ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପ୍ରଧାନମନ୍ତ୍ରୀ ମୋଦିଜୀଙ୍କ ଆହ୍ଵାନ କ୍ରମେ ମୋ ମାଟି ମୋ ଦେଶ କାର୍ଯ୍ୟକ୍ରମ         

ପ୍ରଧାନମନ୍ତ୍ରୀ ମୋଦିଜୀଙ୍କ ଆହ୍ଵାନ କ୍ରମେ ମୋ ମାଟି ମୋ ଦେଶ କାର୍ଯ୍ୟକ୍ରମ                                                      

ନବରଙ୍ଗପୁର-(ମ ନି ସ)ବର୍ତ୍ତମାନ ଦେଶରେ ସ୍ୱାଧୀନତାର ଅମୃତ ମହୋତ୍ସବ ଚାଲିଥିବା ସମୟରେ ସାରା ଭାରତ ବର୍ଷରେ ପ୍ରଧାନମନ୍ତ୍ରୀ ମୋଦିଜୀଙ୍କ ଆହ୍ଵାନ କ୍ରମେ ମୋ ମାଟି ମୋ ଦେଶ କାର୍ଯ୍ୟକ୍ରମ ଚାଲିଛି ଏହି ପରିପ୍ରେକ୍ଷୀରେ ପ୍ରତ୍ୟେକ ଗ୍ରାମର ପ୍ରତ୍ୟେକ ପରିବାରରୁ ମାଟି ସଂଗ୍ରହ କରାଯାଉଛି। ଆଜି ନବରଙ୍ଗପୁର ବିଧାନସଭା ଅନ୍ତର୍ଗତ ତେନ୍ତୁଳିଖୁଣ୍ଟି ବ୍ଲକ କଙ୍ଗରା ପଞ୍ଚାୟତ ଦୁଃଖୁଗୁଡା ଗ୍ରାମର ସହୀଦ ପରିବାର ଅମର ସହୀଦ ପୂଜ୍ୟ ଆନନ୍ଦ ଗୌଡ଼ ଯିଏ ୧୯୪୨ ମସିହା ଅଗଷ୍ଟ ୨୪ ତାରିଖ ପାପଡ଼ାହାଣ୍ଡି ଗୁଳିକାଣ୍ଡ ରେ ଦେଶ ସ୍ଵାଧୀନତା ପାଇଁ ଲଢି ସହୀଦ ହୋଇଥିଲେ ତାଙ୍କ ଘରୁ ପୂଜାର୍ଚ୍ଚନା କରି ସହୀଦ ଙ୍କ ନାତି ଟଙ୍କ ଗୌଡ଼ ଙ୍କ ପରିବାରରୁ ସଙ୍କୀର୍ତ୍ତନ ସହ ମାଟି ସଂଗ୍ରହ କରି ଦୂଖୁଗୁଡ଼ା ଓ ଯାନିଗୁଡ଼ା ର ପ୍ରତ୍ୟେକ ପରିବାରରୁ ମାଟି ସଂଗ୍ରହ କରାଗଲା।ଭାରତୀୟ ଜନତା ପାର୍ଟିର ବିଧାୟକ ପ୍ରାର୍ଥୀ ଶ୍ରୀ ଗୌରୀ ଶଙ୍କର ମାଝୀ,ଜିଲ୍ଲା ସାଧାରଣ ସମ୍ପାଦକ ଶ୍ରୀ ଅଚ୍ୟୁତ ବିଶୋଇ,ଜ୍ୟୋତି ରଞ୍ଜନ କଂସ,ନନ୍ଦନ ବିଶୋଇ,ଅଭିମନ୍ୟୁ ହରିଜନ ,ନୀଳକଣ୍ଠ ବିଶୋଇ, ନୀଳକଣ୍ଠ ରାଜୁ, ଶିବୁ ଯୋଶୀ,ଗୋକୁଳ ବିଶୋଇ, ବୁଟୁ ଚାଲାଣ ଙ୍କ ସହ ଶତାଧିକ ଗ୍ରାମର ଆବାଳ ବୃଦ୍ଧ,ମହିଳା,ଯୁବକ ଉପସ୍ଥିତ ଥିଲେ l

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ରାଷ୍ଟ୍ରୀୟ ଏକତା ଦିବସ ପାଳିତ 

masiha

ଦଶ ବର୍ଷ ହେଲା ପକ୍ଷାଘାତ ରେ ପୀଡ଼ିତ ଥିବା ମାନସ ନାଏକଙ୍କ ପାଖକୁ ପହଂଚିଲେ ପ୍ରଶାସନ

masiha

୭୨-ତମ ଭାରତୀୟ ମଜଦୁର ସଂଘ ପ୍ରତିଷ୍ଠା ଦିବସ ପାଳିତ

Sunil Chandra Nayak

Leave a Comment

error: Content is protected !!