ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆମ ଓଡ଼ିଶା ନବୀନ ଓଡିଶା ମୁଖ୍ୟମନ୍ତ୍ରୀ ଙ୍କ ଭିଡିଓ କନ୍ନଫେରନ୍ସ କାର୍ଯ୍ୟକ୍ରମ କୁ ବର୍ଜନ କରିବ ତେନ୍ତୁଳିଖୁଣ୍ଟି ବ୍ଳକ ସରପଞ୍ଚ ସଙ୍ଘ

ଆମ ଓଡ଼ିଶା ନବୀନ ଓଡିଶା ମୁଖ୍ୟମନ୍ତ୍ରୀ ଙ୍କ ଭିଡିଓ କନ୍ନଫେରନ୍ସ କାର୍ଯ୍ୟକ୍ରମ କୁ ବର୍ଜନ କରିବ ତେନ୍ତୁଳିଖୁଣ୍ଟି ବ୍ଳକ ସରପଞ୍ଚ ସଙ୍ଘ 

ତେନ୍ତୁଳିଖୁଣ୍ଟି ୦୨/୧୧/୨୩ // ତେନ୍ତୁଳିଖୁଣ୍ଟି ବ୍ଲକ ପ୍ରଶାସନ ତରଫରୁ ଆସନ୍ତା କାଲି ଶୁକ୍ରବାର ଦିନ ନୋଡ଼ାଲ ବାପୁଜି ହାଇସ୍କୁଲ ପଡିଆ ଠାରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଙ୍କ ଦ୍ଵାରା ଆମ ଓଡ଼ିଶା ନବୀନ ଓଡିଶା ର ଭିଡିଓ କନଫେରନ୍ସ ମାଧ୍ୟମରେ ଉଦଘାଟନ ହେବାର ହେବାର ଅଛି।ସେହି କାର୍ଯ୍ୟକ୍ରମ ରେ ତେନ୍ତୁଳିଖୁଣ୍ଟି ବ୍ଳକର ପନ୍ଦର ଟି ଯାକ ପଞ୍ଚାୟତ ର ସରପଞ୍ଚ ମାନେ ଅଂଶ ଗ୍ରହଣ କରିବେ ନାହିଁ ବୋଲି କହିଛନ୍ତି।ରାଜ୍ୟ ସରକାର ଙ୍କୁ ସରପଞ୍ଚ ସଙ୍ଘ ତରଫରୁ 15 ଦଫା ଦାବି ପୂରଣ ପାଇଁ ଦାବି ଜଣେଇ ଥିଲେ ସେହି 15 ଦଫା ରେ ଆମ ଓଡ଼ିଶା ନବୀନ ଓଡିଶା ର ଅନୁଦାନ ପଂଚାୟତ କୁ ଦେବା ପାଇଁ ଦାବି କରିଥିଲେ ସେହି ଦାବିର କୌଣସି ଦାବି ବି ପୁରଣ ହୋଇ ନ ଥିବାରୁ ଆସନ୍ତା କାଲି ର କାର୍ଯ୍ୟକ୍ରମ ରେ ସାମିଲ ହେବେ ନାହିଁ ବୋଲି କହିଛନ୍ତି ।ତେନ୍ତୁଳିଖୁଣ୍ଟି ବ୍ଳକର ସରପଞ୍ଚ ସଙ୍ଘ ର ନିଷ୍ପତ୍ତି ପ୍ରକାରେ ସାମିଲ ହେବୁ ନାହିଁ ବୋଲି କହିଛନ୍ତି।ଏହି ବ୍ଲକ ସରପଞ୍ଚ ସଙ୍ଘ ସଭାପତି ଝରିଗୁମ୍ମା ସରପଞ୍ଚ ମଦନମୋହନ ଦଳପତି ସମ୍ପାଦକ ଦିଗି ସରପଞ୍ଚ କିଶୋର ନାୟକ, ଅନାଦି ମାଝୀ, ଶିବାନନ୍ଦ ପ୍ରଧାନୀ ,ସଦା ସାନ୍ତା ପ୍ରମୁଖ ଉପସ୍ଥିତି ରେ ଏହି ନିଷ୍ପତ୍ତି ନିଆଯାଇଛି।

ଗୋବର୍ଦ୍ଧନ ସାହୁ ,ତେନ୍ତୁଳିଖୁଣ୍ଟି

Related posts

କାମାକ୍ଷାମାଟିର ଗର୍ବ ଗୌରବ ପ୍ରଦୀପ ଜେନା ମୁଖ୍ୟ ଶାସନ ସଚିବ ଦାୟିତ୍ୱ ଗ୍ରହଣ ନେଇ ବିଭିନ୍ନ ସଂଗଠନ ପକ୍ଷରୁ ସ୍ୱାଗତ

Sunil Chandra Nayak

ବନୀକରଣ ଯୋଜନାରେ ଲକ୍ଷଲକ୍ଷ ଟଙ୍କାର ଦୁର୍ନୀତି ଅଭିଯୋଗ, ଭିଜିଲାନ୍ସ ତଦନ୍ତ ଦାବି

masiha

ଫକୀରମୋହନ ସାହିତ୍ୟ ଗବେଷଣା ପ୍ରତିଷ୍ଠାନ ଓ ସୁବର୍ଣ୍ଣରେଖା ଆନୁକୁଲ୍ୟରେ ଆନ୍ତର୍ଜାତିକ ମହିଳା ଦିବସ ପାଳନ

masiha

Leave a Comment

error: Content is protected !!