ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ରକ୍ତ ଜୁଡୁବୁଡୁ ଅବସ୍ଥାରେ ଜଣେ ବ୍ୟକ୍ତିଙ୍କ ମୃତଦେହ ପୋଲିସ ଦ୍ବାରା ଉଦ୍ଧାର

ରକ୍ତ ଜୁଡୁବୁଡୁ ଅବସ୍ଥାରେ ଜଣେ ବ୍ୟକ୍ତିଙ୍କ ମୃତଦେହ ପୋଲିସ ଦ୍ବାରା ଉଦ୍ଧାର

  ମୟୂରଭଞ୍ଜ – ୨୬/୧୦ ( ମସିହା )ମୟୂରଭଞ୍ଜ ଜିଲ୍ଲାର ବାଦାମ ପାହାଡ଼ ଥାନା ଅନ୍ତର୍ଗତ ଝଲଡୁଙ୍ଗୁରି ଏକ ପୋଲ ନିକଟ ବୁଦା ମୂଳରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ରକ୍ତ ଜୁଡୁବୁଡୁ ଅବସ୍ଥାରେ ବାଦାମ ପାହାଡ଼ ପୋଲିସ ଉଦ୍ଧାର କରିଛି। ସମ୍ପୃକ୍ତ ବ୍ୟକ୍ତିଙ୍କୁ କେହି ଦୁବୃର୍ତ୍ତ ଧାରୁଆ ଅସ୍ତ୍ର ସାହାଯ୍ୟରେ ତଣ୍ଟି କାଟି ହତ୍ୟା କରିଫିଙ୍ଗି ଦେଇଥିବା ପୋଲିସ ସନ୍ଦେହ କରୁଛି। ଏ ନେଇ ରାଇରଙ୍ଗପୁର ଏସଡିପିଓ ଗୋକୁଳାନନ୍ଦ ସାହୁ, ବାଦାମ ପାହାଡ଼ ର ନୂତନ ଥାନା ଅଧିକାରୀ କାମାକ୍ଷା କମଳେସ୍ବର ହେମ୍ରମ, ଏଏସ୍ ଆଇ ଦିଲ୍ଲିପ ପାତ୍ର, ଏ ଏସ୍ ଆଇ ବିଚିତ୍ରାନନ୍ଦ ନାଏକ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛନ୍ତି। ଅଧିକ ସତ୍ୟାସତ୍ୟ ଜାଣିବା ପାଇଁ ବାରିପଦା ରୁ ସାଇନ୍ଟିଫିକ୍ ଟିମ୍ ଆସି ତଦନ୍ତ ଚଳାଇଛି। ବାଦାମ ପାହାଡ଼ ପୋଲିସ ମୃତଦେହ ଜବତ କରି କେସ ନଂ ୧୧୭/୨୩ ରେ ମାମଲା ରୁଜୁ କରି ବ୍ୟବଚ୍ଛେଦ ପାଇଁ ରାଇରଙ୍ଗପୁର ମେଡିକାଲ ପଠାଯାଇଛି। ମୃତ ବ୍ୟକ୍ତି ଜଣକ ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅଧୀନରେ ଥିବା ବଲତପୁର ଗ୍ରାମ ର ଉଦୟନାଥ କିସ୍କୁ (୪୦) ବୋଲି ଜଣାପଡିଛି। ଉକ୍ତ ବ୍ୟକ୍ତି ଙ୍କୁ କିଏ ଏବଂ କାହିଁକି ହତ୍ୟା କରିଛି ଏ ନେଇ ପୋଲିସ ଅଧିକ ସତ୍ୟାସତ୍ୟ ଜାଣିବା ପାଇଁ ତଦନ୍ତ ଜାରି ରଖିଛି।

 ମୟୂରଭଞ୍ଜ ରୁ ଅକ୍ଷୟ କୁମାର ବିଶ୍ଵାଳଙ୍କ ରିପୋର୍ଟ 

Related posts

ପାଞ୍ଚ ମହଲା କୋଠା ରୁ ପଡି ଯୁବକ ଙ୍କ ମୃତ୍ୟୁ

masiha

ପୀତବାସ ପଣ୍ଡା ହତ୍ୟା ମାମଲାର ମାଷ୍ଟର ମାଇଣ୍ଡ ପିଣ୍ଟୁ ଦାସ ଫୁଲବାଣୀ ଜେଲରେ: ବଢ଼ିଲା ସୁରକ୍ଷା ବ୍ୟବସ୍ଥା

Sunil Chandra Nayak

ପର୍ଜଙ୍ଗ ବିଧାୟକ ଙ୍କ ପୁତୁରା ଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

Sunil Chandra Nayak

Leave a Comment

error: Content is protected !!