ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମଣ୍ଡେଇ ସ୍ମରଣିକା ଓ କବିତା ପାଠୋତ୍ସବ କମିଟି ବୈଠକ

ମଣ୍ଡେଇ ସ୍ମରଣିକା ଓ କବିତା ପାଠୋତ୍ସବ କମିଟି ବୈଠକ

୩ ଡିସେମ୍ବର ରେ ହେବ ଜିଲ୍ଲା ସ୍ତରୀୟ କବିତା ପାଠୋତ୍ସବ, ଆଲୋଚନା ଚକ୍ର

ନବରଙ୍ଗପୁର—(ମ ନି ସ  )ନବରଙ୍ଗପୁର ଜିଲ୍ଲା ର ସାଂସ୍କୃତିକ ଗଣପର୍ବ “ମଣ୍ଡେଇ” ପାଳନ ଅବସରରେ ଏକ ସ୍ମରଣିକା ପ୍ରକାଶିତ ହେବ, ଜିଲ୍ଲା ର ଐତିହ୍ୟ, କଳା, ସଂସ୍କୃତି ଓ ବିଶେଷ କରି ମଣ୍ଡେଇ ମହୋତ୍ସବ ପାଳନ ସମ୍ବନ୍ଧରେ ଏକ ଆଲୋଚନା ଚକ୍ର ଏବଂ ଜିଲ୍ଲାର କବି ଓ କବୟିତ୍ରୀ ମାନଙ୍କୁ ନେଇ ଏକ ଜିଲ୍ଲା ସ୍ତରୀୟ କବିତା ପାଠୋତ୍ସବ ଅନୁଷ୍ଠିତ ହେବ। କମିଟି ର ଅଧ୍ୟକ୍ଷ ଶ୍ରୀ ବିଜୟ ଚୌଧୁରୀ ଙ୍କ ଅଧ୍ୟକ୍ଷତା ରେ ଓ କମିଟି ଉପଦେଷ୍ଟା ତଥା ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଶ୍ରୀ ମହେଶ୍ୱର ଚନ୍ଦ୍ର ନାୟକ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ହଳଧର ନିଆଲ ଓ ଜିଲ୍ଲା ସଂସ୍କୃତି ଅଧିକାରୀ ଶ୍ରୀ ଘାସିଆ ହରିଜନଙ୍କ ଉପସ୍ଥିତି ରେ ଏସମ୍ବଧରେ ଏକ ବୈଠକ ସଂସ୍କୃତି ଭବନ ରେ ଅନୁଷ୍ଠିତ ହୋଇଥିଲା। “ମଣ୍ଡେଇ” ସ୍ମରଣିକା ପାଇଁ ଲେଖକ ମାନେ ନିଜସ୍ୱ ଲିଖିତ ଜିଲ୍ଲାର କଳା, ସଂସ୍କୃତି, ସାହିତ୍ୟ, ଐତିହ୍ୟ, ଜିଲ୍ଲାର ବିଭିନ୍ନ କ୍ଷେତ୍ରରେ ସୁନାମ ଅର୍ଜନ କରିଥିବା ଦିବଂଗତ ପ୍ରତିଭା ମାନଙ୍କ ସମ୍ବନ୍ଧରେ ଲେଖା ଗୁଡିକ ଚାରି ପୃଷ୍ଠା ମଧ୍ୟରେ ନଭେମ୍ବର ୧୫ ତାରିଖ ସୁଦ୍ଧା ଜିଲ୍ଲା ସଂସ୍କୃତି ଅଧିକାରୀ ଙ୍କ ନିକଟରେ ଦାଖଲ କରିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଲେଖା ଗୁଡ଼ିକ ସଂସ୍କୃତି ଅଧିକାରୀ ଙ୍କ ଇ-ମେଲ୍ dco11@gmail.com ଜରିଆ ରେ ଦେଇପାରିବେ କିମ୍ବା ଜିଲ୍ଲା ସଂସ୍କୃତି ଅଧିକାରୀ ଙ୍କ କାର୍ଯ୍ୟାଳୟରେ ମଧ୍ୟ ଦେଇ ପାରିବେ।