳଭଙ୍କୁ କେହି ଆମ୍ବୁଲାନ୍ସ ଯୋଗେ ଜୁନାଗଡ଼ ଡାକ୍ତରଖାନାକୁ ପଠେଇଥିଲେ ବୋଲି ଦୁଇଜଣ ସାଙ୍ଗ କହିଛନ୍ତି, ହେଲେ ଗୋବିନ୍ଦ ବଲ୍ଲଭ ର ମୃତୁ ହୋଇଯାଇଥିବା ଡାକ୍ତର ଘୋଷଣା କରିଥିଲେ।ଏହି ଘଟଣାକୁ ନେଇ ଗୋବିନ୍ଦ ପରିବାର ପକ୍ଷରୁ ତାଙ୍କୁ ପିଟି ମାରିଦିଆଯାଇଛି ବୋଲି ଥାନାରେ ଅଭିଯୋଗ କରିବା ସହ ଦୋଷୀକୁ ଗିରଫ ଦାବୀ ନେଇ ଜୁନାଗଡ଼ ଓ ଜୟପାଟଣା ରେ ରାସ୍ତାରୋକ କରିଥିଲେ। ବର୍ତମାନ ବିଭିନ୍ନ ସଂଗଠନ ପକ୍ଷରୁ ଗୋବିନ୍ଦ ମୃତ ଘଟଣାର ଉନ୍ମୋଚନ ପାଇଁ ଉପଯୁକ୍ତ ତଦନ୍ତ ଦାବୀକରିଛନ୍ତି।ଅନ୍ୟ ପକ୍ଷରେ ନିଖୋଜ ଥିବା ଗୋବିନ୍ଦର ସାଙ୍ଗ ଶମ୍ଭୁ ଅଗ୍ରୱାଲ ବର୍ତ୍ତମାନ ଭବାନୀପାଟଣା ରେ ରହିଥିବା ସୂଚନା ମିଳିଛି।

ଜୁନାଗଡ ରୁ ନରେନ୍ଦ୍ର ଖିତି ଙ୍କ ରିପୋର୍ଟ 

Related posts

ମୟୂରଭଞ୍ଜ ଏସଏସଡି ବିଦ୍ୟାଳୟ ଅଧିନସ୍ଥ ରୋଷେୟା ଏବଂ ସେବାୟତ ସଂଘ ପକ୍ଷରୁ ବିଭିନ୍ନ ଦାବି ନେଇ ୫ଟି ସଚିବଙ୍କୁ ଦାବିପତ୍ର

masiha

ବ୍ଲକ ଅଧ୍ୟକ୍ଷ ବିନ୍ଦୁଙ୍କ ଜନ୍ମ ଦିବସ ପାଳନ କଲେ ନବ ଜୀବନ ଅନାଥ ଆଶ୍ରମର ଅନ୍ତେବାସୀ ଙ୍କ ଗହଣରେ

Sunil Chandra Nayak

ଆଦିବାସୀ ଅନୁସୂଚିତ ଜନଜାତି ମୋର୍ଚ୍ଚା ସମ୍ମିଳନୀ ଅନୁଷ୍ଠିତ

masiha

Leave a Comment

error: Content is protected !!