ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ତେନ୍ତୁଳିଖୁଣ୍ଟି ବ୍ଲକ ରେ ଭରଚୁଆଲ ମୋଡ଼ ରେ ମୁଖ୍ୟମନ୍ତ୍ରୀ ଦ୍ୱାରା ଆମ ଓଡ଼ିଶା ନବୀନ ଓଡିଶା ଯୋଜନା ଉଦଘାଟିତ

ତେନ୍ତୁଳିଖୁଣ୍ଟି ବ୍ଲକ ରେ ଭରଚୁଆଲ ମୋଡ଼ ରେ ମୁଖ୍ୟମନ୍ତ୍ରୀ ଦ୍ୱାରା ଆମ ଓଡ଼ିଶା ନବୀନ ଓଡିଶା ଯୋଜନା ଉଦଘାଟିତ

ତେନ୍ତୁଳିଖୁଣ୍ଟି ୦୩/୧୧/୨୩ – // ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ପ୍ରକାରେ ତେନ୍ତୁଳିଖୁଣ୍ଟି ବ୍ଳକ ପ୍ରଶାସନ ତରଫରୁ ନୋଡ଼ାଲ ବାପୁଜ ଉଚ୍ଚ ବିଦ୍ୟାଳୟ ଖେଳ ପଡିଆ ଠାରେ ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ର ମୁଖ୍ୟମନ୍ତ୍ରୀ ଙ୍କ ଦ୍ୱାରା ଭିଡିଓ କନଫେରନ୍ସ ମାଧ୍ୟମରେ ଉଦଘାଟିତ ହୋଇଛି ।ଏଥିରେ ତେନ୍ତୁଳିଖୁଣ୍ଟି ବ୍ଳକର ଭାଇସ ଚେୟାରମ୍ୟାନ ରାଜେନ୍ଦ୍ର ବିଷୋୟୀ ତେନ୍ତୁଳିଖୁଣ୍ଟି ବ୍ଳକର ପ୍ରତ୍ୟେକ ପଞ୍ଚାୟତ ରେ 50 ଲକ୍ଷ ଲେଖାଏଁ ବ୍ଲକ କୁ 7 କୋଟି 50 ଲକ୍ଷ ଅନୁଦାନ ଦେଇଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ନବୀନ ଓଡିଶା ଅଧ୍ୟକ୍ଷ ଭି କେ ପଣ୍ଡିଆନ କୁ ଧନ୍ୟବାଦ ଦେଇଥିଲେ। 5 ଟି ଓ ନବୀନ ଓଡିଶା ଅଧ୍ୟକ୍ଷ ଭି କେ ପାଣ୍ଡିଆନ କହିଥିଲେ ତେନ୍ତୁଳିଖୁଣ୍ଟି ବ୍ଳକର ମଙ୍ଗରଦରା ର ଉନ୍ନତି ନିମନ୍ତେ 3 କୋଟି 20ଲକ୍ଷ ମୁଖ୍ୟମନ୍ତ୍ରୀ ଅନୁଦାନ ଦେଇଛନ୍ତି ।ଆଜିର ଏହି କାର୍ଯ୍ୟକ୍ରମ ରେ ବିଡିଓ ମନୋଜ କୁମାର ପାଣିଗ୍ରାହୀ, ବ୍ଲକ ଅଧ୍ୟକ୍ଷା ନିଲନ୍ଦ୍ରୀ ନାୟକ,ଜିଲ୍ଲା ପରିଷଦ ସଭ୍ୟା କୃଷ୍ଣ ମଞ୍ଜୁରୀ ବିଷୋୟୀ, ବିଧାୟକ ଙ୍କ ସହଧର୍ମିଣୀ କୌ ଶଲ୍ୟା ପ୍ରଧାନି, ତହସିଲଦାର ଅଶୋକ କୁମାର ମୁଦୁଲି, ସି ଏଚ ସି ଭାର ପ୍ରାପ୍ତ ଅଧିକାରୀ ଡାକ୍ତର ସମଳାଇ ପ୍ରସାଦ ପଣ୍ଡା ,ବ୍ଳକର ସମସ୍ତ କର୍ମଚାରୀ ଉପସ୍ଥିତ ରହିବା ସହ ବ୍ଳକର ସମସ୍ତ ବିଜେଡି କର୍ମୀମାନେ ଉପସ୍ଥିତ ଥିଲେ।ତେନ୍ତୁଳିଖୁଣ୍ଟି ଥାନା ଅଧିକାରୀ ଅଭିମନ୍ୟୁ ଦୁର୍ଗା ଉପସ୍ଥିତ ରହି ଶାନ୍ତିଶୃଙ୍ଖଳା ରକ୍ଷା କରିଥିଲେ।ତେନ୍ତୁଳିଖୁଣ୍ଟି ବ୍ଳକର ସରପଞ୍ଚ ମାନେ ଯୋଗ ଦେଇ ନ ଥିଲେ କେବଳ ପାତ୍ରପୁଟ ସରପଞ୍ଚ ଶିବାନନ୍ଦ ପ୍ରଧାନି ଉପସ୍ଥିତ ରହିଥିଲେ। 