ଆଗାମୀ ଡ଼ିସେମ୍ବର ମାସ ୩ ତାରିଖ ରବିବାର ଦିନ ସ୍ଥାନୀୟ ମିଶନ ଶକ୍ତି ସମ୍ମିଳନୀ ଗୃହ ରେ କବିତା ପାଠୋତ୍ସବ ଅନୁଷ୍ଠିତ ହେବ । କବି ଓ କବୟିତ୍ରୀ ମାନେ ସେମାନଙ୍କ ନିଜସ୍ଵ ଲିଖିତ ଓ ଜିଲ୍ଲା ର କଳା, ସଂସ୍କୃତି ଓ ବିକାଶ ଉପରେ ଆଧାରିତ କବିତା ଆଗାମୀ ୨୫ ନଭେମ୍ବର ସୁଦ୍ଧା ଜିଲ୍ଲା ସଂସ୍କୃତି ଅଧିକାରୀ ଙ୍କ ନିକଟରେ ଦାଖଲ କରିବେ । ନିର୍ଦ୍ଧାରିତ ସମୟ ପରେ କୌଣସି ଲେଖା ଗ୍ରହଣ କରାଯିବ ନାହିଁ। “ମଣ୍ଡେଇ” ମହୋତ୍ସବ ପାଳନ ର ତାତ୍ପର୍ଯ୍ୟ ସମ୍ବନ୍ଧରେ ଏକ ଆଲୋଚନା ଚକ୍ର ମଧ୍ୟ ଅନୁଷ୍ଠିତ ହେବ। ଆଲୋଚନା ଚକ୍ର ର ତାରିଖ ଓ ସ୍ଥାନ ପରବର୍ତ୍ତୀ ସମୟରେ ଜଣାଇ ଦିଆଯିବ। ଏହି ବୈଠକରେ କମିଟିର ସଦସ୍ୟ କବି ଶ୍ରୀ ନାରାୟଣ ପଣ୍ଡା, ଶ୍ରୀ ଜଗଦୀଶ ଚନ୍ଦ୍ର ତ୍ରିପାଠୀ, ଡଃ ବିଜୟ କୁମାର ମିଶ୍ର, ଜେମାମଣି ବିଷୋୟୀ, ପୂର୍ବତନ ସହକାରୀ ଜିଲ୍ଲା ପାଳ ହେମଲତା ମାଝୀ, ସହକାରୀ ଜିଲ୍ଲାପାଳ ଆଶୁତୋଷ ପାତ୍ର,କିଶୋର ପଟ୍ଟନାୟକ ,ଦୁର୍ଗା ପ୍ରସାଦ ପାଢ଼ୀ, ଅଧ୍ୟାପିକା ସଂଗୀତା ତ୍ରିପାଠୀ, ଧରିତ୍ରୀ ପୂଜାରୀ, ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର, ପ୍ରାଧ୍ୟାପକ ରାଜୀବ ଜାଲ, ଉପସ୍ଥିତ ରହି ନିଜ ନିଜ ମତାମତ ଦେଇଥିଲେ। ରାମ ପ୍ରସାଦ ପାତ୍ର ଧନ୍ୟବାଦ ପ୍ରଦାନ କରିଥିଲେ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ଜୁନାଗଡ଼କୁ ଜିଲ୍ଲା ମାନ୍ୟତ ଦାବୀ ନେଇ ଆନ୍ଦୋଳନ କୁ ତୀବ୍ରତର କରାଯିବ- ବହୁଜନ ସଂଗ୍ରାମ ସମିତି

masiha

177ତମ ଉତ୍କଳ ଗୌରବ ମଧୁସୂଦନ ଦାସ ଜୟନ୍ତୀ – ଆଇନଜୀବି ଦିବସ – 2025 ପାଳିତ 

masiha

ତିରିଂ ଥାନା !ଗର୍ଭବତୀ ମହିଳାଙ୍କ ଅପମୃତ୍ୟୁ, ଶଶୁର ଘର ଲୋକେ ଗ୍ରହଣ କଲେନି, ବାପଘର ଲୋକେ ଶ୍ମଶାନ ଘାଟରେ ଶବଦାହ କଲେ

Sunil Chandra Nayak

Leave a Comment

error: Content is protected !!