ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପଶ୍ଚିମ ଓଡିଶା ସଂକୀର୍ତ୍ତନ ପରିଷଦ ସହାୟତା ରେ ବ୍ଲକ ସ୍ତରୀୟ କର୍ମ କର୍ତ୍ତା ଚୟନ

ପଶ୍ଚିମ ଓଡିଶା ସଂକୀର୍ତ୍ତନ ପରିଷଦ ସହାୟତା ରେ ବ୍ଲକ ସ୍ତରୀୟ କର୍ମ କର୍ତ୍ତା ଚୟନ

ମ.ରାମପୁର, ୦୨/୨୩(ମସୀହା):ପଶ୍ଚିମ ଓଡିଶା ସଂକୀର୍ତ୍ତନ ପରିଷଦ ସହାୟତା ରେ କଳାହାଣ୍ଡି ଜିଲ୍ଲା ର ମଦନପୁର ରାମପୁର ବ୍ଲକ ସ୍ତରୀୟ ସଂଗଠନ ଗଠନ ପାଇଁ ପ୍ରକାଶ ଚନ୍ଦ୍ର ସାହୁ ଙ୍କ ଆବାହକତ୍ୱରେ ରେ ମ.ରାମପୁର ଗ୍ରାମପଞ୍ଚାୟତ ସଭା ଗୃହ ରେ ବିଭିନ୍ନ ଗ୍ରାମପଞ୍ଚାୟତ ର ସଂକୀର୍ତ୍ତନ ଗୁରୁ, ଗାୟକ, ବାୟକ ଓ କଳାକାର ମାନଙ୍କୁ ନେଇ ଏକ ସଭା ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ପଶ୍ଚିମ ଓଡିଶା ସଂକୀର୍ତ୍ତନ ପରିଷଦ କଳାହାଣ୍ଡି ର ଆବାହକ ଧନଞ୍ଜୟ ଗହିର, ସମ୍ମାନିତ ଅତିଥି ଭାବେ ନବ କିଶୋର ହେର୍ଣ୍ଣl, ନର୍ଲା ବ୍ଲକ ସଂଯୋଜକ ଧରଣୀଧର ସାହୁ, ଭବାନୀପାଟଣା ବ୍ଲକ ସଭାପତି ଲାବଣ୍ୟ ସ୍ୱାଇଁ, କେସିଙ୍ଗା ବ୍ଲକ ସଂଯୋଜକ ମଞ୍ଚାସୀନ ହୋଇଥିଲେ। ପ୍ରକାଶ ଚନ୍ଦ୍ର ସାହୁ ଙ୍କ ଅଧ୍ୟକ୍ଷତା ରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା ଏବଂ ସଭାର ଆଭିମୁଖ୍ୟ ସମ୍ପର୍କ ରେ ସୂଚନା ଦେଇଥିଲେ। ମୂଖ୍ୟ ଅତିଥି ଶ୍ରୀ ଗହିର ସଂକୀର୍ତ୍ତନ ପରିଷଦ ର ଆବଶ୍ୟକତା, ଲକ୍ଷ୍ୟ ଉଦ୍ଦେଶ୍ୟ ବିଷୟରେ ଆଲୋକପାତ କରିଥିଲେ। ତାପରେ ସର୍ବସମ୍ମତି କ୍ରମେ ବ୍ଲକ ସ୍ତରୀୟ କର୍ମକର୍ତ୍ତା ଚୟନ କରାଯାଇଥିଲା। ସର୍ବସମ୍ମତିକ୍ରମେ ସଭାପତି ପ୍ରକାଶ ଚନ୍ଦ୍ର ସାହୁ, ସମ୍ପାଦକ ବା ସଂଯୋଜକ ବିକ୍ରମ ବାଣୁଆ, ସହ ସମ୍ପାଦକ ସୁନ୍ଦର ସିଂ ପୋଢ଼ ଓ କୋଷାଧ୍ୟକ୍ଷ ସଞ୍ଜୟ ସାହୁ ମନୋନୀତ ହୋଇଥିଲେ। ସମ୍ମାନିତ ଅତିଥି ଦ୍ଵାରା ନୂତନ କର୍ମକର୍ତ୍ତା ମାନଙ୍କ ଶପଥ ପାଠ କରାଯାଇଥିଲା। ମ.ରାମପୁର ବ୍ଲକ ର ୧୯ ଟି ଗ୍ରାମପଞ୍ଚାୟତ ର ସଂକୀର୍ତ୍ତନ ଗୁରୁ ଓ କଳାକାର ମାନଙ୍କୁ ନେଇ ପଞ୍ଚାୟତ ସ୍ତରରେ ଆଲୋଚନା କରାଯିବା ପାଇଁ ନିଷ୍ପତି ହୋଇଥିଲା। ସର୍ବ ଶେଷରେ ସମସ୍ତଙ୍କ ଅନୁରୋଧ ରେ ସଞ୍ଜୟ ସାହୁ ଭକ୍ତି ସଙ୍ଗୀତ ଗାନ କରି ଧନ୍ୟବାଦ ଅର୍ପଣ କରିଥିଲେ। ସତ୍ୟନାରାୟଣ ସାହୁ, ସୁନ୍ଦର ସିଂ ପୋଡ଼, ବିକ୍ରମ ବାଣୁଆ, ଧର୍ମl ରଣା, ସତ୍ୟ ବଗର୍ତ୍ତି, ଅର୍ଜୁନ ମାଝୀ ଓ ପଞ୍ଚାୟତ ର କର୍ମକର୍ତ୍ତା ସହଯୋଗ କରିଥିଲେ।

ମ.ରାମପୁର ରୁ ପରମାନନ୍ଦ ବିଶି ଙ୍କ ରିପୋର୍ଟ 

Related posts

ନୂଆପଡାରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ସମୀକ୍ଷା ବୈଠକ ଅନୁଷ୍ଠିତ l ତାମିଲନାଡୁ ଦମ୍ପତିଙ୍କୁ ପୋଷ୍ୟ ସନ୍ତାନ ପ୍ରମାଣପତ୍ର ପ୍ରଦାନ କଲେ ଜିଲ୍ଲାପାଳ 

Sunil Chandra Nayak

ଆମ ଓଡିଶା ନବୀନ ଓଡିଶା ସଚେତନତା ଶିବିର

masiha

ରାୟଗଡ଼ା ଶିଶୁ ମନ୍ଦିରରେ ଉପାନ୍ତରେ ସାହିତ୍ୟର ଅସ୍ମିତାକୁ ନେଇ ଏକ ଆଲୋଚନା ଚକ୍ର 

masiha

Leave a Comment

error: Content is protected !!