ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୩ ରେ ବଙ୍ଗୋମୁଣ୍ଡା ବ୍ଲକ ସାମ୍ବାଦିକ ସଂଘ ପକ୍ଷରୁ ମାଗଣା ସ୍ୱାସ୍ଥ୍ୟ ଶିବିର 

୩ ରେ ବଙ୍ଗୋମୁଣ୍ଡା ବ୍ଲକ ସାମ୍ବାଦିକ ସଂଘ ପକ୍ଷରୁ ମାଗଣା ସ୍ୱାସ୍ଥ୍ୟ ଶିବିର 

ବଲାଙ୍ଗୀର,୩୦।୧୦, ଡିକେ ନ୍ୟୁଜ: ଆସନ୍ତା ନଭେମ୍ବର ମାସ ୩ ତାରିଖ ରେ ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ସାମ୍ବାଦିକ ସଂଘ ଓ ନାରାୟଣ ସ୍ୱାସ୍ଥ୍ୟକେନ୍ଦ୍ର ରାୟପୁର ର ମିଳିତ ଆନୁକୂଲ୍ୟରେ ଏକ ବିଶାଳ ମାଗଣା ସ୍ୱାସ୍ଥ୍ୟ ଶିବିର ବଙ୍ଗୋମୁଣ୍ଡା ପଞ୍ଚାୟତ ସମିତି କଲେଜ ପରିସର ରେ ଅନୁଷ୍ଠିତ ହେବ ବୋଲି ନିଷ୍ପତ୍ତି ନିଆଯାଇଛି । ସମସ୍ତଙ୍କୁ ଅନୁରୋଧ ଆପଣଙ୍କ ଗାଁ ଘର ପାଖରେ ଜିଏ ବି କିଡ଼ନୀ ରୋଗ,ଚର୍ମ ରୋଗ, ଗଣ୍ଠିବାତ ରୋଗ, ପେଟ ରୋଗ, , ହୃଦୟ ରୋଗ,ପଥରୀ ରୋଗ,ଉଚ୍ଚ ରକ୍ତଚାପ, ସୁଗର ଭଳି ବିଭିନ୍ନ ରୋଗ ଥିଲେ ଆପଣ ଙ୍କୁ ଅନୁରୋଧ ବଙ୍ଗୋମୁଣ୍ଡା କଲେଜ କୁ ସକାଳ ୯ ଘଟିକା ରୁ ଅପରାହ୍ନ ୨ ଘଟିକା ପର୍ଯ୍ୟନ୍ତ ଉପସ୍ଥିତ ରହିବେ ଓ ମାଗଣା ରେ ଡାକ୍ତର ଙ୍କ ପରାମର୍ଶ , ମାଗଣା ପରୀକ୍ଷା ଲାଭ ନେଇ ପାରିବେ । ଏଥିରେ କିଡନୀ ସିନିୟର ପରାମର୍ଶ ଦାତା ଡାଃ ସୁନୀଲ ଧର୍ମାନୀ, ପରାମର୍ଶଦାତା ହୃଦରୋଗ ବିଶେଷଜ୍ଞ ଡାଃ ସ୍ନେହୀଲ ଗୋସ୍ୱାମୀ, ପରାମର୍ଶଦାତା ଅର୍ଥପେଡିକ ବିଶେଷଜ୍ଞ ଡାଃ ପଙ୍କଜ ପଟେଲ ଙ୍କ ବିଭିନ୍ନ ରୋଗ ର ଡ଼ାକ୍ତର ମାନେ ଉପସ୍ଥିତ ରହି ରୋଗୀ ଙ୍କୁ ଚିକିତ୍ସା କରିବେ । ବଙ୍ଗୋମୁଣ୍ଡା ବ୍ଲକ ସାମ୍ବାଦିକ ସଂଘ ର ଏହି ପ୍ରୟାସ ରେ ବ୍ଲକ ଅଞ୍ଚଳ ଓ ଆଖପାଖ ଅଂଚଳ ର ରୋଗୀ ମାନେ ମାନେ କିପରି ଲାଭ ନେଇ ପାରିବେ ଦୃଷ୍ଟି ରେ ରଖି ଘରେ ଘରେ ଏହି ସୂଚନା ପହଞ୍ଚାଇବା କୁ ଅନୁରୋଧ କରାଯାଇଛି । ଅଧିକ ଜାଣିବା ପାଇଁ ସଭାପତି ରଶ୍ମିରଞ୍ଜନ ପୁଟେଲ ୯୯୩୮୫୯୬୫୯୫,ସମ୍ପାଦକ ହୁଲେଶ୍ୱର ହଂସ ୯୯୩୮୬୦୬୧୦୧,କୋଷାଧ୍ୟକ୍ଷ ଦୀପକ ଦାସ ଯାଦବ ୯୪୩୯୦୨୮୧୮୯, ଅନିଲ ତ୍ରିପାଠୀ ୯୪୩୮୦୫୬୦୧୪ ରେ ଯୋଗାଯୋଗ କରିବା ପାଇଁ ଅନୁରୋଧ କରାଯାଇଛି ।

ବଲାଙ୍ଗୀର ରୁ ଦୁର୍ଯ୍ୟୋଧନ ବର୍ଗେ ଙ୍କ ରିପୋର୍ଟ୍ 

Related posts

ଗୋପାଳ ସ୍ମୃତି ବିଦ୍ୟାପୀଠର ୧୯୭୮ ମାଟ୍ରିକ ବ୍ୟାଚ ପୁରାତନ ଛାତ୍ରଛାତ୍ରୀମାନଙ୍କର ବନ୍ଧୁ ମିଳନ 

masiha

ଉତ୍କଳ ଆଲୁମିନା ଦ୍ଵାରା ପଥପାର୍ଶ୍ବ ବୃକ୍ଷଚାରା ରୋପଣ, ଏହାର ପାରିପାର୍ଶ୍ବକ ଅଞ୍ଚଳରେ ସବୁଜ ବଳୟ ବିକାଶକୁ ପୃଷ୍ଠପୋଷକତା କରୁଛି

masiha

ପ୍ରକାଶ ପାଇଲା ପ୍ରବନ୍ଧ ପ୍ରତିଯୋଗିତାର ଫଳାଫଳ, ପ୍ରଥମ ସ୍ଥାନରେ ଗଜପତି ଜିଲ୍ଲା

masiha

Leave a Comment

error: Content is protected !!