ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନର୍ଲା ବ୍ଳକ କୃଷକ ସଂଗଠନ ପକ୍ଷରୁ ଏକ ବୈଠକ

ନର୍ଲା ବ୍ଳକ କୃଷକ ସଂଗଠନ ପକ୍ଷରୁ ଏକ ବୈଠକ

ରୁପ୍ରା  // କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଳକ କୃଷକ ସଂଗଠନ ପକ୍ଷରୁ ତିଲେରମାଲ ଗ୍ରାମ ଠାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ବିଶିଷ୍ଟ ଚାଷୀ ତଥା ପୂର୍ବତନ ସରପଞ୍ଚ ଶ୍ରୀଯୁକ୍ତ ନୃପରାଜ ବିଶ୍ବାଳଙ୍କ ସଭାପତିତ୍ବରେ ବୈଠକ ଆରମ୍ଭ କରାଯାଇଥିଲା। ଏହି ସଭାରେ କୁମୁଦ ନାଏକ ବୈଠକର ଆଭିମୁଖ୍ୟ ସହ ସଂଗଠନର ପୂର୍ବ ବିବରଣୀ ପ୍ରଦାନ କରିଥିଲେ। ଉକ୍ତ ବୈଠକରେ ବିଭିନ୍ନ ଚାଷୀ ଗଣ ସଂଗଠନକୁ ସକ୍ରିୟ କରିବା ତୃଣମୂଳ ପର୍ଯ୍ୟନ୍ତ ନେବା ଏବଂ ଯୁବକ ମାନଙ୍କୁ କିପରି ଅତ୍ଯାଧୂନିକ ପ୍ରଣାଳୀରେ ଚାଷ କରିବା ପାଇଁ ଉତ୍ସାହିତ ହେବେ ତାହା ଆଲୋଚନା କରିଥିଲେ।

ଆଗାମୀ ନଭେମ୍ବର ୧୪ ତାରିଖ ଦିନ ଦହେଲ ଆମ୍ବ ବଗିଚା ଠାରେ ଏକ ଚାଷୀ ସମାବେଶ କରିବା ପାଇଁ ସ୍ଥିର ହୋଇଥିଲା। ଏଥିରେ ପଶ୍ଚିମ ଓଡିଶା କୃଷକ ସଂଗଠନ ର ପ୍ରବକ୍ତା ତଥା କବି ସରୋଜ କୁମାର ଯୋଗଦେବା ବିଷୟ ସୂଚନା ଦେଇଥିଲେ। ଏହି ବୈଠକରେ ଚାଷୀ ରେବା ପ୍ରଧାନ,ଅନନ୍ତ ପ୍ରଧାନ, ଗଣେଶ ବଗର୍ତ୍ତି, ହରପ୍ରସାଦ ସା, ପଦ୍ମଚରଣ ନାଏକ, ସୁବାଷ ଖମାରୀ,ଚକ୍ରଧର ପ୍ରଧାନ, ନରସିଂହ ଥାପା, ଡିଙ୍ଗର ବୁଦ୍ଧିଆ, କ୍ଷମାନିଧି ନାଗ ପ୍ରମୁଖ ନିଜର ମତାମତ ରଖିଥିଲେ।

ରୂପ୍ରା ରୁ ଅଜୟ କୁମାର ସେନାପତି ଙ୍କ ରିପୋର୍ଟ୍ 

Related posts

ଟିପିଏନ୍ ଓଡି ଏଲ୍ ତରଫରୁ OTS ସମାଧାନ ମାରାଥନ ଶିବିର 

masiha

ଧର୍ମଗଡ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ମୁଖ୍ୟ ଶାଖାର ନୂତନ ସମ୍ପ୍ରସାରିତ କୋଠା ଉଦଘାଟିତ ଯଶୋଦା ଅନାଥ ଆଶ୍ରମର ସମାଜସେବୀ ଦମ୍ପତି ସମ୍ବର୍ଦ୍ଧିତ….. 

masiha

ସାତ ଦିନିଆ ବନ୍ଯା ଓ ବାତ୍ଯା ମୁକାବିଲା ସଚେତନତା ଶିବିର ଉଦ୍ଘାଟିତ

Leave a Comment

error: Content is protected !!