ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବ୍ରହ୍ମlକୁମାରୀଜ ରେ ନବରାତ୍ରି ଉପଲକ୍ଷେ ଆଧ୍ୟାତ୍ମିକ ଚେତନା ଝାଙ୍କି 

ବ୍ରହ୍ମlକୁମାରୀଜ ରେ ନବରାତ୍ରି ଉପଲକ୍ଷେ ଆଧ୍ୟାତ୍ମିକ ଚେତନା ଝାଙ୍କି 

ଚନ୍ଦାହାଣ୍ଡି -(ଦିଲୀପ ଦାସ )ପବିତ୍ର ନବରାତ୍ରି ଅବସରରେ ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ପୂଜାରୀଗୁଡା ବ୍ରହ୍ମl କୁମାରିଜ ଗୀତା ପାଠଶାଳା ଠାରେ ନବ ଦିବସୀୟ ଯୋଗଭଟି ନବରଙ୍ଗପୁର ଉପକ୍ଷେତ୍ର ରାଜଯୋଗିନୀ ବିକେ ନମିତା ଭଉଣୀ ଙ୍କ ଉପସ୍ଥିତି ରେ ଉଦଘାଟିତ ହୋଇଛି l ଆଗାମୀ 23 ତାରିଖ ପର୍ଯ୍ୟନ୍ତ ଶୀତଳା ମାତା, ବୈଷ୍ଣବି,ଜଗଦମ୍ବା, ସରସ୍ବତୀ,ଲକ୍ଷ୍ମୀ, ଦୁର୍ଗା ଦେବୀ ଙ୍କ ସ୍ୱରୂପ ରେ ବିଭିନ୍ନ ସ୍ଥାନରେ ସ୍ଥିତ ହୋଇ ସମଗ୍ର ବିଶ୍ୱକୁ ଶୁଭ ଭାବନାରେ ବିଶ୍ୱାସ କରିବାକୁ ତଥା ଏହାର ସୁଫଳ ପ୍ରାପ୍ତି ନିମନ୍ତେ ସମସ୍ତଙ୍କୁ ଅନୁରୋଧ କରିଥିଲେ l ନଅ ଜଣ ବ୍ରହ୍ମl କୁମାରୀ ଭଉଣୀ ଦେବୀ ସ୍ୱରୂପା ଙ୍କ ବିଶେଷ ଯୋଗ ତପସ୍ୟା କାର୍ଯ୍ୟକ୍ରମ ବ୍ରହ୍ମl କୁମାରୀ କେନ୍ଦ୍ର ରେ ଅନୁଷ୍ଠିତ ହୋଇଛି l କଳାହାଣ୍ଡି, ନୂଆପଡା, ନବରଙ୍ଗପୁର, କୋରାପୁଟ ଜିଲ୍ଲାର ବିଭିନ୍ନ ସେବା କେନ୍ଦ୍ର ରୁ ବ୍ରହ୍ମl କୁମାରୀ ମମତା, ପୁଷ୍ପା,ଜୟା,ନର୍ମଦା, ସୁଶୀଳା,ବବିତା, କବିତା, ସନ୍ଧ୍ୟା , କିରଣ, ଅଞ୍ଜୁ,ଉର୍ମିଳା,ଜୟନ୍ତୀ, ପଦ୍ମିନୀ, ସ୍ୱାତୀ,ଶୁଭ ସଂକଳ୍ପ ଉପସ୍ଥାପନା କରିଥିଲେ l ଝରୀଗାଁ ସେବକେନ୍ଦ୍ର ର ସନ୍ଧ୍ୟା ଭଉଣୀ ବାଣି ରେ ନବ ଦେବୀ ଙ୍କୁ ଆବାହନ କରିଥିଲେ l ଲଷ୍ମୀ ଭଉଣୀ ଓ ଗିରିଶ ଭାଇ ଶିବବାବା ଙ୍କ ସଂଗୀତ ପରିବେଷଣ କରିଥିଲେ l ସମସ୍ତ କାର୍ଯ୍ୟକ୍ରମ କୁ ଚନ୍ଦାହାଣ୍ଡି ସେବକେନ୍ଦ୍ର ର ସଂଚାଳିକା ମମତା ଭଉଣୀ ପରିଚାଳନା କରିଥିଲେ l ଶେଷ ଦିନ ବିଜୟା ଦଶମୀ ରେ ନବରଙ୍ଗପୁର ମୁଖ୍ୟ ସଂଚାଳିକା ବ୍ରକୁ ନିଲମ ଭଉଣୀ ଯୋଗ ଦେଇ ଶିବବାବା ଆମ ଧରାପୃଷ୍ଟ କୁ ଆସି ଆମକୁ ଅନ୍ଧାର ରୁ କିପରି ଆଲୋକ ର ବାଟ ଦେଖାଉଛନ୍ତି ତାହା ବିଷଦ ଭାବରେ ବୁଝାଇଥୁଲେ l ଚନ୍ଦାହାଣ୍ଡି ସହର ହାଟପଦା ଠାରେ ହୋଇଥିବା ଦୁର୍ଗାପୂଜା ଓ ଲାଖବିନ୍ଧା ଉତ୍ସବ ଉପଲକ୍ଷେ ପୂଜାରୀଗୁଡା ବ୍ରହ୍ମl କୁମାରିଜ ତରଫରୁ କରାଯାଇଥିବା ଦିବ୍ୟ ଚେତନା ଝାଙ୍କି ଜୀବନ୍ତ ଓ ସମସ୍ତ ଙ୍କ ମନ ମୋହିଥିଲା l ଚନ୍ଦାହାଣ୍ଡି ସେବକେନ୍ଦ୍ର ର ବିକେ ସୁରେଶ ଭାଇ, ଦେବେନ୍ଦ୍ର ଭାଇ, ଦିଲୀପ ଭାଇ, ଅଭି ଭାଇ, ଦେବାନନ୍ଦ ଭାଇ, ଧନୁ ଭାଇ, ଶିବ ଭାଇ, ଜିତେନ୍ଦ୍ର ଭାଇ, ସହଦେଵ ଭାଇ, ଗୁଞ୍ଚୁ ଭାଇ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା ଥିଲେ l

ଚନ୍ଦାହାଣ୍ଡି ରୁ ଦିଲୀପ ଦାସ ଙ୍କ ରିପୋର୍ଟ୍ 

Related posts

ଅଚିନ୍ତା ନିଦରେ ଶୋଇଛି ଗ୍ରାମ୍ୟ ଉନ୍ନୟନ ବିଭାଗ ଲୋକେ ହେଉଛନ୍ତି ହନ୍ତସନ୍ତ

Sunil Chandra Nayak

ତେନ୍ତୁଳିଖୁଣ୍ଟି ଲ୍ୟାମ୍ପ ବୈଠକ : ଲ୍ୟାମ୍ପ କର୍ମଚାରୀ ଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

Sunil Chandra Nayak

ଧରାକୋଟ ଥାନା ପକ୍ଷରୁ ଏକତା ଦୌଡ଼

Sunil Chandra Nayak

Leave a Comment

error: Content is protected !!