ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ପ୍ରହସନ ପାଲଟିଛି ସେପ୍ଟୀ କାର୍ଯ୍ୟକ୍ରମ ,ବସନ୍ତ ପୁର ସ୍ଥିତ ଆଦିତ୍ୟ ବିର୍ଲା କାରଖାନା ରେ ଦୁର୍ଘଟଣା, ଜଣେ ମୃତ, ଗେଟ ସାମ୍ନା ରେ ଉତ୍ତେଜନା

ପ୍ରହସନ ପାଲଟିଛି ସେପ୍ଟୀ କାର୍ଯ୍ୟକ୍ରମ

ବସନ୍ତ ପୁର ସ୍ଥିତ ଆଦିତ୍ୟ ବିର୍ଲା କାରଖାନା ରେ ଦୁର୍ଘଟଣା, ଜଣେ ମୃତ, ଗେଟ ସାମ୍ନା ରେ ଉତ୍ତେଜନା

ଝୁମ୍ପୁରା ବ୍ଲକ ର ବାସନ୍ତପୁର ପଞ୍ଚାୟତରେ ଥିବା ପୂର୍ବ ର ପ୍ରୋ ମିନେରାଲ ଓ ଏବେ ର ଆଦିତ୍ୟ ବିର୍ଲା କାରଖାନା ରେ କମ୍ପାନୀ ର ଏକ ଲୋଡୋର୍ ମାଡିଯିବାରୁ ରୁଗୁଡ଼ି ସାହିର ବିଭୀଷଣ ମହାକୁଡ଼ ଙ୍କ ମୃତ୍ୟୁ ଘଟିଥିବା ଜଣା ପଡ଼ିବା ପରେ ସ୍ଥାନୀୟ ଲୋକ ଉତ୍ୟକ୍ତ ହୋଇ କାରଖାନା ର ଫାଟକ ସାମ୍ନାରେ ହୋହାଲ୍ଲା କରିଥିଲେ। ସେମାନଙ୍କ କହିବା ଅନୁସାରେ କାରଖାନା ଭିତରେ ୟାପୂର୍ବରୁ ଅନେକ ଥର ଛୋଟବଡ ଦୁର୍ଘଟଣା ଘଟୁ ଥିବାବେଳେ କମ୍ପାନୀ ଦ୍ଵାରା ଚାପି ଦିଆଯାଉଥିଲା ,ଆଜି ସ୍ଥାନୀୟ ଲୋକ ହୋଇଥିବାରୁ ଲୋକ ଉତ୍ତେଜିତ ହୋଇ ଥିଲେ। ଏଠାରେ ପ୍ରକାଶ ଯୋଗ୍ୟ ଯେ କାରଖାନାରେ ଅନିୟମିତତା ଅଭିଯଗରେ ଦୁଇ ଦିନ ପୂର୍ବରୁ ପବ୍ଲିକ ଏକାଉଣ୍ଟ କମିଟି ଦ୍ଵାରା ଏହି କାରଖାନା ପରିଦର୍ଶନ କରାଯାଇଥିଲା ଆଜିର ଦୁର୍ଘଟଣା କମ୍ପାନୀ ଦ୍ଵାରା କରାଯାଉଥିବା ସେଫ୍ଟୀ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି।ଏହି ଦୁର୍ଘଟଣା କଂପାନୀ ଦ୍ଵାରା ପାଳନ କରାଯାଉଥିବା ସେଫ୍ଟି କାର୍ଯ୍ୟକ୍ରମ ଏକ ପ୍ରହସନ ବୋଲି ପ୍ରମାଣ କରୁନିକି ?

କେନ୍ଦୁଝର ରୁ ରବିନ୍ଦ୍ର ଖମଣିଆ ଙ୍କ ରିପୋର୍ଟ

Related posts

ଫାଶୀ ଦେଇ ମହିଳାଙ୍କ ଆତ୍ମହତ୍ୟା

masiha

ଛେଳି ଚୋରିକୁ କେନ୍ଦ୍ରକରି ଉତ୍ତେଜନା ୩ ଯୁବକଙ୍କୁ କାବୁ କଲେ ଗ୍ରାମବାସୀ: ଖସିଗଲେ ୬ ଯୁବକ

masiha

ଅବକାରୀ ଚଢାଉ ୧ ଗିରଫ 

masiha

Leave a Comment

error: Content is protected !!