ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପ୍ରବନ୍ଧ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କଲେ ରଶ୍ମିରେଖା

ପ୍ରବନ୍ଧ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କଲେ ରଶ୍ମିରେଖା

ବାଲେଶ୍ଵର, ୩୧/୧୦/୨୩- ସାହିତ୍ୟ ସାଧକ ଓ ସାଧିକା ମାନଙ୍କୁ ଗଦ୍ୟ ସାହିତ୍ୟ ପ୍ରତି ଆକୃଷ୍ଟ କରିବା ” ମୋ ଅନୁଷ୍ଠାନ ” ର ମୂଳ ଲକ୍ଷ୍ୟ । ଯେହେତୁ ଗଦ୍ୟ ସାହିତ୍ୟର ଉନ୍ନତି ଲକ୍ଷ୍ୟ ନେଇ ଏ ଅନୁଷ୍ଠାନ ଗଠିତ ହୋଇଛି । ଧୀରେ ଧୀରେ ପଦ୍ଯ ସାହିତ୍ୟ ପ୍ରତି ଆଗ୍ରହ ବଢି ବଢି ଚାଲିଥିବା ବେଳେ ଗଦ୍ୟ ସାହିତ୍ୟ ପ୍ରତି ଆଗ୍ରହ କମି କମି ଯାଉଥିବାର ଦୃଷ୍ଟିଗୋଚର ହେଲା । ତେଣୁ ଗଦ୍ୟ ସାହିତ୍ୟ ରଚନାକୁ ମୋ ଅନୁଷ୍ଠାନ ସର୍ବଦା ଗୁରୁତ୍ୱ ଦେଉଅଛି । ସେଥିପାଇଁ ପ୍ରତ୍ୟେକ ରବିବାର ଗଦ୍ୟ ସାହିତ୍ୟ ପ୍ରତିଯୋଗିତାକୁ ଅନୁଷ୍ଠାନ ଗୁରୁତ୍ୱ ଦେଇଥାଏ । ମଝିରେ ମଝିରେ ଅନ୍ୟାନ୍ୟ ପ୍ରତିଯୋଗିତା ମଧ୍ୟ ହୋଇଥାଏ । ଏହି ପରିପ୍ରେକ୍ଷୀରେ ତା ୨୯/୧୦/୨୦୨୩ ରିଖରେ ମୋ ଅନୁଷ୍ଠାନ ହ୍ଵାଟ୍ସଆପ୍ ଗୃପରେ ପ୍ରବନ୍ଧ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଯାହାର ପ୍ରସଙ୍ଗ ଥିଲା ” ମାନବ ସେବାରେ ବିଜ୍ଞାନ ” । ତାହାର ଫଳାଫଳ ପ୍ରକାଶ ପାଇଛି । ଏହି ପ୍ରତିଯୋଗିତାରେ ବିଭିନ୍ନ ଜିଲ୍ଲାରୁ ମୋଟ ୧୦ ଜଣ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ । ସେମାନେ ହେଲେ (୧) ରଞ୍ଜୁଲତା ପାଢ଼ୀ, ରାଉରକେଲା, ସୁନ୍ଦରଗଡ (୨) ଗୀତାଞ୍ଜଳି ପୃଷ୍ଟି, ଗତିରାଉତ ପାଟଣା, କଟକ (୩) ବିନୋଦିନୀ ନାୟକ, ଛତ୍ରପୁର, ଗଞ୍ଜାମ (୪) ରେଖାରାଣୀ ବାରିକ, ଭୋଗପୁର, ଖଇରା, ବାଲେଶ୍ଵର (୫) ରଶ୍ମିରେଖା ସାହୁ, ଭୁବନେଶ୍ୱର (୬) ଗୀତାମଞ୍ଜରୀ ଦାସ, ଶ୍ରୀମନ୍ତପୁର, ବରପଦା, ଭଦ୍ରକ (୭) ଜୟନ୍ତୀ ଓଝା, ପାଟପୁର, ଧର୍ମଶାଳା, ଯାଜପୁର (୮) ଆନନ୍ଦିନୀ ମିଶ୍ର, ଝାରସୁଗୁଡା (୯) ତାନଶ୍ରୀ ପାଣିଗ୍ରାହୀ, ଆଚାର୍ଯ୍ୟା, ସରସ୍ୱତୀ ବିଦ୍ଯାମନ୍ଦିର, ବାଲିଆ, ବାଲେଶ୍ଵର (୧୦) ବନ୍ଦନା ବିଶ୍ୱାସ, ବାଲେଶ୍ଵର । ସମସ୍ତ ଲେଖା ଗୁଡିକୁ ସମୀକ୍ଷା କରିଥିଲେ ଅନୁଷ୍ଠାନର ସଭାପତି ତଥା ମୁଖ୍ୟ ସମୀକ୍ଷକ ନାରାୟଣ ଚନ୍ଦ୍ର ସେନାପତି । ତାଙ୍କ ସମୀକ୍ଷାରୁ ରଶ୍ମିରେଖା ସାହୁଙ୍କୁ ପ୍ରଥମ ସ୍ଥାନ, ତାନଶ୍ରୀ ପାଣିଗ୍ରାହୀଙ୍କୁ ଦ୍ବିତୀୟ ସ୍ଥାନ ଓ ରଞ୍ଜୁଲତା ପାଢୀଙ୍କୁ ତୃତୀୟ ସ୍ଥାନ ମିଳିଛି । ସମସ୍ତଙ୍କ ଲେଖା ପ୍ରାୟ ଭଲ ଥିଲା । ସେଥିମଧ୍ୟରୁ ଯେଉଁ ମାନଙ୍କୁ ପ୍ରଥମ, ଦ୍ବିତୀୟ ଓ ତୃତୀୟ ସ୍ଥାନ ମିଳିଛି ସେମାନଙ୍କ ଲେଖା ଅନ୍ୟ ମାନଙ୍କ ଠାରୁ ନିଶ୍ଚିତ ଭାବେ ଉନ୍ନତ ଥିଲା, ଯେଉଁଥି ପାଇଁ ସମୀକ୍ଷକ ମହୋଦୟ ସ୍ଥାନ ଦେବାରେ ସକ୍ଷମ ହୋଇଛନ୍ତି । ସମ୍ପାଦକ ହିସାବରେ ସମସ୍ତଙ୍କୁ ମୋର ଅନୁରୋଧ ଏ ଫଳାଫଳରେ କେହି ମନ କଷ୍ଟ କରନ୍ତୁ ନାହିଁ, ଲେଖା ଜାରି ରଖନ୍ତୁ, ଧୈର୍ଯ୍ୟର ସହିତ ଅପେକ୍ଷା କରନ୍ତୁ, ଦେଖିବେ ଦିନେ ନା ଦିନେ ଅପେକ୍ଷାର ଫଳ ଆପଣ ମାନଙ୍କ ପାଇଁ ମିଠା ହେବ, ଏଥିରେ ତିଳେମାତ୍ର ସନ୍ଦେହ ନାହିଁ ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ଜିଏମ ଆଇରନ ଏଣ୍ଡ ଷ୍ଟିଲ କମ୍ପାନୀ ଲିମିଟେଡ,ବାଦାମ ପାହାଡ଼ ତରଫରୁ ରାଇରଙ୍ଗପୁର ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଛାତ୍ରଛାତ୍ରୀ ମାନଙ୍କୁ ୧୩୦୦ ଟିଫିନ୍ ବକ୍ସ ଓ ପାଣି ବୋତଲ ସହାୟତା 

masiha

ବନ ସୁରକ୍ଷା ସମିତି କମିଟି ର ନୂତନ ଗୃହ ନିର୍ମାଣ କାର୍ଯ୍ୟ ନିମ୍ନ ମାନର:ଉକ୍ତ କାର୍ଯ୍ୟର ତଦନ୍ତ ଦାବୀ କରିଛନ୍ତି କମିଟି ଓ ଗ୍ରାମବାସୀବୃନ୍ଦ       

masiha

ନିଶା କାରବାର ରୋକିବାରେ ସଫଳ ଥାନା ଅଧିକାରୀ ସମ୍ବର୍ଦ୍ଧିତ

Sunil Chandra Nayak

Leave a Comment

error: Content is protected !!