ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଜାତଳା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଆନୁକଲ୍ୟରେ ବିଶ୍ବ ମାନସିକ ସ୍ୱାସ୍ଥ୍ୟ ଦିବସ ପାଳିତ

ବିଜାତଳା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଆନୁକଲ୍ୟରେ ବିଶ୍ବ ମାନସିକ ସ୍ୱାସ୍ଥ୍ୟ ଦିବସ ପାଳିତ

  ମୟୂରଭଞ୍ଜ -ତା 10/10/2023 ( ମସିହା), ମୟୂରଭଞ୍ଜ ଜିଲ୍ଲାର ବିଜାତଳା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ତରଫ ରୁ ବିଶ୍ଵ ମାନସିକ ସ୍ୱାସ୍ଥ୍ୟ ଦିବସ K.C.D.K. କଲେଜ ,ବିଜାତଳା(ଦାମୁଡ଼ି ଗୋଡା) ର ଛାତ୍ର ଛାତ୍ରୀ ମାନଙ୍କୁ ନେଇ ସଚେତନତା କାର୍ଯ୍ଯ କ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ବିଜାତଳା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ର ଅଧିକାରୀ ଡଃ ଗୋବିନ୍ଦ ସୋରେନ୍ ଙ୍କ ପରାମର୍ଶ କ୍ରମେ P.H.E.O. ଜହର ଲାଲ୍ ବେହେରା, B.P.M. କମଲ ଲୋଚନ ରଣା ,, M.P.H.S. ସୁବାଷ ଚନ୍ଦ୍ର ମହାନ୍ତ ଉପସ୍ଥିତି ଥିଲେ । K.C.D.K. କଲେଜ ର ଇଂରାଜୀ ଅଧ୍ୟାପକ ପ୍ରତାପ ଚନ୍ଦ୍ର ବରାଳ ( Y.R.C.C.) ଏବଂ ଅନ୍ୟାନ୍ୟ ସମସ୍ତ ଅଧ୍ୟାପକ ମାନେ ସହଯୋଗ କରିଥିଲେ।

ଏଥିରେ P.H.E.O. ଜହର ଲାଲ୍ ବେହେରା ମାନସିକ ରୋଗ କଣ ? ଏହା କିପରି ହୁଏ ? ଏହାର ପ୍ରତିକାର ବିଷୟ ରେ ଆଲୋକପାତ କରିଥିଲେ । ସମସ୍ତ ଛାତ୍ର ଛାତ୍ରୀ ଙ୍କୁ ସକାରାତ୍ମକ ମନୋଭାବ ଏବଂ ଶୃଙ୍ଖଳିତ ସାମାଜିକ ଜୀବନ ଶୈଳୀ କିପରି ଭଲ ଭାବରେ ଅତିବାହିତ କରି ପାରିବେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ ।ଛାତ୍ର ଛାତ୍ରୀ ଙ୍କର ଏହି ସମୟ ଟି ଅତ୍ୟନ୍ତ ବିପଦ ପୂର୍ଣ୍ଣ ସମୟ ,,, ଏହି ସମୟରେ ଛାତ୍ର ଛାତ୍ରୀ ମାନେ କୁ ସଙ୍ଗ ରେ ପଡ଼ି ବିଭିନ୍ନ ପ୍ରକାର ନିଶା ସେବନ, ଦୁଶ୍ଚିନ୍ତା, ବିଷାଦ ଗ୍ରସ୍ତ, ଆତ୍ମ ହତ୍ୟା ଭଳି, ମାନସିକ ଚାପ, ଜୀବନ କୁ ମୂଲ୍ୟ ହିନ ଭାବି କଠୋର ନିଷ୍ପତ୍ତି ନେଇ ଥାନ୍ତି ଏଥିରୁ ନିବୃତ୍ତ ରହିବା ପାଇଁ ନିୟମିତ ଭାବରେ ଯୋଗ , ପ୍ରାଣାୟମ ଏବଂ ଭଗବତ ଚିନ୍ତା ଧାରା ମନରେ ରଖି କର୍ତ୍ତବ୍ୟ ପଥରେ ଆଗେଇ ଚାଲିବା ପାଇଁ ପରାମର୍ଶ ଦିଆ ଗଲା।ତତ୍ ସଙ୍ଗେ ବିଭିନ୍ନ ମନୋରଞ୍ଜନ କାର୍ଯ୍ୟ କ୍ରମ ରେ ଭାଗ ନେବା ସହିତ ଆବଶ୍ୟକ ସ୍ଥଳେ ମାନସିକ ବିଶେଷଜ୍ଞ ଙ୍କ ପରାମର୍ଶ ଗ୍ରହଣ କରିବା ନଚେତ୍ ଦେୟ ମୁକ୍ତ ( toll free) ନମ୍ବର – 14416 କୁ ଯୋଗାଯୋଗ କରିବା ପାଇଁ ପରାମର୍ଶ ଦିଆଗଲା।ଏହି ମାନସିକ ସ୍ୱାସ୍ଥ୍ୟ ଦିବସ ପାଳନ ର ତାତ୍ପର୍ଯ୍ୟ ବିଷୟ ରେ କିପରି ସମସ୍ତ ଛାତ୍ର ଛାତ୍ରୀ ନକାରାତ୍ମକ ବ୍ୟବହାର ଗୁଡ଼ିକ ପରିତ୍ୟାଗ କରି ସର୍ବଦା ସକାରାତ୍ମକ ଚିନ୍ତା ଧାରା ଆପଣେଇବାକୁ ପରାମର୍ଶ ଦିଆ ଗଲା।ଶେଷ ପର୍ଯ୍ୟାୟ ରେ କଲେଜ ର ଛାତ୍ର ଛାତ୍ରୀ ମାନଙ୍କୁ ନେଇ ଏକ ପ୍ରବନ୍ଧ ପ୍ରତିଯୋଗିତା କରାଯାଇଥିଲା। ଏଥିରେ କୃତି ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା।ଶେଷରେ B.P. M. କମଲ ଲୋଚନ ରଣା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳଙ୍କ ରିପୋର୍ଟ

Related posts

ରାୟଗଡ ଜିଲ୍ଲାସ୍ତରୀୟ ଲୋକମାହୋତ୍ସବ ଚଇତି -୨୦୨୪ ପ୍ରସ୍ତୁତି ଅନୁଷ୍ଠିତ 

masiha

ବନ୍ଦେ ଭାରତ ଏକ୍ସପ୍ରେସ କୁ ସ୍ୱାଗତ

ଜିଲ୍ଲା ସ୍ତରୀୟ ସରଗି ଫୁଲ କାର୍ଯ୍ୟକ୍ରମ ଅନୁଷ୍ଠିତ

masiha

Leave a Comment

error: Content is protected !!