ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କନ୍ଧମାଳ ଜିଲ୍ଲାକୁ ରେଳ ଲାଇନ କଟିବା ପ୍ରସଙ୍ଗ : ନଭେମ୍ବର ୧୦ରେ ୧୨ ଘଣ୍ଟିଆ କନ୍ଧମାଳ ବନ୍ଦ ପାଳନ

କନ୍ଧମାଳ ଜିଲ୍ଲାକୁ ରେଳ ଲାଇନ କଟିବା ପ୍ରସଙ୍ଗ : ନଭେମ୍ବର ୧୦ରେ ୧୨ ଘଣ୍ଟିଆ କନ୍ଧମାଳ ବନ୍ଦ ପାଳନ

କନ୍ଧମାଳ:ତା,୦୮/୧୧:(ମନିସ): ରେଳ ମାନଚିତ୍ରରୁ ଫୁଲବାଣୀ ବାଦ୍ ପଡ଼ିବା ପ୍ରତିବାଦରେ ଆସନ୍ତା ନଭେମ୍ବର ୧୦ରେ ୧୨ ଘଣ୍ଟିଆ କନ୍ଧମାଳ ବନ୍ଦ ପାଳନ କରାଯିବ। ସକାଳ ୬ ଘଟିକା ଠାରୁ ସନ୍ଧ୍ୟା ୬ ଘଟିକା ପର୍ଯ୍ୟନ୍ତ କନ୍ଧମାଳ ଜିଲ୍ଲାରେ ସମ୍ପୂର୍ଣ୍ଣ ବନ୍ଦ ଡାକରା ଦିଆଯାଇଛି। ଏନେଇ କନ୍ଧମାଳ ବିକାଶ ପରିଷଦର ଆବାହକ ଗୋଲକ ବିହାରୀ କହଁରଙ୍କ ନେତୃତ୍ବରେ ଫୁଲବାଣୀ ସ୍ଥିତ ବନାନୀ କଳା ପରିଷଦ ଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ଏନେଇ ସୂଚନା ଦିଆଯାଇଛି । ଗୋପାଳପୁର-ଫୁଲବାଣୀ-ସମ୍ବଲପୁର ରେଳ ପ୍ରକଳ୍ପ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଅର୍ଥ ମଞ୍ଜୁର ସତ୍ତ୍ବେ ରାଜ୍ୟ ସରକାରଙ୍କ ଅଧୀନରେ ଥିବା ସର୍ଭେ ସଂସ୍ଥା ଓରିଡଲ୍ (ଓଡ଼ିଶା ରେଳ ଭିତ୍ତିଭୂମି ବିକାଶ ଲିମିଟେଡ) ସଂସ୍ଥା ଶେଷ ପର୍ଯ୍ୟାୟ ସର୍ଭେ ବେଳେ ପୂର୍ବ ମାନଚିତ୍ରକୁ ପରିବର୍ତ୍ତନ କରି ପ୍ରଦର୍ଶନ କରିଥିବା ନୂତନ ମାନଚିତ୍ରରେ ଏହି ପ୍ରକଳ୍ପରେ ଫୁଲବାଣୀକୁ ବାଦ୍ ଦେବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ଏହାକୁ ନେଇ ବାରମ୍ବାର ରାଜ୍ୟ ସରକାର ଏବଂ ସର୍ଭେ ସଂସ୍ଥା ଓରିଡଲକୁ ଦାବିପତ୍ର ପ୍ରଦାନ କରିବା ସତ୍ତ୍ବେ କୌଣସି ଉତ୍ତର ନମିଳିବା କନ୍ଧମାଳ ପ୍ରତି ରାଜ୍ୟ ସରକାରଙ୍କ ବୈମାତୃକ ମନୋଭାବ ସ୍ପଷ୍ଟ ଭାବରେ ବାରି ହୋଇ ପଡ଼ୁଛି ବୋଲି ଶ୍ରୀ କହଁର ଅଭିଯୋଗ କରିଛନ୍ତି। ଅନ୍ୟାନ୍ୟ ରାଜ୍ୟରେ ବହୁ ବଡ଼ ବଡ଼ ପାହାଡ଼ କାଟି ଟ୍ରେନ ଯାତାୟତ କରୁଥିବା ବେଳେ ସେହି ତୁଳନାରେ କନ୍ଧମାଳର ପାହାଡ଼ କିଛି ନୁହେଁ କନ୍ଧମାଳ ଭଳି ଏକ ଆଦିବାସୀ ବହୁଳ ଜିଲ୍ଲାକୁ ରେଳ ଚଳାଚଳ ହେଲେ ଆର୍ଥିକ, ଗମନାଗମନ, ବାଣିଜ୍ୟ, ଲଘୁ ବନଜାତ ଦ୍ରବ୍ୟର ସୁଲଭ ବିକ୍ରି, ପର୍ଯ୍ୟଟନ କ୍ଷେତ୍ରରେ ବିକାଶ ତତ୍ ସହିତ ଜିଲ୍ଲା ଏବଂ ଜିଲ୍ଲାବାସୀଙ୍କ ପ୍ରତିଟି କଥାର ବିକାଶ ଓ ସୁବିଧା ସୁଯୋଗ ହୋଇପାରିବ। ଅନ୍ୟ ଜିଲ୍ଲା ତୁଳନାରେ କନ୍ଧମାଳରେ ଅଧିକ ପର୍ଯ୍ୟଟନସ୍ଥଳୀ ଥିବା ବେଳେ ଗମନାଗମନର ଅସୁବିଧା ଯୋଗୁଁ ଧିରେଧିରେ ପର୍ଯ୍ୟଟକ ମୁହଁ ଫେରାଉଛନ୍ତି। ଟ୍ରେନ ସୁବିଧା ହେଲେ ଅନ୍ତଃରାଷ୍ଟ୍ରୀୟ ଏବଂ ଆନ୍ତଃରାଜ୍ୟ ପର୍ଯ୍ୟଟକ ଗମନାଗମନ ର ସୁବିଧା ପାଇଁ ପୁଣି କନ୍ଧମାଳ ପ୍ରତି ଆକୃଷ୍ଟ ହେବେ ବୋଲି କନ୍ଧମାଳ ବିକାଶ ପରିଷଦ ଦାବି କରିଛି। ଏହି ସାମ୍ବାଦିକ ସମ୍ମିଳନୀରେ ସମ୍ପାଦକ ଜଗନ୍ନାଥ ସାହୁ, ଶିବାଶିଷ ପଣ୍ଡା, ଗୌତମ ମଲ୍ଲିକ, ସଂଜିତ୍ ପାତ୍ର, ସୁଧାଂଶୁ ଗୁରୁ ଓ ଚନ୍ଦ୍ରଶେଖର ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।

କନ୍ଧମାଳ ଜିଲ୍ଲାରୁ ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ

Related posts

ଉତ୍କଳମଣି ଗୋପବନ୍ଧୁ ଦାଶଙ୍କ ୯୫ ତମ ଶ୍ରାଦ୍ଧ ବାର୍ଷିକ ପାଳିତ

Sunil Chandra Nayak

ରାଜ୍ୟ ସରକାରଙ୍କ ୨୦୨୨ ସଂଶୋଧିତ ବେତନହାର ପ୍ରଦାନ କ୍ୟାବିନେଟ୍ ନିଷ୍ପତ୍ତି – ୪୮୮ ଶିକ୍ଷକ କର୍ମଚାରୀ ସଂଘର ସ୍ବାଗତ

Sunil Chandra Nayak

କନ୍ଧମାଳ ମହାସିଙ୍ଗି ଓ ବଇଡାରେ କିଟ୍‍ ପକ୍ଷରୁ ୨ଶହ ଶଯ୍ୟା ବିଶିଷ୍ଟ ଅତ୍ୟାଧୁନିକ ହସ୍‍ପିଟାଲ୍‍ ଓ ଦିବାଧ୍ୟାୟୀ ବିଦ୍ୟାଳୟର ଭୂମିପୂଜନ

Sunil Chandra Nayak

Leave a Comment

error: Content is protected !!