ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଝାରମୁଣ୍ଡାରେ ବ୍ଲକ ସ୍ତରୀୟ ଆଦିବାସୀ ସମ୍ମିଳନୀ l ମଦ ଛାଡ଼ ପାଠ ପଢ଼ ମନ୍ତ୍ର ଦେଲେ ରାଜ୍ୟସଭା ସାଂସଦ 

ଝାରମୁଣ୍ଡାରେ ବ୍ଲକ ସ୍ତରୀୟ ଆଦିବାସୀ ସମ୍ମିଳନୀ l ମଦ ଛାଡ଼ ପାଠ ପଢ଼ ମନ୍ତ୍ର ଦେଲେ ରାଜ୍ୟସଭା ସାଂସଦ 

 ଲୋଇସିଂହା ତା ୨/୧୧ // ଲୋଇସିଂହା ବ୍ଲକ ର ଝାରମୁଣ୍ଡା ପଞ୍ଚାୟତ କାର୍ଯ୍ୟାଳୟ ପ୍ରାଙ୍ଗଣରେ ଜ଼ିଲ୍ଲା ଆଦିବାସୀ କଲ୍ୟାଣ ସଂଘ ର ଆହ୍ୱାନ କ୍ରମେ ବ୍ଲକ ସ୍ତରୀୟ ଆଦିବାସୀ ସମ୍ମିଳନୀ ହୋଇଥିଲା l ସଭା ପୂର୍ବରୁ ଆଦିବାସୀ ଭବନ ନିର୍ମାଣ ପାଇଁ କର୍କଚିଆ ଛକ ଠାରେ ଭୂମି ପୂଜନ କରାଯାଇଥିଲା l ତାପରେ ଝାରମୁଣ୍ଡା ଗାଁ ରେ ବିଶାଳ ସାଂସ୍କୃତିକ ଶୋଭାଯାତ୍ରା ହୋଇଥିଲା l ମୁଖ୍ୟ ଅତିଥି ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି, ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ବ୍ରଜ ମୋହନ ବିଶୋଇ, ଜ଼ିଲ୍ଲା ଆଦିବାସୀ କଲ୍ୟାଣ ସଂଘ ର ସଭାପତି ଶ୍ୟାମ ସୁନ୍ଦର ଭୋଇ ଓ ବ୍ଲକ ସଭାପତି ମାନଙ୍କୁ ଗାଁ ରେ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଥିଲା l ଗାଁ ପରିକ୍ରମା ପରେ ସଂଘ ର ବ୍ଲକ ସଭାପତି ଦଶରଥ ଛତ୍ରିଆଙ୍କ ସଭାପତିତ୍ୱ ରେ ସଭା କାର୍ଯ୍ୟ ହୋଇଥିଲା l ସଭାରେ ସମ୍ବିଧାନ ପ୍ରଦତ୍ତ ଶିକ୍ଷା, ନିଯୁକ୍ତି, ପଦୋନ୍ନତି, ରାଜନୈତିକ ପଦବୀରେ ସ୍ୱତନ୍ତ୍ର ସଂରକ୍ଷଣ ଅଧିକାର, ଜମି ଜଳ ଜଙ୍ଗଲ ଜୀବନ ଜୀବିକା ସୁରକ୍ଷା ଅଧିକାର, ଆଦିବାସୀ କଳା,ସଂସ୍କୃତି, ଐତିହ୍ୟ, ଭାଷା,ଧର୍ମ ସୁରକ୍ଷା ଅଧିକାର, ଅର୍ଥନୈତିକ ବିକାଶ ପାଇଁ ସରକାରୀ ଯୋଜନା ବିଷୟରେ ମୁଖ୍ୟ ଅତିଥି ରାଜ୍ୟସଭା ସାଂସଦ ଶ୍ରୀ ବିଶି ଆଲୋକପାତ କରିଥିଲେ l ଏହା ସହିତ ରାଜ୍ୟ ସରକାରଙ୍କ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା, କାଳିଆ ବଳିଆ ଯୋଜନା, ମହିଳା ଶସକ୍ତିକରଣ ଯୋଜନା ଉପରେ ସଚେତନ କରିଥିଲେ l ମଦ ଛାଡି ପାଠ ପଢ଼ି ଦେଶର ମୁଖ୍ୟ ସ୍ରୋତ ରେ ସାମିଲ ହେବାକୁ ସାଂସଦ (ରାଜ୍ୟ ସଭା) ଶ୍ରୀ ବିଶି ଉଦବୋଧନ ଦେଇଥିଲେ l ଆଦିବାସୀ ସଂଘ ତରଫରୁ ୧୫ ନଭେମ୍ବର ୨୩ ରେ ରାଜ୍ୟସ୍ତରୀୟ ବିର୍ସାମୁଣ୍ଡା ଜୟନ୍ତୀ ବଲାଙ୍ଗିର ରେ ମହାସମାରୋହ ରେ ପାଳନ କରିବାକୁ ନିଷ୍ପତ୍ତି କରାଯାଇଛି l ଅଣ- ଆଦିବାସୀ ଙ୍କ ଜବରଦଖଲ ରେ ଥିବା ଆଦିବାସୀ ମାନଙ୍କ ଜମି ଫେରସ୍ତ, ଜମି ହସ୍ତାନ୍ତର ଅନୁମତି ବନ୍ଦ, ଆଦିବାସୀ ଏବଂ ଅନ୍ୟାନ୍ୟ ବନବାସୀ ଙ୍କ ଜଙ୍ଗଲ ଜମି ଅଧିକାର ସ୍ୱୀକୃତି ଆଇନ ଅନୁସାରେ ଜଙ୍ଗଲ ଜମି ର ପଟ୍ଟା ପ୍ରଦାନ, ବେଛାପରି ଗାଁ ଗୁଡିକୁ ରାଜସ୍ବ ଗ୍ରାମର ମାନ୍ୟତା ପ୍ରଦାନ, ଆଦିବାସୀ ଛାତ୍ରଛାତ୍ରୀ ମାନଙ୍କୁ ମହାବିଦ୍ୟାଳୟ ଗୁଡିକ ରେ ସିଟ ର ଅଭାବ ହେଉଥିବା ରୁ ସିଟ ବୃଦ୍ଧି କରିବା , ଏଟ୍ରୋସିଟି କେଶ ରେ ଅଭିଯୁକ୍ତ ମାନଙ୍କୁ ଗିରଫ କରିବା, ଆଦିବାସୀ ଛାତ୍ରଛାତ୍ରୀ ମାନଙ୍କ ଷ୍ଟାଇପେଣ୍ଡ ବୃଦ୍ଧି କରିବା, ସେହିପରି କେନ୍ଦ୍ର ସରକାର କେନ୍ଦୁପତ୍ର ରୁ ଜିଏସଟି ପ୍ରତ୍ୟାହାର କରିବା,ଆବାସ ପୋର୍ଟାଲ ଖୋଲି ଗରିବ ଆଦିବାସୀ ମାନଙ୍କୁ ଆବାସ ପ୍ରଦାନ,ଆଦିବାସୀ ଭାଷା ହୋ, ମୁଣ୍ଡାରୀ, ଭୂମିଜ, ସଓରା ଭାଷା କୁ ସମ୍ବିଧାନ ର ଅଷ୍ଟମ ସୂଚୀ ରେ ଅନୁମୋଦନ କରିବା,ଆଦିବାସୀ ଅଧ୍ୟୁଷିତ ଗାଁ ମାନଙ୍କରେ ଇଣ୍ଟରନେଟରେ ପାଠ ପଢିବା ଓ ଅନଲାଇନ କାର୍ଯ୍ୟ ପାଇଁ ନେଟୱର୍କ ସଂଯୋଗ ବ୍ୟବସ୍ଥା କରିବା, ପ୍ରଧାନମନ୍ତ୍ରୀ ଫସଲବୀମା ଯୋଜନା ରେ କ୍ଷତିଗ୍ରସ୍ତ ଚାଷୀ ଙ୍କୁ ଆର୍ଥିକ ସହାୟତା ପ୍ରଦାନ ଉପରେ ବକ୍ତା ମାନେ ଆଲୋକପାତ କରିଥିଲେ l ଅନୁସୂଚିତ ଜାତି ଅନୁସୂଚିତ ଜନଜାତି ଉନ୍ନୟନ ବିଭାଗ ଦ୍ୱାରା ପରିଚାଳିତ ଆଶ୍ରମ,ସେବlଶ୍ରମ କନ୍ୟାଶ୍ରମ ଗୁଡିକ ରେ ସିଟ ସଂଖ୍ୟା ବୃଦ୍ଧି କରିବା,ହଷ୍ଟେଲ ବୃଦ୍ଧି କରିବା, ଶିକ୍ଷକ ପଦବୀ ପୂରଣ କରିବା, ଆଦିବାସୀ ମାନଙ୍କ ପାଇଁ ଖାଲି ପଡ଼ିଥିବା ପଦବୀ ଗୁଡିକୁ ସ୍ୱତନ୍ତ୍ର ନିଯୁକ୍ତି ପ୍ରକ୍ରିୟା ରେ ପୂରଣ କରିବା ପାଇଁ l ବୈଠକ ରେ ମୁଖ୍ୟଅତିଥି ଭାବରେ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି, ସ୍ୱତନ୍ତ୍ର ଅତିଥି ଭାବରେ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ବ୍ରଜ ମୋହନ ବିଶି, ଜ଼ିଲ୍ଲା ସଭାପତି ଶ୍ୟାମ ସୁନ୍ଦର ଭୋଇ ,ପାଟଣାଗଡ ବ୍ଲକ ସଭାପତି ଭୁବନେଶ୍ୱର କୁଅଁର, ଆଗଲପୁର ବ୍ଲକ କାର୍ଯ୍ୟକାରୀ ସଭାପତି ଭୁବନେଶ୍ୱର କୁଅଁର, ବଲାଙ୍ଗିର ବ୍ଲକ ସଭାପତି ପlଳେଶ୍ୱର ଭୋଇ,ସଇଁତଲା ବ୍ଲକ ସଭାପତି ସନ୍ତୋଷ ପୁଟା, ଦେଓଗାଁ ବ୍ଲକ ସଭାପତି ସୁରଥ ଧରୁଆ,ସଦାନନ୍ଦ ଧରୁଆ,ଭଗବାନ ଧରୁଆ,ଗୋପାଳ ପଧାନ,ବିନୋଦ ବିହାରୀ ମଲ୍ଲିକ,ପବିତ୍ର ଧରୁଆ,ବାଳକୃଷ୍ଣ ଧରୁଆ,ବିଶିକେସନ ମିର୍ଦ୍ଧା ପ୍ରମୁଖ ମଞ୍ଚାସିନ ଥିଲେ l ସଭାରେ ବହୁ ସଂଖ୍ୟା ରେ ଆଦିବାସୀ ପୁରୁଷ ମହିଳା ଉପସ୍ଥିତ ଥିଲେ l ସତ୍ୟମ ଦଳପତି ସଭା ପରିଚାଳନା କରିଥିଲେ ଓ ପବିତ୍ର ଧରୁଆ ଧନ୍ୟବାଦ ଅର୍ପଣ କରିଥିଲେ ।

ବଲାଙ୍ଗୀର ରୁ ଦୁର୍ଯ୍ୟୋଧନ ବର୍ଗେ ଙ୍କ ରିପୋର୍ଟ୍ 

Related posts

SANJIBANI SEVA FOUNDATION’S SECOND ANNUAL CELEBRATION AND HEALTH CAMP HELD.

masiha

ମନୋଜ ଦାସ ଥିଲେ ଓଡ଼ିଆ କଥାସାହିତ୍ୟର ଅପୂର୍ବ ବିନ୍ଧାଣୀ

Sunil Chandra Nayak

ବିଧାନସଭାର ଦ୍ୱିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନର ପ୍ରଶ୍ନ କାଳ ଆଲୋଚନା ଅବସରରେ ଝରିଗାଁ ବିଧାୟକଙ୍କ ସମର୍ଥନ 

masiha

Leave a Comment

error: Content is protected !!