ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କୋକସରା କ୍ଲଷ୍ଟରରେ ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ

କୋକସରା କ୍ଲଷ୍ଟରରେ ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ

କୋକସରା,୧୧/୧୦ // କଳାହାଣ୍ଡି ଜିଲ୍ଲା କୋକସରା ଗୋଷ୍ଠି ଶିକ୍ଷା ବିଭାଗ ଅଧୀନରେ ଥିବା କୋକସରା କ୍ଲଷ୍ଟରରେ ମଙ୍ଗଳବାର ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କୋକସରା ନୋଡାଲ ସିଆରସିସି ବୈକୁଣ୍ଠ ଜାଲଙ୍କ ତତ୍ୱବାଧାନରେ ମୁଖ୍ୟ ଅତିଥି ଭାବେ ବିଇଓ ରଶ୍ମିତା ନେତମ, ମୁଖ୍ୟ ବକ୍ତା ଭାବେ ବିଆରସିସି ତଥା ଏବିଇଓ ତୋଫାନ ମାଝୀ, ସମ୍ମାନିତ ଅତିଥି ଭାବେ ଏବିଇଓ ଦୟାନିଧି ପାଢ଼ୀ, ଆଲୋରାଣୀ ହଲଦାର, ପ୍ରଧାନ ଶିକ୍ଷକ ସଞ୍ଜୀବ କୁମାର ପାଢୀ, ଶିକ୍ଷକ ସରଜୁ ପ୍ରସାଦ ସାହୁ, ଭୁଜରାଜ ମାଝୀ, ଦୁର୍ଯୋଧନ ବାଗ, ପ୍ରଧାନ ଶିକ୍ଷୟିତ୍ରୀ ଜୟଶ୍ରୀ ଵାଲା ନାଏକ ପ୍ରମୁଖ ଯୋଗ ଦେଇ ଉପସ୍ଥିତ ଛାତ୍ରଛାତ୍ରୀଙ୍କୁ ସୁରଭି କାର୍ଯ୍ୟକ୍ରମର ବିଭିନ୍ନ ଦିଗ ଉପରେ ମାର୍ଗଦର୍ଶନ ଦେଇଥିଲେ । ସୁରଭି କାର୍ଯ୍ୟକ୍ରମ ହେଉଛି ଛାତ୍ରଛାତ୍ରୀଙ୍କ ମଧ୍ୟରେ ରହିଥିବା ଲୁକ୍କାୟିତ ପ୍ରତିଭାକୁ ପ୍ରସ୍ଫୁଟିତ କରିବା, ସଙ୍ଗୀତ, ନୃତ୍ୟ, ସାଧାରଣ ଜ୍ଞାନ, ବକୃତା, ଚିତ୍ରାଙ୍କନ, ଶୃତ ଲିଖନ, ଗ୍ରୁପ ଡ୍ୟାନ୍ସ ସହ ଅନ୍ୟାନ୍ୟ କ୍ଷେତ୍ରରେ ଛାତ୍ରଛାତ୍ରୀଙ୍କ ବିକାଶକୁ ଗୁରୁତ୍ୱ ଦେଇ ସେମାନଙ୍କ ମଧ୍ୟରେ ରହିଥିବା ପ୍ରତିଭାକୁ ଆଗକୁ ଆଣିବା ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ ବୋଳି କହିଥିଲେ। ଏହି କାର୍ଯ୍ୟକ୍ରମ ଅବସରରେ ମିଲେଟସ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମର ମଞ୍ଚ ପରିଚାଳନାରେ ଶିକ୍ଷକ ଗୋବର୍ଦ୍ଧନ ବେମାଲ, ସୁମନ ଅର୍ପିତ ପଣ୍ଡା ସହଯୋଗ କରିଥିବା ବେଳେ କ୍ଲଷ୍ଟରର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ରହି ସହଯୋଗ କରିଥିଲେ।

ମସିହା ନିୟୁଜ୍ ସର୍ଭିସ 

Related posts

ଭାରତ ଓ ନରୱେ ସରକାରଙ୍କ ମିଳିତ ସହଯୋଗରେ ରାଜ୍ୟରେ କାର୍ଯ୍ୟକାରୀ ହେବ ମେରାଇନ୍ ସ୍ପାସିଆଲ୍ ପ୍ଲାନ୍ (Marine Spatial Plan ବା MSP)

Sunil Chandra Nayak

କାଳଜୟୀ କଥାଶିଳ୍ପୀ ଗୋପୀନାଥ ମହାନ୍ତି ଙ୍କ ଜୟନ୍ତୀ ପାଳିତ 

masiha

ଝାଡଖଣ୍ଡ ରାଜ୍ୟର ପ୍ରାକ୍ତନ ମୁଖ୍ୟମନ୍ତ୍ରୀଙ୍କ ଦେହାନ୍ତରେ ରାଇରଙ୍ଗପୁର ରେ ଜେଏମଏମ ତରଫରୁ ଗଭୀର ଶୋକ ଓ ଶ୍ରଦ୍ଧାଞ୍ଜଳି

Sunil Chandra Nayak

Leave a Comment

error: Content is protected !!