  ବ୍ଲକ ରେ ଥିବା ଗ୍ରାମ୍ୟ ଠାକୁରାଣୀ ଙ୍କ ପୀଠ ତଥା ମନ୍ଦିର ଗୁଡିକ ର ସ୍ଥାୟୀ ଆୟ ର ପନ୍ଥା ନଥିବାରୁ ଏଥିପାଇଁ କିଛି ପ୍ରକଳ୍ପ ତଥା ଅନୁଦାନ ଆବଶ୍ୟକ। ଏହି ବହୁ ପ୍ରଚାରିତ ଯୋଜନାରେ ଏସବୁ ଥିବା ନେଇ ଆଶଙ୍କା ରହିଛି।

 ପନ୍ଦର ପଞ୍ଚାୟତ କୁ ପଚାଶ ଲକ୍ଷ ଲେଖାଏଁ ଅନୁଦାନ ଆସିଥିବା ଘୋଷଣା ହୋଇଥିଲେ ମଧ୍ୟ କଣ ସବୁପ୍ରକଳ୍ପଅନୁମୋଦିତ ହୋଇଛି କେବେଠାରୁ କାର୍ଯ୍ୟ ଶୁଭଆରମ୍ଭ ହେବ ଘୋଷଣା କରାଯାଇନାହିଁ। ଜଗନ୍ନାଥ ସଂସ୍କୃତି ର ପ୍ରସାର ପ୍ରଚାର ପାଇଁ ତଥା ପରମ୍ପରା ଓ ସଂସ୍କୃତି ପାଇଁ ପ୍ରକଳ୍ପ ରେ ପ୍ରାଥମିକତା ଦେବାର ରହିଛି ଏଣୁ ତେନ୍ତୁଳିଖୁଣ୍ଟି ରେ ବ୍ୟକ୍ତିଗତ ଉଦ୍ୟମରେ ଜଗନ୍ନାଥ ସଂସ୍କୃତି ର ପ୍ରସାର ହେଉଥିବା ଅନୁଷ୍ଠାନ ,ଝରିଗୁମ୍ମା ର ଜଗନ୍ନାଥ ମନ୍ଦିର ପୁନଃ ନିର୍ମାଣ ,ଅଞ୍ଚଳ ଗୁମ୍ମା ଜଗନ୍ନାଥ ମନ୍ଦିର ଖାତିଗୁଡା ଜଗନ୍ନାଥ ମନ୍ଦିର ପାଇଁ ଅନୁଦାନ ରହିଛି ନା ନାହିଁ କମିଟି ଅବଗତ ନ ଥିବା ଜଣା ପଡ଼ିଛି। ଗତିପୁଟ ଶୈବ ପୀଠ ଝରିଗୁମ୍ମା ଶୈବ ପୀଠ ଆଦି ପାଇଁ ଅର୍ଥ ବରାଦ କରିବା ଅଵଶ୍ୟକତା ରହିଛି କିନ୍ତୁ ଅନୁଦାନ ରହିଛି ନା ନାହିଁ କେହି ଠିକ ରେ ଉତ୍ତର ଦେଇ ପାରୁ ନାହାଁନ୍ତି। ଜିଲ୍ଲାପାଳ ଙ୍କ ଅଭିଯୋଗ ଶୁଣାଣି ରେଖାତିଗୁଡା ଶିବ ମନ୍ଦିର ସର୍ପମୁଣ୍ଡେଶ୍ୱର ମନ୍ଦିର କୁ ଜଳ ଯୋଗାଣ ପାଇଁ ଦାବୀ ରଖାଯାଇଥିଲା ଏବଂସର୍ପମୁଣ୍ଡେଶ୍ୱର ମନ୍ଦିର ପାଇଁ ପାଚେରୀ ଓ ମୁଖଶାଳା ନିର୍ମାଣ ଆଦି ଦାବୀରହିଥିଲେ ମଧ୍ୟ ଏହି ଯୋଜନା ର ପ୍ରକଳ୍ପ କିଏ ପ୍ରସ୍ତୁତ କରିଛି ଏସବୁ ଆଵଶ୍ୟକ ପ୍ରକଳ୍ପ ଅଛି କି ନା ଉତ୍ତର ବ୍ଲକ ରୁ ମିଳି ପାରୁନି । ଯଦି ଅଛି ତ ଭକ୍ତ ତଥା ସଂସ୍କୃତି ପାଇଁ ଭଲ ଯଦି ନାହିଁ ସାମିଲ କରିବାକୁ ତେନ୍ତୁଳିଖୁଣ୍ଟି ବ୍ଲକ ବ୍ରାହ୍ମଣ ସମାଜ ଦାବୀ କରୁଛି।

ଗୋବର୍ଦ୍ଧନ ସାହୁ ,ତେନ୍ତୁଳିଖୁଣ୍ଟି

Related posts

ବାଲ୍ୟ ବିବାହ ରୋକିଲା ପ୍ରଶାସନ

Sunil Chandra Nayak

ମାଟ୍ରିକ ପରିକ୍ଷାର୍ଥୀଙ୍କ ପ୍ରକାଶ ୨୦୨୬ କାର୍ଯ୍ୟକ୍ରମ ଆୟୋଜିତ

Sunil Chandra Nayak

ବନ୍ୟଜନ୍ତୁ ଓ ଜଙ୍ଗଳକୁ ନିଆଁ ଦାଉରୁ ରକ୍ଷା ପାଇଁ ସଚେତନତା ସଭା

Sunil Chandra Nayak

Leave a Comment

error: Content is protected !!